Loading...

ଦିନ କେଇଟାରେ ଆରମ୍ଭ ହେବ ବାଲିଯାତ୍ରା, ଏଥର ବି ବାଲିଯାତ୍ରାକୁ ମିଳିଲାନି ଜାତୀୟ ଉତ୍ସବର ମାନ୍ୟତା

ଦିନ କେଇଟାରେ ଆରମ୍ଭ ହେବ ବାଲିଯାତ୍ରା, ଏଥର ବି ବାଲିଯାତ୍ରାକୁ ମିଳିଲାନି ଜାତୀୟ ଉତ୍ସବର ମାନ୍ୟତା

କଳା, ସଂସ୍କୃତି, ଐତିହ୍ୟ, ବାଣିଜ୍ୟର ଗନ୍ତାଘର ହେଉଛି କଟକ ବାଲିଯାତ୍ରା। ଦୀର୍ଘବର୍ଷ ଧରି ଚାଲି ଆସୁଥିବା ଏହି ଐତିହାସିକ ବାଲିଯାତ୍ରାକୁ ମିଳିଲାନି ଜାତୀୟ ମାନ୍ୟତା। ପ୍ରଧାନମନ୍ତ୍ରୀ ବିଦେଶରେ ବାଲିଯାତ୍ରା କଥା କହୁଛନ୍ତି, ଅଥଚ ମାନ୍ୟତା ଦେଉନାହାନ୍ତି।

କଳା, ସଂସ୍କୃତି, ଐତିହ୍ୟ, ବାଣିଜ୍ୟର ଗନ୍ତାଘର ହେଉଛି କଟକ ବାଲିଯାତ୍ରା। ଦୀର୍ଘବର୍ଷ ଧରି ଚାଲି ଆସୁଥିବା ଏହି ଐତିହାସିକ ବାଲିଯାତ୍ରାକୁ ମିଳିଲାନି ଜାତୀୟ ମାନ୍ୟତା। ପ୍ରଧାନମନ୍ତ୍ରୀ ବିଦେଶରେ ବାଲିଯାତ୍ରା କଥା କହୁଛନ୍ତି, ଅଥଚ ମାନ୍ୟତା ଦେଉନାହାନ୍ତି। ବାଲିଯାତ୍ରାକୁ ଜାତୀୟ ମାନ୍ୟତା ଦେବା ନିମନ୍ତେ ପୂର୍ବରୁ କେନ୍ଦ୍ର ସଂସ୍କୃତି ବିଭାଗକୁ ରାଜ୍ୟ ସରକାର ଚିଠି ଲେଖିଥିଲେକଟକ ମହାନଗର ନିଗମ । କିନ୍ତୁ ସିଏମସିର ଆବେଦନକୁ ଖାରଜ କରିବା ପରେ ଉଦବେଗ ପ୍ରକାଶ କରିଛନ୍ତି କଟକବାସୀ । । ତେବେ ମାନ୍ୟତା ଦେବାକୁ କେନ୍ଦ୍ର ସଂସ୍କୃତି ବିଭାଗ ନିଜକୁ ପ୍ରାଧୀକୃତ କର୍ତ୍ତୃପକ୍ଷ ନୁହେଁ ବୋଲି କହି ଚିଠି ଲେଖିଛି। ତେବେ ଏହି ମାନ୍ୟତା କିଏ ଦେବ ବୋଲି ମେୟର ପ୍ରଶ୍ନ କରିଛନ୍ତି।

ସୂଚନାନୁସାରେ, କାର୍ତିକ ପୂର୍ଣ୍ଣିମାଠାରୁ ଆରମ୍ଭ ହୋଇଯିବ କଟକର ଐତିହାସିକ ବାଲିଯାତ୍ରା ମହୋତ୍ସବ । ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଲାଣି । ରାଜ୍ୟ ଭିତର ଓ ରାଜ୍ୟ ବାହାର ବ୍ୟବସାୟୀ ମାନେ ଷ୍ଟଲ ପକାଇବା ପାଇଁ ଟେଂଟ ବାନ୍ଧିଲେଣି । ଅଧିକ ଲୋକଙ୍କୁ ଆକର୍ଷିତ କରିବା ପାଇଁ ଆୟୋଜକଙ୍କ ପକ୍ଷରୁ କେତେକ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଯାଉଛି । 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.