News

ହାତ, ଗୋଡ ହଲାଉଛି ବଳିଆ, ୪-୫ ଦିନ ମଧ୍ୟରେ ଆଇସିୟୁରୁ ବାହାରିବ

ହାତ, ଗୋଡ ହଲାଉଛି ବଳିଆ, ୪-୫ ଦିନ ମଧ୍ୟରେ ଆଇସିୟୁରୁ ବାହାରିବ

ବଳିଆ ଗତକାଲି ଆଖି ଖୋଲିଛି । ହାତ ଗୋଡ ହଲାଇବା ସହ ଡାକିଲେ ପ୍ରତିକ୍ରିୟା ମଧ୍ୟ ଦେଉଛି । ଆଉ ୪-୫ ଦିନ ମଧ୍ୟରେ ଆଇସିୟୁରୁ ବାହାରକୁ ବାହାରିବ ବୋଲି ଏମ୍ସ ନୂଆଦିଲ୍ଲୀ ପକ୍ଷରୁ ଏମିତି ସୂଚନା ଦିଆଯାଇଛି ।

ଡାକ୍ତରୀ ଦଳ ବଳିଆ ଉପରେ ପୁରା ନଜର ରଖିଛନ୍ତି । ତାକୁ ବାତ ମଧ୍ୟ ଆଉ ମାରୁନି । ନିଶ୍ଵାସ ପ୍ରଶ୍ଵାସ ଠିକ ଭାବରେ ନେଇପାରୁଛି ସେ ।

ଏପଟେ ଜଗାର ସ୍ୱାସ୍ଥ୍ୟରେ ଦ୍ରୁତ ଉନ୍ନତି ଆସିଛି । ପାଟି ବାଟେ ପାଇପ ମାଧ୍ୟମରେ ଜଗାକୁ ତରଳଖାଦ୍ୟ ଦିଆଯାଉଛି । ଜଗାର ଚିକିତ୍ସା ସାଧାରଣ କ୍ୟାବିନରେ ଚାଲିଛି । ଧୀରେ ଧୀରେ ସ୍ଵାଭାବିକ ହେଉଛି ସେ ।  ମା’ ପାଖେ ପାଖେ ରହି ଜାଗା ଖୁବ ସକାରାତ୍ମକ ପ୍ରତିକ୍ରିୟା ଦେଉଛି । କଥା ହେଇନପାରୁଥିଲେ ମଧ୍ୟ ଠାରକୁ ବୁଝୁଛି ।

ଡାକ୍ତରୀ ଦଳର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ମୂତାବକ, ଦୁଇ ଶିଶୁଙ୍କ ଜଟିଳ ଅସ୍ତ୍ରୋପଚାର ହେଇଛି । ଏତେ କମ ସମୟ ମଧ୍ୟରେ ଦୁଇ ଦୁଇଟି ଅସ୍ତ୍ରୋପହାର ହେଇଛି । ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ଧୀରେ ଧୀରେ ଦୁଇ ପିଲାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସୁଛି ।

ହାତ, ଗୋଡ ହଲାଉଛି ବଳିଆ, ୪-୫ ଦିନ ମଧ୍ୟରେ ଆଇସିୟୁରୁ ବାହାରିବ

Related posts

ପଳାତକ ଘୋଷିତ ହେବେ ବିଜେପି ପାର୍ଥୀ ଓମ ପ୍ରକାଶ

Ratnamani Moharana

ସ୍ୱର୍ଣ୍ଣପଦକର ସ୍ଵପ୍ନ ଦେଖୁଥିବା ଶିକ୍ଷାର୍ଥୀମାନେ ଶାକାହାରୀ ହେବା ପାଇଁ ବାଧ୍ୟ : ପୁଣେ ବିଶ୍ୱବିଦ୍ୟାଳୟ

ENO Beuro

ବାଲୁଖଣ୍ଡ ଅଭୟାରଣ୍ୟରେ ହରିଣ ଖୋଜିବ ଡ୍ରୋନ

Ratnamani Moharana

3 comments

Leave a Comment