News

ଶେଷ ହେଲା କଟକ ବାଲିଯାତ୍ରା,୧୦୦ କୋଟିରୁ ଅଧିକ ବେପାର କରିଛନ୍ତି ବ୍ୟବସାୟୀ

୧୦ଦିନ ଧରି ଚାଲିଥିବା କଟକ ବାଲିଯାତ୍ରା ରବିବାର ଶେଷ ହୋଇଛି। ଶେଷଦିନରେ ଜବରଦସ୍ତ ବେପାର କରିଛନ୍ତି କ୍ଷୁଦ୍ର ମଧ୍ୟମ ତଥା ବୃହତ ବ୍ୟବସାୟୀମାନେ । ସେହିଭଳି କିଣାବିକା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ଉଠାଇଥିଲେ ଲୋକେ । ଏହି ବାଲିଯାତ୍ରାରେ ୧୦୦ କୋଟିରୁ ଅଧିକ ବେପାର କରିଛନ୍ତି ବ୍ୟବସାୟୀ।

baliyatra

ରବିବାର ଦିନ ଶେଷଦିନ ହୋଇଥିବାରୁ ଲୋକ ଭିଡ଼ ସବୁ ରେକର୍ଡ ଟପି ଯାଇଥିଲା । ଦିନ ଗୋଟାଏ ବେଳକୁ ଭିଡ଼ ଆରମ୍ଭ ହୋଇଯାଇଥିବା ବେଳେ ଲୋକେ ବାଲିଯାତ୍ରା ପଡ଼ିଆ ମୁହାଁ ହୋଇଥିଲେ। ଟ୍ରାଫିକ୍‌ ନିୟନ୍ତ୍ରଣ ପାଇଁ ପୁଲିସକୁ ନାକେଦମ ହେବାକୁ ପଡ଼ିଥିବା ବେଳେ ଅନ୍ୟପଟେ ମେଳା ପଡ଼ିଆରେ ବେପାରୀ ବି ମାଲାମାଲ ହେଇଛନ୍ତି।

ସୂଚନାଯୋଗ୍ୟ,କେବଳ ରାଜ୍ୟ ନୁହେଁ ବରଂ ରାଜ୍ୟ ବାହାରୁ ଅନେକ ପର୍ଯ୍ୟଟକ କଟକକୁ ଆସି ବାଲିଯାତ୍ରାର ମଜା ଉଠାଇଛନ୍ତି । ପ୍ରବଳ ଲୋକଙ୍କ ସମାଗମ ହୋଇଥିବାରୁ ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡାକଡି ହୋଇଥିବା ବେଳେ କିପରି ଭାବରେ ସହରର ଟ୍ରାଫିକ ସମସ୍ୟାରେ କୌଣସି ଅସୁବିଧା ହେବ ନାହିଁ ସେଥି ପାଇଁ ପୋଲିସ ମଧ୍ୟ ତତ୍ପର ଦେଖାଇଥିଲା ।

ପଢନ୍ତୁ; ହକି ବିଶ୍ଵକପ : ଭାରତ-ବେଲଜିୟମ ମ୍ୟାଚ ଡ୍ର

Related posts

ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ତରରେ ୧୪୮ ଦନ୍ତ ଚିକିତ୍ସକଙ୍କୁ ନିଯୁକ୍ତି ଦିଆଯିବ- ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା

ENO Beuro

ଲିଙ୍ଗରାଜ ମନ୍ଦିରର ଗର୍ଭଗୃହର ଫଟୋ ନିଜ ଟୁଇଟର ପୃଷ୍ଠାରେ ଛାଡି ବିବାଦରେ କେନ୍ଦ୍ରମନ୍ତ୍ରୀ!

ENO Beuro

ବନ୍ଧୁମାନଙ୍କ ସହ ମିଶି ଝିଅକୁ ବଳାତ୍କାର କଲା ବାପା

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More