Loading...

ବାଲିଯାତ୍ରା ପାଇଁ ଆରମ୍ଭ ହେଲାଣି ପ୍ରସ୍ତୁତି, ନଭେମ୍ଵର ୧୧ ରୁ ପ୍ଲଟ ବୁକିଂ ପ୍ରକ୍ରିୟା ଆରମ୍ଭ

ବାଲିଯାତ୍ରା ପାଇଁ ଆରମ୍ଭ ହେଲାଣି ପ୍ରସ୍ତୁତି, ନଭେମ୍ଵର ୧୧ ରୁ ପ୍ଲଟ ବୁକିଂ ପ୍ରକ୍ରିୟା ଆରମ୍ଭ

କଟକର ପ୍ରସିଦ୍ଧ ବାଲିଯାତ୍ରାକୁ  ରାଜ୍ୟସ୍ତରୀୟ ଉତ୍ସବଭାବେ  ପାଳନ ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ନଭେମ୍ବର ୨୭ରୁ ଆରମ୍ଭ ହୋଇ ଡିସେମ୍ବର ୪ ଯାଏଁ ଚାଲିବ ବାଲିଯାତ୍ରା ।

କଟକର ପ୍ରସିଦ୍ଧ ବାଲିଯାତ୍ରାକୁ  ରାଜ୍ୟସ୍ତରୀୟ ଉତ୍ସବଭାବେ  ପାଳନ ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ନଭେମ୍ବର ୨୭ରୁ ଆରମ୍ଭ ହୋଇ ଡିସେମ୍ବର ୪ ଯାଏଁ ଚାଲିବ ବାଲିଯାତ୍ରା । ଏଥର ମୋଟ ୮ ଦିନ ବାଲିଯାତ୍ରା ଚାଲିବାକୁ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ । ମହାନଦୀ ପଠାରେ ଆଠ ଦିନ ଧରି ବିଶ୍ୱ ପ୍ରସିଦ୍ଧ ବାଲିଯାତ୍ରା ମେଳା ଚାଲିବ । ଯେଉଁଥିରେ ୧୪୦୦ ଷ୍ଟଲ ଓ ୨ ହଜାରରୁ ଅଧିକ ବ୍ୟବସାୟୀ ସାମିଲ ହେବେ । ନଭେମ୍ବର ୧୧ରୁ ୧୫ ତାରିଖ ପର୍ଯ୍ୟନ୍ତ ପ୍ଲଟ ନିଲାମ ହେବ। ବର୍ଗଫୁଟ ପ୍ରତି ସର୍ବନିମ୍ନ ୫୦ ଟଙ୍କା ଧାର୍ଯ୍ୟ କରାଯାଇଛି । ଦୋଳି ମୀନା ବଜାର ସାଙ୍ଗକୁ ଜାତୀୟ ସ୍ତରୀୟ ପଲ୍ଲୀଶ୍ରୀ ମେଳା ଯାତ୍ରାର ମୁଖ୍ୟ ଆକର୍ଷଣ ହେବାକୁ ଯାଉଛି । ତେବେ ଚଳିତ ବର୍ଷ ବାଲିଯାତ୍ରାରେ ପ୍ରଥମ ଥର ପାଇଁ ଲେଜର ଲାଇଟ ସୋ ର ଆୟୋଜନ କରାଯାଇଛି । 

ସୂଚନାନୁସାରେ, ଯାତ୍ରା ପଡିଆକୁ ରାସ୍ତା ସଂଯୋଗ, ଟ୍ରାଫିକ୍ ନିୟନ୍ତ୍ରଣ, ପର୍ଯ୍ୟାପ୍ତ ପାର୍କିଂ ସ୍ଥାନ, ଷ୍ଟଲ ପାଇଁ ସ୍ଥାନ ନିର୍ଦ୍ଧାରଣ, ବିଦ୍ୟୁତ ସଂଯୋଗ, ପରିମଳ, ସ୍ୱାସ୍ଥ୍ୟ ସେବା ଓ  ଆଇନ୍ ଶୃଙ୍ଖଳା ଆଦି ଉପରେ ଗୁରୁତ୍ୱ ଆରୋପ କରାଯାଇଛି। ଯାତ୍ରା ପଡିଆରେ  ଅଧିକ ସଂଙ୍ଖ୍ୟକ  ପାନୀୟ ଜଳ ଟ୍ୟାଙ୍କ, ଅସ୍ଥାୟୀ ବାଇଓ ଟଏଲେଟ୍ ଆଦି ଲଗାଇବାକୁ  କଟକ ପୌର  ପରିଷଦ ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗଙ୍କୁ  କୁହାଯାଇଥିଲା । 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.