EnewsOdia.Com

ଆରମ୍ଭ ହେଲା ବାଲିଯାତ୍ରା, ଆଠ ଦିନ ଦୁଲୁକିବ କଟକ

ବାଲିଯାତ୍ରା ପାଇଁ ୮ ଦିନ ଦୁଲୁକିବ କଟକ ସହର।ଆଜିଠୁ କଟକରେ ଆରମ୍ଭ ହେଉଛି ଐତିହାସିକ ବାଲିଯାତ୍ରା। ୮ଦିନ ଧରି ଚାଲିବାକୁ ଥିବା ଏହି ସର୍ବବୃହତ ବାଣିଜ୍ୟିକ ମହାକୁମ୍ଭ ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ରାଜ୍ୟ ଓ ରାଜ୍ୟ ବାହାରୁ ଆସିଥିବା ଶହ ଶହ ସଂଖ୍ୟାରେ ବ୍ୟବସାୟୀ ନିଜର ଦୋକାନ ଖୋଲିଲେଣି। ଏଥର ପ୍ରାୟ ୧୫ଶହ ଷ୍ଟଲ ପଡ଼ିଥିବା ଜଣାପଡ଼ିଛି। ଆଜି ସନ୍ଧ୍ୟାରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଆନୁଷ୍ଠାନିକ ଭାବେ ଏହାକୁ ଉଦଘାଟନ୍ କରିବାର କାର୍ଯ୍ୟକ୍ରମ ରହିଛି। ବାଲିଯାତ୍ରାକୁ ଏଥର ରାଜ୍ୟସ୍ତରୀୟ ମେଳାର ମାନ୍ୟତା ମିଳିଥିବାରୁ ଏ ବର୍ଷ ଯାତ୍ରା ଆୟୋଜନକୁ ଅଧିକ ସରସ ସୁନ୍ଦର କରିବାକୁ ଲାଗି ପଡ଼ିଛି କଟକ ଜିଲ୍ଲା ପ୍ରଶାସନ।

ବାଲିଯାତ୍ରାକୁ ରାଜ୍ୟସ୍ତରୀୟ ମହୋତ୍ସବର ମାନ୍ୟତା ମିଳିଥିବାରୁ ଏଥର ବାଲିଯାତ୍ରାକୁ ନୂଆ ଢଙ୍ଗରେ ଆୟୋଜନ କରିବାକୁ ପଦକ୍ଷେପ ନେଇଛି ଜିଲ୍ଲା ପ୍ରଶାସନ । ଚଳିତବର୍ଷ ବାଲିଯାତ୍ରାରେ ୪ଟି ମଞ୍ଚରେ ଅନୁଷ୍ଠିତ ହେବ ବିଭିନ୍ନ କାର୍ଯ୍ୟକ୍ରମ। ହେଲେ ପ୍ରଥମ ଦିନ କେବଳ ବୈଷ୍ଣବ ପାଣି ମଞ୍ଚରେ ଉଦ୍‌ଘାଟନୀ ଉତ୍ସବ ସହ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ପ୍ରଥମଦିନର ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ରହିଛି ରଙ୍ଗବତୀକୁ ରିମିକ୍ସ କରି ଚର୍ଚ୍ଚାରେ ଥିବା ସୋନା ମହାପାତ୍ର ଓ ଇଣ୍ଡିଆନ ଆଇଡଲ୍‌ ଋତୁରାଜ ମହାନ୍ତିଙ୍କ ଧମାକା। ବିଭିନ୍ନ ଦିନର କାର୍ଯ୍ୟକ୍ରମରେ ଦଲେର ମେହେନ୍ଦୀ, କେକେ, ଇରା ମହାନ୍ତି, ଅସୀମା ପଣ୍ଡା, ହ୍ୟୁମାନ ସାଗର, ଗୁଡୁଲି ରଥ, ଶୀତଲ ପାତ୍ର, ଗୁରୁ ରତିକାନ୍ତ ମହାପାତ୍ରଙ୍କ ଉପସ୍ଥିତି ବାଲିିଯାତ୍ରା ସାଂସ୍କୃତିକ କାର୍ଯ୍ୟକ୍ରମକୁ ରଙ୍ଗୀନ କରିବାକୁ ଯାଉଛି। ଏଥର ପଥୋତ୍ସବ, ବାଲିଯାତ୍ରା ପଡ଼ିଆକୁ ରିକ୍‌ସାରେ ଯାତ୍ରା, ତାରକସୀ ଗ୍ୟାଲେରି, ନୌବାଣିଜ୍ୟ ପ୍ରଦର୍ଶନୀ, ମହାନଦୀରେ ବୋଇତ ଯାତ୍ରା, ଅସ୍ଥାୟୀ ପୋଖରୀରେ ବୋଟିଂ ଭଳି ଅନେକ ନୂଆ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।

ପଢନ୍ତୁ: କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସାଇଲେ ଶ୍ରଦ୍ଧାଳୁ

ସମ୍ବନ୍ଧିତ ଖବର

ଜଷ୍ଟିସ୍‌ ବୋବଡେଙ୍କ ନାଁରେ ମୋହର, ୧୮ରେ ନେବେ ଶପଥ

Ratnamani Maharana

ଓଡ଼ିଶା ଉପକୂଳ ଛୁଇଁବ ନାହିଁ ବାତ୍ୟା ‘ବୁଲବୁଲ’

Ratnamani Maharana

ଦୀପାବଳିରେ ନାହିଁ ବର୍ଷା ଭୟ

Ratnamani Maharana

ଅତି ଭୟଙ୍କର ରୂପ ନେଲା ‘ବୁଲ୍‌ବୁଲ୍‌’, ରାଜ୍ୟର ବିଭିନ୍ନ ସ୍ଥାନରେ ଆରମ୍ଭ ହେଲା ବର୍ଷା

Ratnamani Maharana

୭ରେ ଲ୍ୟାଣ୍ଡଫଲ କରିବ ବାତ୍ୟା ‘ମହା’,

Ratnamani Maharana

ବଢ଼ିଲା +୨ ପ୍ରାକ୍ଟିକାଲ ପରୀକ୍ଷା ଫି’, ଥିଓରି ପରୀକ୍ଷା ଫି’ ଅପରିବର୍ତ୍ତିତ

Ratnamani Maharana