EnewsOdia.Com

କଟକ ବାଲିଯାତ୍ରାକୁ ମିଳିଲା ରାଜ୍ୟସ୍ତରୀୟ ଉତ୍ସବ ମାନ୍ୟତା

ଓଡ଼ିଶାର ସବୁଠାରୁ ବଡ ଯାତ ତଥା କଟକ ବାଲିଯାତ୍ରାକୁ ମିଳିଲା ରାଜ୍ୟ ସ୍ତରୀୟ ଉତ୍ସବ ମାନ୍ୟତା। ହଜାରେ ବର୍ଷର ସହରର ଏହି ମହୋତ୍ସବକୁ ରାଜ୍ୟସ୍ତରୀୟ ମାନ୍ୟତା ଦେବା ପାଇଁ ଦାବି ହୋଇଆସୁଥିଲା। ଏ ନେଇ ସମାଜରେ ବାରମ୍ବାର ରିପୋର୍ଟ ପ୍ରକାଶ ପାଇବା ପରେ ଶେଷରେ ରାଜ୍ୟ ସରକାର ଏହି ଦାବିକୁ ମାନି ନେଇଛନ୍ତି। ସରକାର ବାଲିଯାତ୍ରାକୁ ରାଜ୍ୟସ୍ତରୀୟ ଉତ୍ସବ ମାନ୍ୟତା ଦେଇଛନ୍ତି। ଯାହା ଦ୍ବାରା ବାଲିଯାତ୍ରା ରାଜ୍ୟସ୍ତରୀୟ ମହୋତ୍ସବରେ ପରିଣତ ହୋଇଛି। ଏଣିକି ବାଲିଯାତ୍ରା ପାଇଁ ରାଜ୍ୟ ସରକାର ଆର୍ଥିକ ସହାୟତା ଯୋଗାଇଦେବେ। ଏହା ସହ ସଂସ୍କୃତି ଓ ନଗର ଉନ୍ନନୟନ ବିଭାଗ ପକ୍ଷରୁ ସହାୟତା ଯୋଗାଇ ଦିଆଯିବ ବୋଲି ଶୁକ୍ରବାର ଲୋକସେବା ଭବନରେ ବସିଥିବା ପ୍ରସ୍ତୁତି ବୈଠକ ପରେ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, କାର୍ତ୍ତିକ ପୂର୍ଣ୍ଣିମା ବୋଇତ ବନ୍ଦାଣରୁ ଆରମ୍ଭ ହୁଏ ଓଡିଶାର ପ୍ରସିଦ୍ଧ ଗଣମହୋତ୍ସବ ବାଲିଯାତ୍ରା ପର୍ବ। ରାଜ୍ୟ ତଥା ରାଜ୍ୟ ବାହାରୁ ବିଭିନ୍ନ ବ୍ୟବସାୟୀମାନେ ଏଠାକୁ ଆସିଥାନ୍ତି। ଏଠାକୁ ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ହୋଇଥାଏ। ପୂର୍ବରୁ ବାଲିଯାତ୍ରାକୁ ଦେଶର ସବୁଠାରୁ ବଡ ବାଣିଜ୍ୟ ବ୍ୟବସାୟର ପେଣ୍ଠସ୍ଥଳ ବୋଲି ମଧ୍ୟ କୁହାଯାଏ।

ପଢନ୍ତୁ: ପୁଣି ଆସୁଛି ବର୍ଷା: ୫ରେ ବଙ୍ଗୋପସାଗରରେ ଅବପାତ ସମ୍ଭାବନା

ସମ୍ବନ୍ଧିତ ଖବର

ପୁରୁଣା ବଦଳରେ ନୂଆ ଆମ୍ବୁଲାନ୍ସ

Ratnamani Maharana

ମହାଶିବରାତ୍ରୀ ପାଇଁ ଚଳଚଞ୍ଚଳ ଶୈବପୀଠ

Ratnamani Maharana

ଭାଲେଣ୍ଟାଇନ ଡେ’ରେ ଟାର୍ଗେଟ କରିବ କଳିଙ୍ଗ ସେନା, ସୁରକ୍ଷା ଦେବ କମିସନରେଟ ପୁଲିସ

Ratnamani Maharana

‘ହୁନର ହାଟ’ରେ ‘ଲିଟ୍ଟି ଚୋଖା’ ଖାଇଲେ, ମାଟି କପ୍‌ରେ ଚା’ ପିଇଲେ ମୋଦି

Ratnamani Maharana

ପଟିଆ ବିଗ୍ ବଜାରକୁ ସିଲ୍ କଲା ବିଏମ୍‌ସି

Ratnamani Maharana

ନିର୍ଭୟା ମାମଲାରେ ଶୁଣାଣି କରି ରାୟ ସଂରକ୍ଷିତ ରଖିଲେ ଦିଲ୍ଲୀ ହାଇକୋର୍ଟ

Ratnamani Maharana