News

ନିର୍ମାଣାଧୀନ ବୋମିଖାଲ ଓଭରବ୍ରିଜ୍ ଭୁଶୁଡ଼ିବା ଘଟଣାରେ ପଣ୍ଡା ଇନଫ୍ରା ସଂସ୍ଥା ମାଲିକ ପ୍ରତାପ କିଶୋର ପଣ୍ଡା ଙ୍କ ଆତ୍ମସମର୍ପଣ

ନିର୍ମାଣାଧୀନ ଓଭରବ୍ରିଜ୍ ଭୁଶୁଡ଼ିବା ଘଟଣାରେ ପଣ୍ଡା ଇନଫ୍ରା ସଂସ୍ଥା ମାଲିକ ପ୍ରତାପ କିଶୋର ପଣ୍ଡା ଙ୍କ ଆତ୍ମସମର୍ପଣ କରଛନ୍ତି । ପ୍ରତାପ କମିଶନରେଟ୍ ପୋଲିସ ନିକଟରେ ଆତ୍ମସମର୍ପଣ କରିବା ପରେ ତାଙ୍କୁ ଗିରଫ କରାଯାଇଛି । ପ୍ରତାପଙ୍କୁ କାଲି କୋର୍ଟ ଚାଲାଣ କରାଯିବ ବୋଲି ଡିସିପି ସୂଚନା ଦେଇଛନ୍ତି । ବୋମିଖାଲ ଓଭରବ୍ରିଜ୍ ସହିତ ତାଙ୍କର ଠିକାସଂସ୍ଥା ଏବେ ସମ୍ବଲପୁର, ଜଟଣୀ ଓ ଭୁବନେଶ୍ୱରର ପୋଖରୀପୁଟରେ ଫ୍ଲାଏ ଓଭର ବ୍ରିଜ୍ ନିର୍ମାଣ କରୁଛି ।

ବମିଖାଲ ନିର୍ମାଣାଧୀନ ଓଭର ବ୍ରିଜ୍‌ ଭୁଷୁଡିବା ଘଟଣାରେ କମ୍ପାନୀର ୩ ନିର୍ଦ୍ଦେଶକ ସୁଜାତା ପଣ୍ଡାପ୍ରତାପ ପଣ୍ଡା ଓ ସନ୍ତୋଷ ପଣ୍ଡାଙ୍କ ନାମରେ ମାମଲା ରୁଜୁ ହୋଇଥିଲା । ଡିସିପି ସତ୍ୟବ୍ରତ ଭୋଇ ସୂଚନା ଦେଇଛନ୍ତି ଯେବ୍ରିଜ ଭୁଶୁଡିବା ନେଇ କେଉଁଠି କାରଣ ରହିଲା ଜେରା ଚାଲିଛି । ଅନ୍ୟ ଅଭିଯୁକ୍ତ ସଂଯୁକ୍ତା ଓ ସନ୍ତୋଷଙ୍କୁ ଖୋଜା ଚାଲିଛି। ସହକାରୀ ଯନ୍ତ୍ରୀ ବଂଶୀଧର ପ୍ରହରାଜଙ୍କୁ ମଧ୍ୟ କମିଶନରେଟ୍‌ ପୋଲିସ୍ ଗିରଫ କରିଥିଲା । କୋର୍ଟରେ ହାଜର ପରେ ତାଙ୍କୁ ଜେଲ ପଠାଯାଇଛି ।

ଏଠାରେ ଆମେ କହି ରଖୁଚୁ ଯେ, ବମିଖାଲ ଓଭର ବ୍ରିଜ୍‌ ରାଜ୍ୟ ପୂର୍ତ୍ତ ବିଭାଗ ଅଧିନରେ ଚାଲୁଥିଲା । ଓଭର ଟେଣ୍ଡର ପଣ୍ଡା ଇନ୍‌ଫ୍ରାକୁ ଦିଆଯାଇଥିଲା । ନିମିଷକ ମଧ୍ୟରେ ଭୁଷୁଡ଼ି ପଡ଼ିଥିଲା ବମିଖାଲ ନିର୍ମାଣାଧିନ ଓଭର ବ୍ରିଜ୍‌ର ଗୋଟିଏ ପାଥ୍‌ । ଏଥିରେ ଝାରପଡ଼ାର ସତ୍ୟବ୍ରତ ପଟ୍ଟନାୟକ ଘଟଣା ସ୍ଥଳରେ ମୃତ୍ୟୁବରଣ କରିଥିଲେ । ଏହା ସହିତ ସତ୍ୟ ପଟ୍ଟାନୟକଙ୍କ ଝିଅ ଓ ୧୨ ଜଣ ଶ୍ରମିକଙ୍କୁ ଗୁରୁତର ଅବସ୍ଥାରେ ବିଭିନ୍ନ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ଉଦ୍ଧାର କାର୍ୟ୍ୟ ଦୀର୍ଘ ଆଠ ଘଣ୍ଟା ଧରି ଚାଲିଥିଲା । ବର୍ତମାନ ସମସ୍ତ ଆହତଙ୍କର ଅବସ୍ଥାରେ ଉନ୍ନତି ଆସିଛି । ଖୁବ ଶୀଘ୍ର ସେମାନଙ୍କୁ ମଧ୍ୟ ଡାକ୍ତରଖାନାରୁ ଡିସ୍ଚାର୍ଜ ମିଳିବ ବୋଲି ସୂଚନା ମିଳିଛି । 

 ନିର୍ମାଣାଧୀନ ବୋମିଖାଲ ଓଭରବ୍ରିଜ୍ ଭୁଶୁଡ଼ିବା ଘଟଣାରେ ପଣ୍ଡା ଇନଫ୍ରା ସଂସ୍ଥା ମାଲିକ ପ୍ରତାପ କିଶୋର ପଣ୍ଡାଙ୍କ ଆତ୍ମସମର୍ପଣ

Related posts

ବହୁ ପ୍ରତୀକ୍ଷିତ ଓ ଚର୍ଚିତ ତିନି ତଲାକ ମାମଲାରେ ସୁପ୍ରିମକୋର୍ଟ ରାୟ ଆଜି ପ୍ରକାଶ ପାଇବ

ENO Beuro

ଓଆର୍‌ଏଚ୍‌ଡିସି ଦୁର୍ନୀତି ମାମଲା: ଆଇଏଏସ୍ ବିନୋଦ କୁମାର ଦୋଷୀ

ENO Beuro

“ୟସ୍ ସାର୍” ଏବଂ “ୟସ୍ ମ୍ୟାଡମ୍” ଭଳି ଶବ୍ଦରେ ନାହିଂ ଦେଶ ଭକ୍ତି – ବିଜୟ ଶାହା

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More