Loading...

ନୂଆ ବର୍ଷରୁ ଶ୍ରୀମନ୍ଦିର ପରିସରରେ ପାନ, ଗୁଟ୍‌ଖା ସେବନ ବନ୍ଦ

ନୂଆ ବର୍ଷରୁ ଶ୍ରୀମନ୍ଦିର ପରିସରରେ ପାନ, ଗୁଟ୍‌ଖା ସେବନ ବନ୍ଦ

ଶାଳୀନତାପୂର୍ଣ୍ଣ ପୋଷାକ ପରିଧାନ କରି ଶ୍ରୀମନ୍ଦିରକୁ ଆସିବା ନେଇ ଗତ ୨ମାସ ତଳେ ପ୍ରୟାସ ଆରମ୍ଭ କରାଯାଇଥିଲା। ଜାନୁୟାରୀ ୧ ତାରିଖଠାରୁ ନିୟମ କଡ଼ାକଡ଼ି ଭାବେ ପାଳନ କରାଯିବ। ଏ ଥିମଧ୍ୟରେ ଆଉ ଏକ ଖବରନୁସାରେ ଜାନୁୟାରୀ ୧ରୁ ଶ୍ରୀମନ୍ଦିର ପରିସରରେ ପାନ ଓ ଗୁଟ୍‌ଖା ସେବନ ଉପରେ କଟକଣା ଜାରି କରାଯାଇଛି।

ସୂଚନାନୁସାରେ, ଜାନୁୟାରୀ ୧ ତାରିଖଠାରୁ ନିୟମ କଡ଼ାକଡ଼ି ଭାବେ ପାଳନ କରାଯିବ। ବର୍ତ୍ତମାନ ଲକ୍ଷ୍ୟ କରାଯାଉଛି ଯେ, ଭକ୍ତମାନେ ଏହି ନିୟମକୁ ଶତପ୍ରତିଶତ ଅନୁପାଳନ କରୁଛନ୍ତି। ବାଧ୍ୟବାଧକତାର ଆବଶ୍ୟକତା ନାହିଁ। ସେହିପରି ପ୍ରଶାସନ ପକ୍ଷରୁ ପାନଗୁଟ୍‌ଖା ଉପରେ ସଚେତନ କରାଯାଉଛି। ସେବାୟତମାନେ ମଧ୍ୟ ନିଜେ ସଚେତନ ହେବା ସହ ଭକ୍ତଙ୍କୁ ସଚେତନ କରାଉଛନ୍ତି। ଯେଉଁମାନଙ୍କର ପାନ ଗୁଟ୍‌ଖା ଖାଇବାର ଅଛି, ସେମାନେ ଶ୍ରୀମନ୍ଦିର ବାହାରେ ଖାଆନ୍ତୁ। ଏଥିଲାଗି ଯେପରି କାହା ବିରୋଧରେ ଦଣ୍ଡବିଧାନ ନ ହେଉ ତାହା ପ୍ରଶାସନ ଚାହେଁ ବୋଲି ଦାସ ପ୍ରକାଶ କରିଛନ୍ତି। 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.