SPORTS

ଶ୍ରୀସନ୍ତଙ୍କ ଉପରୁ ଉଠିଲା ଆଜୀବନ ବାସନ୍ଦ

812804 769912 Sreesanth 750x430

ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) କ୍ରିକେଟର ଏସ.ଶ୍ରୀସନ୍ତଙ୍କ ଉପରେ ଲାଗିଥିବା ଆଜୀବନ ବାସନ୍ଦାଦେଶକୁ କୋହଳ କରି ଏହାକୁ ୭ ବର୍ଷ କରିଛି। ବିସିସିଆଇର ଏହି ନିଷ୍ପତ୍ତି ପରେ ୨୦୨୦ ସେପ୍ଟେମ୍ବର ୧୩ରେ ଶ୍ରୀସନ୍ତଙ୍କ ଏହି ପ୍ରତିବନ୍ଧକର ଅବଧି ଶେଷ ହେବ। ବିସିସିଆଇ ଲୋକପାଳ ଡିକେ ଜୈନ୍  ଏକ ନିର୍ଦ୍ଦେଶ ଜାରି କହିଛନ୍ତି, ଶ୍ରୀସନ୍ତଙ୍କ ଉପରେ ଲାଗିଥିବା ବ୍ୟାନକୁ କମାଇ ୭ ବର୍ଷ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏଠାରେ ସୂଚନାଥାଉ କି ୧୩ ସେପ୍ଟେମ୍ବର, ୨୦୧୩ରେ ଶ୍ରୀସନ୍ତଙ୍କୁ ଆଜୀବନ ବାସନ୍ଦ କରାଯାଇଥିଲା।

ଏହା ପୂର୍ବରୁ ମାର୍ଚ୍ଚ, ୨୦୧୯ରେ ସୁପ୍ରିମକୋର୍ଟ ଶ୍ରୀସନ୍ତଙ୍କ ଉପରୁ ଆଜୀବନ ବାସନ୍ଦାଦେଶ ଉଠାଇଥିଲେ। ସୁପ୍ରିମକୋର୍ଟ କହିଥିଲେ, ବିସିସିଆଇ ପାଖରେ ଶୃଙ୍ଖଳିତ କାର୍ଯ୍ୟାନୁଷ୍ଠାନ କରିବାର ସବୁ ଅଧିକାର ଅଛି। ସୁପ୍ରିମକୋର୍ଟ କହିଥିଲେ ଯେ ବିସିସିଆଇ ଶ୍ରୀସନ୍ତଙ୍କ ଉପରେ ଲଗାଇଥିବା ଆଜୀବନ ବାସନ୍ଦାଦେଶ ଉପରେ ପୁନଃବିଚାର କରୁ। ୨୦୧୫ ଜୁଲାଇରେ ଶ୍ରୀସନ୍ତ, ଅଙ୍କିତ ଚୌହାନ ଓ ଅଜିତ ଚାନ୍ଦିଲା ସହିତ ସ୍ପଟ୍ ଫିକ୍ସିଂ ମାମଲାରେ ସମସ୍ତ ୩୬ଜଣଙ୍କ ନାମରେ ପଟିଆଲା ହାଉସ୍  କୋର୍ଟ ଅପରାଧିକ ମାମଲାରୁ ମୁକ୍ତ କରିଥିଲା।

ପଢନ୍ତୁ: ଆଜିଠୁ ଦକ୍ଷିଣ ଓଡିଶାରେରେ ବର୍ଷା, ୨୪ ଘଣ୍ଟାରେ ୪ ଜିଲାରେ ପ୍ରବଳ ବର୍ଷା

Related posts

ଏସିଆ କପ୍‌ ହକି ପ୍ରତିଯୋଗିତା ବିଜେତାମାନଙ୍କୁ ମିଳିବ ୧ ଲକ୍ଷ ଟଙ୍କାର ଆର୍ଥିକ ପୁରସ୍କାର – ହକି ଇଣ୍ଡିଆ

ENO Beuro

ଶୋଚନୀୟ ପରାଜୟ; ଭାରତ ୧୩୫ ରନରେ ପରାସ୍ତ

ENO Beuro

ପରଲୋକରେ ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ଅଜିତ ୱାଡେକର

ENO Beuro

Leave a Comment