• Home
  • News
  • ମୋଦିଙ୍କର ବିମୁଦ୍ରାକରଣ : ନୋଟବନ୍ଦୀ ପରେ ଏବେ ମୁଦ୍ରାବନ୍ଦୀ
News

ମୋଦିଙ୍କର ବିମୁଦ୍ରାକରଣ : ନୋଟବନ୍ଦୀ ପରେ ଏବେ ମୁଦ୍ରାବନ୍ଦୀ

ମୋଦି ସରକାର ନୋଟବନ୍ଦୀ ପରେ ଏବେ ମୁଦ୍ରାବନ୍ଦୀ କରିବାକୁ ଯାଉଛନ୍ତି।

ମୋଦି ସରକାର ଆର୍ଥିକ ସ୍ଥିତିରେ ଅନେକ ବଡ ଧରଣର ପରିବର୍ତ୍ତନ ଆଣିସାରିଛନ୍ତି । ଯାହାର ପ୍ରଭାବ ଏବେବି ଲୋକମାନଙ୍କଠାରେ ଦେଖାଦେଇଛି । ମୋଦିଙ୍କର ବିମୁଦ୍ରାକରଣ ଭଳି ଐତିହାସିକ ନିଷ୍ପତିକୁ ଲୋକେ ନଭୁଲୁଣୁ ଏବେ ପୁଣି ଗୋଟିଏ ସମସ୍ୟା ସୃଷ୍ଟି ହେବାକୁ ଯାଉଛି । ଆଉ ସେ ହେଉଛି ‘ମୁଦ୍ରାବନ୍ଦୀ’ ।

ସୂଚନା ଅନୁସାରେ , ନୋଏଡା, ମୁମ୍ବାଇ, କୋଲକାତା ଏବଂ ହାଇଦ୍ରାବାଦରେ ଥିବା ମୁଦ୍ରାଶାଳରୁ ବର୍ତ୍ତମାନ ମୁଦ୍ରା ତିଆରିକୁ ଏକପ୍ରକାରେ ବନ୍ଦ କରିଦିଆଯାଇଛି । କାରଣ ଏହି ୪ଟି ସ୍ଥାନରେ ହିଁ ଭାରତୀୟ ମୁଦ୍ରା ତିଆରି କରାଯାଇଥାଏ ।

ଆରବିଆଇର ଜଣେ ଅଧିକାରୀଙ୍କ ସୂଚନା ଅନୁସାରେ, ଗତ ମଙ୍ଗଳବାରଠାରୁ ଏହି ମୁଦ୍ରା ତିଆରି ବନ୍ଦ କରି ଦିଆଯାଇଥିବା ଜଣାପଡିଛି । କୁହାଯାଉଛି କି, ବିମୁଦ୍ରାକରଣ ସମୟରେ ବହୁ ପରିମାଣରେ ମୁଦ୍ରା ତିଆରି କରାଯାଇଥିଲା । ତେଣୁ ଏହାକୁ ନିୟନ୍ତ୍ରଣକୁ ନେବା ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି । ଜାନୁଆରି ୮ ତାରିଖ ସୁଦ୍ଧା ପ୍ରାୟ ୨୫ ଶହ ମିଲିଅନ ଖଣ୍ଡ ମୁଦ୍ରା ଗଚ୍ଛିତ ରହିଛି ବୋଲି ଜଣାପଡିଛି । ତେଣୁ ପରବର୍ତ୍ତୀ ନିଷ୍ପତି ନିଆଯିବା ଯାଏଁ ଟଙ୍କାଶାଳ ବନ୍ଦ ରହିବ ବୋଲି କହିଛି ଆରବିଆଇ ପକ୍ଷରୁ ସୂଚନା ମିଳିଛି ।

ଆପଣମାନେ ଜାଣିଛନ୍ତି ମଧ୍ୟ, ୮ ନଭେମ୍ବର, ୨୦୧୬ରେ ମୋଦି ସରକାର ନୋଟବନ୍ଦୀ ନିଷ୍ପତି ନେଇଥିଲେ । ଯାହାଦ୍ୱାରା ପୁରୁଣା ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟର ପ୍ରଚଳନକୁ ସଂପୂର୍ଣ୍ଣ ଭାବେ ବନ୍ଦ କରିଦିଆଯାଇଥିଲା । ତେବେ ମୋଦିସରକାରଙ୍କ ଏଭଳି ନିଷ୍ପତି ପଛର ଏକମାତ୍ର ଉଦ୍ଦେଶ୍ୟ ରହିଥିଲା ଦେଶରୁ କଳାଧନର ମୂଳୋତ୍ପାଟକ କରିବା ।

ମୋଦିଙ୍କର ବିମୁଦ୍ରାକରଣ : ନୋଟବନ୍ଦୀ ପରେ ଏବେ ମୁଦ୍ରାବନ୍ଦୀ coin

ପଢନ୍ତୁ;

ଅଧିକ ଲୁଣ ଖାଉଛନ୍ତି କି? ଏହା ଦେହ ପ୍ରତି ହାନିକରିକ ଅଟେ । ଜାଣନ୍ତୁ ଏହାର କାରଣ କ’ଣ

Related posts

ମୋବାଇଲ ଆପ୍ ସାହାଯ୍ୟରେ ଦୁର୍ଘଟଣାର ସୂଚନା ପାଇବେ ପରିବାର ଲୋକ ଓ ପୋଲିସ

Krishna Kumar Manoj

ତୃତୀୟ ବିଶ୍ୱଯୁଦ୍ଧ: ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ନିଜ ସେନାକୁ କହିଲା ରୁଷ!

Krishna Kumar Manoj

କାଳବୈଶାଖୀ ତାଣ୍ଡବ: ବଜ୍ରପାତରେ ଜଳିଗଲା ୪ ପରିବାରର ୮ ବଖରା

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More