Recipes & Food

ଆସନ୍ତୁ ଜାଣିବା କେମିତି ପ୍ରସ୍ତୁତ ହୁଏ କଦଳୀ ବରା

ଆବଶ୍ୟକ ସାମଗ୍ରୀ

ଛଅଟି ଛୋଟ କଞ୍ଚା କଦଳୀ,୪ଟି ଗୁଜୁରାତି,ଖୁଦ ଭଳି କଟା ହୋଇଥିବା ୩ ଇଞ୍ଚ ଲମ୍ବର ଅଦା,କୋଡ଼ିଏଟି ଭ୍ରୁର୍ସୁଙ୍ଗ ପତ୍ର,ଗୋଟା ଜୀରା ଚାମୁଚେ,ଗୋଟା ଧନିଆ ଚାମୁଚେ, ଅଳେଇଚ ଏକଟି,ଗୋଲମରିଚ ଦଶଟି,ସ୍ଵାଦ ଅନୁସାରେ ଲୁଣ ଏବଂ ଭାଜିବା ପାଇଁ ତେଲ।

ପ୍ରସ୍ତୁତି ପ୍ରଣାଳୀ

ଗୋଟେ ଚାମଚ ଲୁଣ ପକାଇ କଦଳୀକୁ ନରମ ହେଲା ପର୍ଯ୍ୟନ୍ତ ଶିଝାନ୍ତୁ।ଏହାପରେ,କଦଳୀର ଚୋପା ଛଡାଇ ଦିଅନ୍ତୁ।ଚୋପା ଛଡ଼ାଇବା ପରେ ତାକୁ ଭଲଭାବେ ଚକଟି ଦିଅନ୍ତୁ। ଅଳେଇଚ,ଗୁଜୁରାତି,ଗୋଲମରିଚ,ଧନିଆ ଓ ଜୀରାକୁ ଦୁଇ ମିନିଟ ପାଇଁ ପଲମରେ ଶୁଖିଲା ଭାଜି ହେମଦସ୍ତା ବା ମିକ୍ସିରେ ଗୁଣ୍ଡ କରି ଦିଅନ୍ତୁ।

କଟା ଅଦା ଓ ଭ୍ରୁସଙ୍ଗ ପତ୍ରକୁ ଛେଚି ଦିଅନ୍ତୁ। ତାପରେ, ଏହି ସବୁ ଗୁଣ୍ଡ ଓ ଛେଚା ମସଲାକୁ ଲୁଣ ସହିତ ଚକଟା କଦଳିରେ ମିଶାଇ ଦିଅନ୍ତୁ । ପଲମରେ ଅଳ୍ପ ତେଲ ଦେଇ ଧୀମା ଆଞ୍ଚରେ ଦୁଇ ଇଞ୍ଚ ବ୍ୟାସର ଛୋଟ ଛୋଟ ବରା କରି ଭାଜନ୍ତୁ ଏବଂ ଗରମା ଗରମ କଦଳୀ ବରା ଖାଇବାର ଆନନ୍ଦ ଉପଭୋଗ କରନ୍ତୁ।

 

ପଢନ୍ତୁ;ବିଏସପି ମୁଖ୍ୟ ମାୟାବତୀ ଆସିବେ ଜଯପୁର

 

Related posts

ପ୍ରସ୍ତୁତ କରନ୍ତୁ କ୍ୟାପ୍‌ସିକମ୍‌ ଓ ବେସନ ତରକାରୀ, ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ

ENO Beuro

ଘରେ ପ୍ରସ୍ତୁତ କରନ୍ତୁ ପାଳଙ୍ଗ ବରା

ENO Beuro

ଆସନ୍ତୁ ଜାଣିବା କେମିତି ପ୍ରସ୍ତୁତି ହୁଏ ପୋହଳା ବେସର ?

ENO Beuro

Leave a Comment