ଆଜି ପୂର୍ବାହ୍ନ ୧୧ଟା ୧୦ ମିନିଟ୍ ସମୟରେ ପୁଣି ପୁରୀରୁ ହାୱଡ଼ାକୁ ବନ୍ଦେ ଭାରତ ଏକ୍ସପ୍ରେସ୍ର ଟ୍ରାଏଲ ରନ। ଆସନ୍ତା ୧୮ ତାରିଖ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ଉଦ୍ଘାଟନ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ଭିଡିଓ କନ୍ଫରେନ୍ସିଂ ଜରିଆରେ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ପୁରୀ ଷ୍ଟେସନ୍ ଏବେ ଉତ୍ସବ ମୁଖରିତ। ଏଥିପାଇଁ ଷ୍ଟେସନ୍ ବାହାରେ ପ୍ରବେଶ ପଥରେ ଏକ ବଡ଼ ସ୍କ୍ରିନ୍ରେ ଭିଡିଓ କନ୍ଫରେନ୍ସିଂକୁ ଜନସାଧାରଣ ଦେଖିପାରିବେ। ଏହି ଅବସରରେ ପୁରୀ ଷ୍ଟେସନରେ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ଗୌତମ, କେନ୍ଦ୍ର ଉଚ୍ଚ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।