‘ବନ୍ଦେ ଭାରତ ଏକ୍ସପ୍ରେସ୍‌’ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

train

ଗଡିଲା ବନ୍ଦେ ଭାରତ ଏକ୍ସପ୍ରେସ୍‌

ଦେଶର ପ୍ରଥମ ସେମି-ହାଇ ସ୍ପିଡ ଟ୍ରେନ ‘ବନ୍ଦେ ଭାରତ ଏକ୍ସପ୍ରେସ୍‌’କୁ ଶୁକ୍ରବାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ନୂଆଦିଲ୍ଲୀ ରେଳ ଷ୍ଟେସନରୁ ସେ ଏହି ମେକ ଇନ ଇଣ୍ଡିଆ ଟ୍ରେନକୁ ପତାକା ଦେଖାଇ ଗଡାଇଛନ୍ତି। ପୁଲୱାମା ଆତଙ୍କବାଦ ଆକ୍ରମଣକୁ ନେଇ ଦେଶରେ ଏକ ଦୁଖଃଦ ପରିବେଶ ମଧ୍ୟରେ ଏହାର ଉଦଘାଟନ ହୋଇଛି।

୩୦ ବର୍ଷର ପୁରୁଣା ଶତାବ୍ଦୀ ଏକ୍ସପ୍ରେସ୍‌ ବଦଳରେ ଏହି ଦ୍ରୁତଗାମୀ ‘ବନ୍ଦେ ଭାରତ ଏକ୍ସପ୍ରେସ୍‌’ ଚଳାଚଳ କରିବ। ସଂପୂର୍ଣ୍ଣ ଭାରତୀୟ ଜ୍ଞାନ କୌଶଳରେ ନିର୍ମିତ ଏହି ଟ୍ରେନ୍‌ ପାଖାପାଖି ଘଣ୍ଟାପ୍ରତି ୧୬୦ କିଲୋମିଟର ବେଗରେ ଚାଲିବ।

ଏହି ଟ୍ରେନ ଚଳାଚଳ ଆସନ୍ତା ୧୭ ତାରିଖରୁ ଆରମ୍ଭ ହେବ। ଦିଲ୍ଲୀରୁ ବାରଣାସୀରେ ପହଞ୍ଚିବା ପାଇଁ ଟ୍ରେନକୁ ୮ ଘଣ୍ଟା ସମୟ ଲାଗିବ। ସୋମବାର ଓ ଗୁରୁବାର ବ୍ୟତୀତ ଅନ୍ୟ ସବୁଦିନ ଏହି ଟ୍ରେନ ଚଳାଚଳ କରିବ ବୋଲି ଜଣାଯାଇଛି। ଯାତ୍ରୀ ପିଛା ଏକଜିକ୍ୟୁଟିଭ କ୍ଲାସର ଟିକଟ ମୂଲ୍ୟ ୩୩୧୦ ଟଙ୍କା ଏବଂ ଚେୟାର କାର୍‌ର ଟିକଟ ମୂଲ୍ୟ ୧୭୬୦ ଟଙ୍କା ରହିଛି। ଚେନ୍ନାଇସ୍ଥିତ ଇଣ୍ଟିଗ୍ରାଲ କୋଚ୍ ଫ୍ୟାକ୍ଟ୍ରିରେ ଏହି ଟ୍ରେନ ୧୮ ମାସ ମଧ୍ୟରେ ନିର୍ମାଣ ହୋଇଥିଲା। ଫଳରେ ପ୍ରଥମେ ଏହି ଟ୍ରେନର ନାମ ‘ଟ୍ରେନ ୧୮’ ରଖାଯାଇଥିଲାବେଳେ ପରେ ଏହାର ନାମ ବଦଳା ଯାଇଥିଲା।

ପଢନ୍ତୁ;  ଅନ୍ୟର ଏହି ୬ଟି ଜିନିଷ ଭୁଲରେ ବି ବ୍ୟବହାର କରନ୍ତୁ ନାହିଁ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More