• Home
  • Entertainment
  • ‘ବ୍ୟାଙ୍ଗ୍‌ ବ୍ୟାଙ୍ଗ୍‌’ର ସିକ୍ୱେଲ୍‌ରେ ନଜର ଆସିବେ ଏହି ସୁପରହିଟ ଯୋଡି
Entertainment

‘ବ୍ୟାଙ୍ଗ୍‌ ବ୍ୟାଙ୍ଗ୍‌’ର ସିକ୍ୱେଲ୍‌ରେ ନଜର ଆସିବେ ଏହି ସୁପରହିଟ ଯୋଡି

‘ବ୍ୟାଙ୍ଗ୍‌ ବ୍ୟାଙ୍ଗ୍‌’ର ସିକ୍ୱେଲ୍‌ରେ ରିତିକ୍‌ ଓ କାଟ୍ରିନା

ପୁଣି ଥରେ ପରଦାରେ ଏକାଠି ହେବେ ରିତିକ୍‌ ରୋଶନ୍‌ ଓ କାଟ୍ରିନା କୈଫ୍‌ । ୨୦୧୪ରେ ମୁକ୍ତି ଲାଭ କରିଥିବା ‘ବ୍ୟାଙ୍ଗ୍‌ ବ୍ୟାଙ୍ଗ୍‌’ର ସିକ୍ୱେଲ୍‌ରେ ଦୁହେଁ ପୁଣି ନଜର ଆସିବେ ଏହି ଯୋଡି । ସେତେବେଳେ ଦୁହେଁ ମୁଖ୍ୟ ଭୂମିକରେ ଥିଲେ ଏବେ ବି ରହିବେ । ନିର୍ଦେଶକ ସିଦ୍ଧାର୍ଥ ଆନନ୍ଦ ସ୍ଥିର କରି ସାରିଛନ୍ତି ପୂର୍ବ ସିନେମାର କଳାକାରଙ୍କୁ ନେଇ ଏ ସିନେମା କରିବେ ।

ଜୋୟା ଅଖତାରଙ୍କ ‘ୟେ ଜିନ୍ଦେଗି ନା ମିଲେଗା ଦୋବାରା’ ପରେ ‘ବ୍ୟାଙ୍ଗ୍‌ ବ୍ୟାଙ୍ଗ୍‌’ରେ ରିତିକ୍‌ ଓ କାଟ୍ରିନା ଏକାଠି ପରଦାରେ ଦେଖିବାକୁ ମିଳିଥିଲା । ଦୀର୍ଘଦିନ ପରେ ପୁଣି ସେମାନେ ଏକାଠି ହେବାକୁ ଯାଉଛନ୍ତି ।

ଏହି ସିନେମାର ଟାଇଟଲ୍‌ ‘ବ୍ୟାଙ୍ଗ୍‌ ବ୍ୟାଙ୍ଗ୍‌-ରିଲୋଡେଡ଼୍‍’ ରଖା ଯାଇଥିବା ଜଣା ଯାଇଛି । ଏବେଠାରୁ ଆକଳନ କରାଯାଉଛି ଯେ, ରିତିକ୍‌-କାଟ୍ରିନା ଯୋଡ଼ିଙ୍କର ଏହି ସିକ୍ୱେଲ୍‌ ବି ବକ୍ସ ଅଫିସ୍‌ରେ ସଫଳତାକୁ ଦୋହରାଇବ ।

ରିତିକ୍‌ ରୋଶନ୍‌ ସଂପ୍ରତି ‘ସୁପର୍‌-୩୦’ର ସୁଟିଂ ରେ ବ୍ୟସ୍ତ ଅଛନ୍ତି । ତେଣେ କାଟ୍ରିନା ‘ଠଗ୍‌ସ ଅଫ୍‌ ହିନ୍ଦୋସ୍ତାନ୍‌’ରେ ବ୍ୟସ୍ତ ଅଛନ୍ତି । କାଟ୍ରିନା ବରୁଣ ଧଓ୍ଵନ୍‌ଙ୍କ ସହ ମଧ୍ୟ ଏକ ଫିଲ୍ମ ସାଇନ୍‌ କରିଛନ୍ତି। ତେଣେ ରିତିକ୍‌ ରୋଶନ୍‌ଙ୍କ ‘କ୍ରିସ୍‌-୪’ ବି ଲାଇନ୍‌ରେ ଅଛନ୍ତି ।

‘ବ୍ୟାଙ୍ଗ୍‌ ବ୍ୟାଙ୍ଗ୍‌’ର ସିକ୍ୱେଲ୍‌ରେ ନଜର ଆସିବେ ଏହି ସୁପରହିଟ ଯୋଡି hritik and katrina

ପଢନ୍ତୁ ;

ସ୍ଵାସ୍ଥ୍ୟ ଓ ସୌନ୍ଦର୍ଯ୍ୟ ପାଇଁ ଅଁଳା କେତେ ଉପକାରୀ ଜାଣନ୍ତୁ ?

Related posts

ଆର ପାରିରେ ଓଡିଆ ଚଳଚିତ୍ର ଜଗତର ଜଣାଶୁଣା ଅଭିନେତ୍ରୀ, ପ୍ରଯୋଜିକା ପାର୍ବତୀ ଘୋଷ

Krishna Kumar Manoj

ଟ୍ୱିଟର ଉପରେ ରାଗିଲେ ବିଗ୍‌ ବି ! ଅସନ୍ତୋଷ ଜାହିର କରି ଟ୍ୱିଟର ଛାଡିବା ପାଇଁ ଧମକ ଦେଲେ

Krishna Kumar Manoj

ଫିଲ୍ମ ସୁଟିଂରେ ଅଘଟଣ : ଅଭିନେତା ଅନୁଭବ ମହାନ୍ତି ଆହତ

Krishna Kumar Manoj

2 comments

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More