SPORTS

ଏସିଆ କପ୍: ପାକିସ୍ତାନ ୩୭ ରନରେ ହାରିଲା

ban

ଭାରତ- ବାଂଲାଦେଶ ଫାଇନାଲ

ଶେଷ ସୁପର୍-୪ ମ୍ୟାଚରେ ପାକିସ୍ତାନକୁ ୩୭ ରନରେ ହରାଇ ବାଂଲାଦେଶ ଫାଇନାଲରେ ପହଞ୍ଚିଯାଇଛି। ଗତ ଥର ମଧ୍ୟ ଭାରତ ଓ ବାଂଲାଦେଶ ଫାଇନାଲ୍ ଖେଳିଥିଲେ। ଏସିଆ କପ୍ ର ଫାଇନାଲ୍ ମ୍ଯାଚ୍ ରେ ଶୁକ୍ରବାର ଭାରତ ପୁଣି ଥରେ ଭେଟିବ ବାଂଲାଦେଶକୁ।

ban

ମୁସ୍‍ଫିକୁର ରହିମ୍‍ଙ୍କ ୯୯ ରନ୍‍ର ଇନିଂସ ବଳରେ ପ୍ରଥମେ ବ୍ୟାଟିଂକରି ବାଂଲାଦେଶ ୪୮.୫ ଓଭରରେ ୨୩୯ ରନ୍‍କରି ଅଲ୍‍ଆଉଟ ହୋଇଥିଲା। ୧୨ ରନ୍‍ରେ ୩ଟି ୱିକେଟ ହରାଇବା ସତ୍ତ୍ବେ ମୁସ୍‍ଫିକୁର ଓ ମହମ୍ମଦ ମିଠୁନ୍‍ଙ୍କ ଅର୍ଦ୍ଧଶତକ ବଳରେ ବାଂଲାଦେଶ ଏହି ସ୍କୋର୍‍ କରି ପାରିଥିଲା। ପରେ ଇମାମ୍‍ ଉଲ୍‍ ହକ୍‍ଙ୍କ ୮୩ ରନ୍‍ର ଇନିଂସ ସତ୍ତ୍ବେ ପାକିସ୍ତାନ ୯ ୱିକେଟରେ ୨୦୨ ରନ୍‍ କରି ପାରିଥିଲା। ଏହି ବିଜୟ ସହ ସୁପର ଫୋର୍‍ ପର୍ଯ୍ୟାୟରେ ଭାରତ ପଛକୁ ବାଂଲାଦେଶ ୨ୟ ସ୍ଥାନରେ ରହିଛି। ସୁପର ଫୋର୍‍ ପର୍ଯ୍ୟାୟରେ ବାଂଲାଦେଶକୁ ସହଜରେ ଭାରତ ପରାସ୍ତ କରିଥିଲା।

ସୂଚନାଯୋଗ୍ୟ, ଏହି ମ୍ୟାଚକୁ ମିଶାଇ ଭାରତ ଏସିଆ କପ୍‌ ଫାଇନାଲ୍‌ରେ ୧୦ମ ଥର ପାଇଁ ପ୍ରବେଶ କରିଛି। ଦଳ ୬ ଥର ଚାମ୍ପିଅନ୍ ହୋଇଥିବା ବେଳେ ୫ ଥର ରନର୍ସ ଅପ୍ ହୋଇଥିଲା। ସେହିପରି ବାଂଲାଦେଶ ୨୦୧୨ ଓ ୨୦୧୬ରେ ଏସିଆ କପ୍ ଫାଇନାଲ୍‌ରେ ପ୍ରବେଶ କରିଥିଲା। ୨୦୧୨ରେ ଦଳ ପାକିସ୍ତାନଠାରୁ ହାରିଥିଲା ଓ ୨୦୧୬ରେ ଭାରତଠାରୁ ହାରିଥିଲା।

ପଢନ୍ତୁ; ମହିଳା ସଶକ୍ତୀକରଣ ପାଇଁ ଚିନ୍ତାଧାରାରେ ପରିବର୍ତ୍ତନ ହେବା ଆବଶ୍ୟକ:ଉପ ରାଷ୍ଟ୍ରପତି

Related posts

ଆରସିବିର ସହକାରୀ କୋଚ ଭାବେ ନିଯୁକ୍ତ ହେଲେ ନେହେରା

ENO Beuro

ପଞ୍ଚମ ଦିନିକିଆ: ଶ୍ରୀଲଙ୍କା ୧୭୮ ରନରେ ବିଜୟୀ

ENO Beuro

ୟୁଏସ ଓପନ:ସେରେନା-ଓସାକା ଫାଇନାଲ ମୁକାବିଲା

ENO Beuro

Leave a Comment