SPORTS

ହାଇଦ୍ରାବାଦକୁ ୧୪ରନ୍ ରେ ହରାଇଲା ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର!

ଆରସିବିକୁ ଜିତାଇଲା ଏବି ,ମୋଇନ

ହାଇଦ୍ରାବାଦକୁ ୧୪ ରନରେ ପରାସ୍ତ କଲା ବେଙ୍ଗାଲୁରୁ। ସ୍ଥାନୀୟ ଏମ.ଚିନ୍ନାସ୍ୱାମୀ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଚର୍ସ ବାଙ୍ଗାଲୋର ସନରାଇଜର୍ସ ହାଇଦ୍ରାବାଦକୁ ହରାଇ ବାଜିମାତ୍‌ କରିଛି। ପ୍ରଥମେ ବ୍ୟାଟିଂ କରି ବାଙ୍ଗାଲୋର ୨୧୮ରନ୍ କରିଥିଲା । ଡିଭିଲିଅର୍ସ ୬୯ ଏବ୍ଂ ମୋଇନ ଅଲ୍ଲୀ୬୫ ରନ୍ କରିଥିଲେ । ଜବାବରେ ହାଇଦ୍ରାବାଦ ୱିଲିଅମସନ୍ଙ୍କ ୮୧ ଏବଂ ମନିଷ ପାଣ୍ଡେଙ୍କ ୬୨ ରନ୍ ବଳରେ ୨୦୪ ରନ୍ କରିପାରିଥିଲା । ସେପଟେ ଆଇପିଏଲରେ ଆଜି ଗୋଟିଏ ମ୍ୟାଚ୍ ରହିଛି । ରାତି ୮ଟାରେ ଦିିଲ୍ଲୀରେ ଚେନ୍ନାଇ ସୁପର କିଙ୍ଗସକୁ ଭେଟିବ ଦିଲ୍ଲୀ ଡେୟାର ଡେଭିଲ୍ସ।

ସର୍ଫରାଜ ଖାନ୍‌ ମାତ୍ର ୮ ବଲ୍‌ରୁ ୨୨ ରନ୍‌ର ଅପରାଜିତ ପାଳି ଖେଳି ଆର୍‌ସିବି ସ୍କୋରକୁ ୨୦୦ ରନ୍‌ ପାର କରାଇ ଦେଇଥିଲେ। ଚଳିତ ଋତୁରେ ହାଇଦ୍ରାବାଦ ବିପକ୍ଷରେ ଏହା ସପ୍ତମ ୨୦୦ରୁ ଅଧିକ ଦଳଗତ ସ୍କୋର ଥିଲା।

ଅନ୍ୟ ପକ୍ଷରେ ହାଇଦ୍ରାବାଦ ସେହି ୧୩ ମ୍ୟାଚ୍‌ରୁ ଚତୁର୍ଥ ପରାଜୟ ବରଣ କରିଥିଲା। ଡିଭିଲିୟର୍ସଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ପ୍ଲେ ଅଫ୍‌ ପ୍ରବେଶ ଦୃଷ୍ଟିରୁ କର ବା ମର ସ୍ଥିତିରେ ଥିବା ଆର୍‌ସିବି ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିଲା। ପ୍ରଥମ ଓଭରର ଶେଷ ବଲ୍‌ରେ ପାର୍ଥିବ ପଟେଲ ଏବଂ ପଞ୍ଚମ ଓଭରରେ ଅଧିନାୟକ ବିରାଟ କୋହଲିଙ୍କୁ ହରାଇ ସଙ୍କଟରେ ପଡ଼ିଥିଲା।ହାଇଦ୍ରାବାଦ ମାତ୍ର ୨୦୪ ରନରେ ହିଁ ଅଟକି ଯାଇଥିଲା। ଦଳ ପକ୍ଷରୁ କେନ ୱିଲିୟମ୍ସ ୮୧ ରନ ଓ ମନିଶ ପାଣ୍ଡେ ୬୨ ରନ କରିଥିଲେ। ହାଇଦ୍ରାବାଦ ପକ୍ଷରୁ ରସିଦ ଖାଁ ୨୭ ରନ ଦେଇ ୩ଟି ଉଇକେଟ୍ ନେଇଥିବା ବେଳେ ସିଦ୍ଧାର୍ଥ କଲ ୪୪ ରନ ଦେଇ ଟି ଉଇକେଟ ନେଇଥିଲେ।

ପଢନ୍ତୁ; ଘିମିରି ସମସ୍ୟାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି କି? ତେବେ ଆପଣାନ୍ତୁ ଏହି ଘରୋଇ ଉପଚାର

Related posts

ଧୋନି କାହିଁକି ହେଲମେଟରେ ତ୍ରିରଙ୍ଗା ଲଗାଇବା ବନ୍ଦ କରିଦେଲେ? ଜାଣନ୍ତୁ କାରଣ କଣ

ENO Beuro

ମାଲେସିଆ ମାଷ୍ଟର୍ସ : ସେମିଫାଇନାଲରେ ସାଇନା

ENO Beuro

ଆଜିଠୁ ଗୋଲ୍ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରିଡା

ENO Beuro

1 comment

Leave a Comment