Entertainment

ଚର୍ଚ୍ଚାରେ ଓଲିଉଡ ଡିଭା ଅର୍ଚ୍ଚିତା,ବାଙ୍ଗାଲୁରୁ ଫ୍ୟାଶନ ୱିକ ରାମ୍ପରେ ଦେଖାଇଲେ ଜଲୱା

ବେଙ୍ଗାଲୁରୁ ଫ୍ୟାଶନ ଉଇକ୍‍ରେ ଅର୍ଚ୍ଚିତା

ପୁଣି ଚର୍ଚ୍ଚାରେ ଓଲିଉଡ ଡିଭା ଅର୍ଚ୍ଚିତ। ବାଙ୍ଗାଲୁରୁ ହୋଇଥିବା ଫ୍ୟାଶନ ୱିକରେ ରାମ୍ବ ୱାକ କରି ଅର୍ଚ୍ଚିତା ସମସ୍ତଙ୍କ ମନ କିଣିଥିଲେ। ଫିଲ୍ମରେ ନିଜର ଆକ୍ଟିଂ ହେଉ କି ରାମ୍ପରେ ନିଜର ଜଲୱା ଦେଖାଇବା ସବୁଥିରେ ସେ ନମ୍ବର ୱାନ ରହି ଆସିଛନ୍ତି।

archita

ଓଡ଼ିଆ ଡିଜାଇନର କୁମାର ଗୁରୁ ମିଶ୍ର (ବ୍ରାଣ୍ଡ୍‍-ଜି)ଙ୍କ ପାଇଁ ସେ ସାଜିଥିଲେ ଶୋ’ ଷ୍ଟପର୍‍। ଅର୍ଚ୍ଚିତାଙ୍କ ଚମତ୍କାରିତା ପ୍ରଭାବିତ କରିଥିଲା ଉପସ୍ଥିତ ବିଚାରକ ଓ ଦର୍ଶକଙ୍କୁ। ଅର୍ଚ୍ଚିତା କହିଛନ୍ତି ଯେ , ଜଣେ ଓଡ଼ିଆ ଡିଜାଇନରଙ୍କ ପାଇଁ ଶୋ’ ଷ୍ଟପର୍‍ ହେବା ମୋ ପାଇଁ ସୌଭାଗ୍ୟ।

ramp

ସୂଚନାଯୋଗ୍ୟ, ପୂର୍ବରୁ ଅର୍ଚ୍ଚିତା ମିସ୍‍ ଇଣ୍ଡିଆ ପ୍ରତିଯୋଗିତାରେ ସାମିଲ ହୋଇ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି। ଅଭିନୟ ବ୍ୟତୀତ ଫ୍ୟାଶନ୍‍, ସୁନ୍ଦରୀ ପ୍ରତିଯୋଗିତାରେ ଭାଗ ନେବାରେ ରୁଚି ରଖନ୍ତି ସେ। ଏବେ ତାଙ୍କ ଅଭିନୀତ ଓଡ଼ିଆ ଚଳଚ୍ଚିତ୍ର ‘ଚମ୍ପିଆନ୍‍’ର ପ୍ରସ୍ତୁତି ଜାରି ରହିଛି। ଯେଉଁଥିରେ ଦର୍ଶକ ତାଙ୍କୁ ଭିନ୍ନ ଭିନ୍ନ ଭୂମିକାରେ ଦେଖିବାକୁ ପାଇବେ।

 

ପଢନ୍ତୁ;ଓମଫେଡ ଜରି ଓ ପ୍ଲାଷ୍ଟିକ ପାଣି ବୋତଲ ଫେରାଇଲେ ମିଳିବ ଅର୍ଥ

Related posts

ନୀରବ ମୋଦିଙ୍କ ସହ ହୋଇଥିବା ସବୁ ଚୁକ୍ତିରୁ ଓହରିଲେ “ପ୍ରିୟଙ୍କା”

ENO Beuro

ପୁଣି ଛୋଟ ପରଦାକୁ ଏକାଠି ଫେରିବେ ସୁଶାନ୍ତ ଓ ଅଙ୍କିତା

ENO Beuro

ଖୁବ ଶୀଘ୍ର ନିର୍ମାଣ ହେବାକୁ ଯାଉଛି ୨୦୦୮ର ହିଟ୍‌ ଫିଲ୍ମ ଦୋସ୍ତାନାର ସ୍ୱିକେଲ

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More