ନ୍ୟୁଜିଲାଣ୍ଡ ମସଜିଦ୍‌ରେ ଗୁଳିକାଣ୍ଡ: ଆକସ୍ମିକ ଗୁଳିମାଡ଼ରୁ ବର୍ତ୍ତିଲେ ବାଂଲାଦେଶ୍‌ର କ୍ରିକେଟ୍‌ ଟିମ୍‌

chrch in newzland

ନ୍ୟୁଜିଲ୍ୟାଣ୍ଡ ଗ୍ରସ୍ତରେ ଥିବା ବାଂଲାଦେଶ ଟିମ  ଆକସ୍ମିକ ଗୁଳିମାଡରୁ ଅଳ୍ପକେ ବର୍ତ୍ତୀଛନ୍ତି। ଆସନ୍ତାକାଲି ନ୍ୟୁଜିଲାଣ୍ଡ ଖ୍ରୀଷ୍ଟଚର୍ଚ୍ଚ  ସହରର ଦୁଇଟି ମସଜିଦରେ ଅଜଣା ଆତତାୟୀମାନେ ଅନ୍ଧାଧୁନିଆ ଗୁଳିଚାଳନା କରିଛନ୍ତି । ବାଂଲାଦେଶ କ୍ରିକେଟ୍ ର୍ବୋର୍ଡର ମୁଖପାତ୍ର ଜଲାଲ ୟୁନୁସ୍ କହିଛନ୍ତି, ଟିମ୍‌ର ଅଧିକାଂଶ ଖେଳାଳି କ୍ରାଏଷ୍ଟଚର୍ଚ୍ଚ ସ୍ଥିତ ଏକ ମସ୍‌ଜିଦ୍‌କୁ ଯାଇଥିଲେ। ସେମାନେ ମସ୍‌ଜିଦ୍‌ରେ ପ୍ରବେଶ କରିବା ପୂର୍ବରୁ ହିଁ ଗୁଳିମାଡ଼ ହୋଇଥିଲା। ଟିମ୍‌ର ସଦସ୍ୟମାନେ ସୁରକ୍ଷିତ  ଅଛନ୍ତି। କିନ୍ତୁ ସେମାନେ ଗଭୀର ମାନସିକ ଆଘାତ ପାଇଛନ୍ତି। ସବୁ ଖେଳାଳିଙ୍କୁ ହୋଟେଲ୍‌ରେ ରହିବାକୁ କୁହାଯାଇଛି। ପୋଲିସ ସଂପୃକ୍ତ ଅଞ୍ଚଳକୁ ସିଲ୍ କରିଦେଇଛି ।

ତେବେ ଉକ୍ତ ଘଟଣାକୁ  ବାଂଲାଦେଶ ଟିମର  ମୁଶ୍‌ଫିକର ରହିମ ଟ୍ୱିଟ୍ କରି କହିଛନ୍ତି, ଆଲ୍ଲା ଆମକୁ ଆଜି ବଞ୍ଚାଇ ଦେଲେ। ଆମେ ବଡ଼ ଭାଗ୍ୟବାନ୍‌। ଏଭଳି ଘଟଣା ଆଉ ନ ଘଟୁ। ଆମ ପାଇଁ ପ୍ରାର୍ଥନା କରନ୍ତୁ।

escape from istant firing
bangladesh cricket team

ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁସାର ଜଣେ ଲୋକ କଳା ପୋଷାକ ପିନ୍ଧି ମସ୍‌ଜିଦ୍‌ ଅଲ୍‌ ନୂର୍‌  ପ୍ରବେଶ କରିବାର ସେ ଦେଖିଥିଲେ। ତା’ପରେ  ଏକାଧିକ ଗୁଳି ଫୁଟିବାର ଶବ୍ଦ ଶୁଣାଯାଇଥିଲା । କିଛି ସମୟପରେ  ଲୋକେ ଛାନିଆରେ ମସ୍‌ଜିଦ୍‌ରୁ ଦୌଡ଼ି ଆସୁଥିବାର ଦେଖାଯାଇଥିଲା। ତେବେ ଜରୁରୀକାଳୀନ ସେବା ପହଞ୍ଚିବା ପୂର୍ବରୁ ବନ୍ଧୁକଧାରୀଜଣକ ସେ ସ୍ଥାନରୁ ଖସି ଯାଇଥିଲେ । ପେନିହା ଯେତେବେଳେ ସାହାଯ୍ୟ କରିବା ପାଇଁ ମସ୍‌ଜିଦ୍‌ ଭିତରକୁ ଧାଇଁ ଗଲେ ଚାରିଆଡ଼େ ଲୋକମାନେ ମରି ପଡିଥିବା ଦେଖିଥିଲେ। ଏହି ଘଟଣା ପରେ ପରେ ସହରର ସମସ୍ତ ସ୍କୁଲ୍‌ ବନ୍ଦ  ରଖାଯାଇଛି। ଘଟଣାର ତଦନ୍ତ ଜାରି ରଖିବା ସହ ଲୋକଙ୍କୁ ଉଦ୍ଧାର  ମଧ୍ୟ କରାଯାଉଛି ।

ପଢନ୍ତୁ: ମୁମ୍ବାଇରେ ଭୁଶୁଡ଼ିଲା ଫୁଟ୍ ଓଭରବ୍ରିଜ:୫ ମୃତ, ୪୦ରୁ ଅଧିକ ଆହତ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More