EnewsOdia.Com

ଆଜିଠୁ ୪ ଦିନ ବ୍ୟାଙ୍କ ବନ୍ଦ

ଆଜିଠାରୁ ୪ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ ଓଡ଼ିଶାର ସମସ୍ତ ରାଷ୍ଟ୍ରାୟତ୍ତ ବ୍ୟାଙ୍କ । ରାଜ୍ୟରେ ସରସ୍ୱତୀ ପୂଜା ପାଇଁ ଆଜି ବ୍ୟାଙ୍କ ଛୁଟି ଥିବାବେଳେ ଅନ୍ୟ ରାଜ୍ୟରେ ଆଜି ବ୍ୟାଙ୍କ ଖୋଲା ରହିବ ।  ଜାନୁଆରୀ ୩୧ ଓ ଫେବୃଆରୀ ୧ ଦୁଇ ଦିନିଆ ବନ୍ଦ ଡାକରା ଦେଇଛି ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିୟନ । ଫେବ୍ରୁଆରୀ ୨ତାରିଖରେ ରବିବାର ଥିବାରୁ ସ୍ୱାଭାବିକ ଭାବରେ ବ୍ୟାଙ୍କ ବନ୍ଦ ରହିବ । ଯାହା ଫଳରେ ଲଗାତାର ୪ଦିନ ଧରି ବ୍ୟାଙ୍କ ସେବା ବନ୍ଦ ରହିବ ।

ବ୍ୟାଙ୍କ ୟୁନିଅନଗୁଡ଼ିକ ୨୦୧୭ ମସିହାରୁ ଦରମା ବୃଦ୍ଧି ପାଇଁ ଦାବି କରି ଆସୁଥିଲେ  ହେଁ ସରକାରୀ ସ୍ତରରେ ଏହାକୁ ଗୁରୁତର ସହ ନିଆଯାଉ ନାହିଁ, ତେଣୁ ଦୁଇଦିନ ବନ୍ଦ ଡ଼ାକରା ଦେଇଛି ବ୍ୟାଙ୍କ ୟୁନିଅନ । ଆଗାମୀ ଚାରି ଦିନ ପାଇଁ ବ୍ୟାଙ୍କ ବନ୍ଦ ଥିବା ଯୋଗୁଁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବେ । ବ୍ୟାଙ୍କ ବନ୍ଦ ରହିବା ଯୋଗୁଁ ଏଟିଏମ୍‌ରେ ଟଙ୍କା ଉଠାଣ ଉପରେ ବି ପ୍ରଭାବ ପଡ଼ିପାରେ ବୋଲି କୁହାଯାଉଛି ।

ପଢନ୍ତୁ: ଏକ୍ସଟ୍ରା ମାରିଟିଆଲ ଆଫାୟର୍ସକୁ ନେଇ ବଢୁଛି ଭୁବନେଶ୍ୱରିଆଙ୍କ ଆଗ୍ରହ

ସମ୍ବନ୍ଧିତ ଖବର

ୱେବ୍‌ସାଇଟରେ ଛଡ଼ାଗଲା ମାଟ୍ରିକ୍ ଆଡ୍‌ମିଟ୍‌ କାର୍ଡ

Ratnamani Maharana

ଆଜି ଅଯୋଧ୍ୟାରେ ହେବ ଦୀପୋତ୍ସବ, ୫ ଲକ୍ଷ ୫୧ ହଜାର ଦୀପ ଲଗାଯାଇ କରାଯିବ ବିଶ୍ୱରେକର୍ଡ

Ratnamani Maharana

୭୭ ବର୍ଷରେ ପାଦ ଥାପିଲେ ବଲିଉଡ୍ ବିଗ୍ ବି

Ratnamani Maharana

୩୧ ବର୍ଷରେ ପାଦ ଥାପିଲେ କ୍ୟାପଟେନ୍ କୋହଲି

Ratnamani Maharana

ଏପ୍ରିଲ୍‌ ୨୮ ଦିନ ନିରାପଦରେ ପୃଥିବୀ ଅତିକ୍ରମ କରିବ ପ୍ରକାଣ୍ଡ ଗ୍ରହାଣୁ

Ratnamani Maharana

କଟକରେ ରୁଚି-ଫ୍ରୋଜିଟର ନୂଆ ଆଉଟଲେଟ ଉଦଘାଟିତ

Ratnamani Maharana