News

ଆଜି ବ୍ୟାଙ୍କ ଧର୍ମଘଟ,୫ ଦିନ ବ୍ୟାଙ୍କ ବନ୍ଦ

sbi

ଆଜି ବ୍ୟାଙ୍କ କର୍ମଚାରୀମାନେ ଧର୍ମଘଟ କରିଛନ୍ତି। ଆଉ ଏହି କାରଣରୁ ସବୁ ସରକାରୀ ବ୍ୟାଙ୍କର କାର୍ଯ୍ୟ ବନ୍ଦ ରହିଛି । ସେହିପରି ଡିସେମ୍ବର ୨୨ ଅର୍ଥାତ ଶନିବାର ମାସର ଚତୁର୍ଥ ଶନିବାର ହେଉଥିବାରୁ ସାରା ଦେଶର ସମସ୍ତ ସରକାରୀ ଓ ବେସରକାରୀ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ । ୧୩ ତାରିଖ ଡିସେମ୍ବର ରବିବାର ହେତୁ ବ୍ୟାଙ୍କ ଗୁଡ଼ିକ ଛୁଟି ରହିବ । ୨୪ ତାରିଖ ଦିନ ବ୍ୟାଙ୍କଗୁଡ଼ିକ ଖୋଲା ରହୁଥିବାବେଳେ ଡିସେମ୍ବର ୨୫ ତାରିଖ ବଡ଼ଦିନ କାରଣରୁ ସମସ୍ତ ବ୍ୟାଙ୍କ ବନ୍ଦ ରହିବ । ସେହିପରି ଡିସେମ୍ବର ୨୬ ତାରିଖ ବ୍ୟାଙ୍କ କର୍ମଚାରୀମାନଙ୍କ ଧର୍ମଘଟ କାରଣରୁ ସରକାରୀ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ ।

sbi

ସୂଚନାଯୋଗ୍ୟ,ବ୍ୟାଙ୍କ ଅଫ୍‌ ବରୋଦା, ବିଜୟା ବ୍ୟାଙ୍କ ଓ ଦେନା ବ୍ୟାଙ୍କର ମିଶ୍ରଣକୁ ଏଆଇବିଓସି ବିରୋଧ କରୁଛି। ଏହାସହ ସ୍କେଲ୍ ୧ କର୍ମଚାରୀଙ୍କଠାରୁ ସ୍କେଲ୍ ୭ ପର୍ଯ୍ୟନ୍ତ ସମସ୍ତ କର୍ମଚାରୀଙ୍କ ଦରମା ପୁନଃନିର୍ଦ୍ଧାରଣ ଓ ସପ୍ତାହକୁ ୫ ଦିନ କାର୍ଯ୍ୟଦିବସ ଦାବିରେ ଏହି ଧର୍ମଘଟ ଡକରା ଦିଆଯାଇଛି।

ପଢନ୍ତୁ;  ରାଜଧାନୀରେ ଲୋମଟଙ୍କୁରା ହତ୍ୟାକାଣ୍ଡ:ପ୍ରେମିକାଙ୍କୁ ହତ୍ୟା,ଚନ୍ଦକାରୁ ମିଳିଲା ଗଣ୍ଡି, ଖଣ୍ଡଗିରିରୁ ମୁଣ୍ଡ

Related posts

ଡିଆରଡିଓକୁ ବଡ଼ ସଫଳତା; ହାଇପରସୋନିକ ଟେକ୍ନୋଲୋଜି ଡେମନଷ୍ଟ୍ରେଟର ଭେହିକଲ୍‌ର ସଫଳ ପରୀକ୍ଷଣ

Ratnamani Moharana

ଅଗଷ୍ଟ ପହିଲାରୁ ଉତ୍ତର ଓଡିଶାରେ ପ୍ରବଳ ବର୍ଷା

ENO Beuro

ଜଗା ଭେଣ୍ଟିଲେଟରରୁ ବାହାରିଲା, ବଳିଆ ଉପରେ ଡାକ୍ତରଙ୍କ ବିଶେଷ ନଜର

ENO Beuro

Leave a Comment