ବନ୍ଦହେଲା ୩୫୮ଟି ଏଟିଏମ, ଯାଣନ୍ତୁ କ’ଣ ରହିଛି ଏହାର କାରଣ

ବନ୍ଦହେଲା ୩୫୮ଟି ଏଟିଏମ, ଯାଣନ୍ତୁ କ’ଣ ରହିଛି ଏହାର କାରଣ

ଦେଶର ଆର୍ଥିକ ପରିସ୍ଥିତିକୁ ଆଖିରେ ରଖି ସରକାର ବହୁ ପଦକ୍ଷେପ ମାନ ନେଉଛନ୍ତି । କ୍ୟାସଲେସ ଇକୋନୋମିକୁ ବଢାଇବା ପାଇଁ ବ୍ୟାଙ୍କ ଗୁଡ଼ିକ ଏଟିଏମ ସଂଖ୍ୟା କମେଇବାରେ ଲାଗିଛନ୍ତି । ଚଳିତବର୍ଷ ଜୁନରୁ ଅଗଷ୍ଟ ମଧ୍ୟରେ ଦେଶରେ ୩୫୮ଟି ଏଟିଏମକୁ ବନ୍ଦ କରାଯାଇଛି । ଏହିପରି  ଏଟିଏମ ସଂଖ୍ୟାରେ ୦.୧୬ ପ୍ରତିଶତ କମ ହେଇଛି । ଗତବର୍ଷ ଏଟିଏମ୍ ସଂଖ୍ୟା ୩.୬ ହାରରେ ବୃଦ୍ଧି ଘଟିଥିଲା ।

ଏହା ପୂର୍ବ ୪ ବର୍ଷରେ ଦେଶରେ ଏଟିଏମ୍ ସଂଖ୍ୟା ୧୬.୪ ପ୍ରତିଶତ ଚକ୍ରବୃଦ୍ଧି ହାରରେ ବୃଦ୍ଧି ଘଟୁଥିଲା । କିନ୍ତୁ ଚଳିତବର୍ଷ ପ୍ରଥମ ଥର ପାଇଁ ଏଟିଏମ୍ ସଂଖ୍ୟା ହ୍ରାସ ଘଟିଛି । ବିମୁଦ୍ରାକରଣର ପ୍ରଭାବ ସମେତ ଏଟିଏମ୍ ପରିଚାଳନା ଖର୍ଚ ବୃଦ୍ଧି ଯୋଗୁଁ ଏଟିଏମ୍ ସଂଖ୍ୟା ହ୍ରାସ ଘଟିଥିବା କୁହାଯାଉଛି ।

ଦେଶରେ ସବୁଠୁ ଅଧିକ ସଂଖ୍ୟକ ଏଟିଏମ୍ ସ୍ଥାପନ କରିଥିବା ଏସବିଆଇର ଏଟିଏମ୍ ସଂଖ୍ୟା ଚଳିତବର୍ଷ ଜୁନରେ ୫୯,୨୯୧ରେ ରହିଥିବାବେଳେ ଅଗଷ୍ଟରେ ଏହି ସଂଖ୍ୟା ୫୯,୨୦୦କୁ ହ୍ରାସ ପାଇଛି ।ସେହିଭଳି ପିଏନବିର ଏଟିଏମ୍ ସଂଖ୍ୟା ଏହି ସମୟ ମଧ୍ୟରେ ୧୦,୫୦୨ରୁ ୧୦,୦୮୩କୁ, ଏଚଡିଏଫସି ବ୍ୟାଙ୍କର ଏଟିଏମ୍ ସଂଖ୍ୟା ୧୨,୨୩୦ରୁ ୧୨,୨୨୫କୁ ଖସିଆସିଛି ।

ବ୍ୟାଙ୍କ ଅଧିକାରୀଙ୍କ କହିବାନୁଯାୟୀ, ମୁମ୍ବାଇ, ଦିଲ୍ଲୀ, ଚେନ୍ନାଇ ଏବଂ ବେଙ୍ଗାଲୁରୁ ଭଳି ବଡ଼ ବଡ଼ ସହରରେ ଏଟିଏମ୍ ଭଡ଼ା, ନିରାପତ୍ତା ରକ୍ଷୀ ନିଯୁକ୍ତି, ରକ୍ଷଣାବେକ୍ଷଣ ଖର୍ଚ, ବିଦ୍ୟୁତ ବିଲ୍ ଆଦି ବାବଦରେ ବ୍ୟାଙ୍କ ଗୁଡ଼ିକୁ ମାସିକ ୩୦ ହଜାରରୁ ୧ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଖର୍ଚ ବହନ କରିବାକୁ ପଡ଼ୁଛି ।

ବନ୍ଦହେଲା ୩୫୮ଟି ଏଟିଏମ, ଯାଣନ୍ତୁ କ’ଣ ରହିଛି ଏହାର କାରଣ

ପଢନ୍ତୁ, ବିମାନ ଯାତ୍ରା ପାଇଁ ମୋବାଇଲ୍ ଆଧାରକୁ ବ୍ୟବହାର କରାଯାଇପାରିବ – ବିସିଏଏସ୍