EnewsOdia.Com

ଆଜି ସାରା ଦେଶରେ ୨୪ ଘଣ୍ଟିଆ ବ୍ୟାଙ୍କ ଧର୍ମଘଟ

ଜାତୀୟ ବ୍ୟାଙ୍କ ମିଶ୍ରଣ ଓ ଜମା ଉପରେ ସୁଧହାର ହ୍ରାସ ପ୍ରତିବାଦରେ କର୍ମଚାରୀ ସଂଗଠନର ଧର୍ମଘଟ

ଆଜି ଦେଶବ୍ୟାପୀ  ଦିନିକିଆ  ବ୍ୟାଙ୍କ ଧର୍ମଘଟ । ଜାତୀୟ ବ୍ୟାଙ୍କ ଗୁଡିକର ମିଶ୍ରଣ ଓ ଜମା ଉପରେ ସୁଧହାର ହ୍ରାସ ପ୍ରତିବାଦରେ କିଛି ରାଷ୍ଟ୍ରାୟତ ବ୍ୟାଙ୍କର କର୍ମଚାରୀ ସଂଗଠନଙ୍କ  ପକ୍ଷରୁ  ଏହି  ଦିନିକିଆ ଧର୍ମଘଟ  ଡାକରା ଦିଆଯାଇଛି ।  ତେବେ ମୁଖ୍ୟ  ଶ୍ରମ କମିଶନରଙ୍କ ସହ  ଆଲୋଚନା ଫଳପ୍ରଦ ନହେବାରୁ ବ୍ୟାଙ୍କ କର୍ମଚାରୀ ସଂଗଠନ ଆନ୍ଦୋଳନକୁ ଓହ୍ଲାଇଥିବା  ଅଲ ଇଣ୍ଡିଆ ବ୍ୟାଙ୍କ ଏମ୍ପ୍ଲୋଇଜ ଆସୋସିଏସନ ସାଧାରଣ ସମ୍ପାଦକ  ସି . ଏଚ୍ . ଭେଙ୍କଟଚଲମ୍ ସୂଚନା ଦେଇଛନ୍ତି । ସର୍ବ ଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ (AIBA) ଏବଂ ଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ (BEFI) ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ୧୦ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ମିଶ୍ରଣକୁ  ବ୍ୟାଙ୍କ କର୍ମଚାରୀ ସଂଘ ବିରୋଧ କରିଛନ୍ତି। ତେବେ ବ୍ୟାଙ୍କ ଧର୍ମଘଟରେ ଷ୍ଟେଟ୍‌ ବ୍ୟାଙ୍କ ଅଫ ଇଣ୍ଡିଆ (SBI) ର କର୍ମଚାରୀ ସାମିଲ ହେବେ ନାହିଁ ବୋଲି ଜଣାପଡ଼ିଛି।

ଏହି ପ୍ରସଙ୍ଗକୁ ନେଇ ଶ୍ରମ ମନ୍ତ୍ରାଳୟ ସହ ବ୍ୟାଙ୍କ କର୍ମଚାରୀ ସଂଘର ଆଲୋଚନା ବିଫଳ ହେବାପରେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ବ୍ୟାଙ୍କ କର୍ମଚାରୀ ସଂଘ ଧର୍ମଘଟ ଡାକରା ଦେଇଛନ୍ତି। ଏହି ୧୦ଟି ବ୍ୟାଙ୍କକୁ ମିଶାଇ ୪ଟି ବୃହତ୍ତ ବ୍ୟାଙ୍କ  ପ୍ରତିଷ୍ଠା କରିବାକୁ କେନ୍ଦ୍ର ସରକାର ଯୋଜନା କରିଛନ୍ତି।  ଏଭଳି ହେଲେ ୬ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଲୋପ ପାଇବ ବୋଲି ବ୍ୟାଙ୍କ କର୍ମଚାରୀ ସଂଘ କହିଛି।

ପଢନ୍ତୁ: ୫୫ ବର୍ଷ ବୟସରେ ପଦାର୍ପଣ କରିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା

 

 

ସମ୍ବନ୍ଧିତ ଖବର

କମିଶନରେଟ୍ ପୁଲିସ୍‌ ମୁଖ୍ୟାଳୟ ହେବ ‘ପୁଲିସ ସେବା ଭବନ’

Ratnamani Maharana

ଏଥର ସାହିତ୍ୟରେ ଦୁଇଟି ନୋବେଲ ପୁରସ୍କାର ଘୋଷଣା

Ratnamani Maharana

ଶ୍ରୀମନ୍ଦିର ଭିତରେ ଟିକ୍‌ଟିକ୍‌ ଭିଡିଓ ପ୍ରସଙ୍ଗ, ଅଟକ ହେଲେ ନାବାଳିକା

Ratnamani Maharana

ଏବେ ପାସପୋର୍ଟରେ ଦେଖିବାକୁ ମିଳିବ ପଦ୍ମ ଚିହ୍ନ

Ratnamani Maharana

କାହିଁକି ସେନାଙ୍କ ପାଇଁ ନିଷେଧ ହୋଇନଥାଏ ମଦ : ଜାଣନ୍ତୁ ଏହାର କାରଣ

Ratnamani Maharana

ବଜାରରେ ଏବେ ରସୁଣ ରାଜ୍

Ratnamani Maharana