Loading...

ଜାନୁଆରି ୨୨ରୁ ୩୧ ମଧ୍ୟରେ ୭ ଦିନ ବନ୍ଦ ରହିବ ବ୍ୟାଙ୍କ

ଜାନୁଆରି ୨୨ରୁ ୩୧ ମଧ୍ୟରେ ୭ ଦିନ ବନ୍ଦ ରହିବ ବ୍ୟାଙ୍କ

ଜାନୁଆରି ୨୨ ତାରିଖ ରବିବାର ହୋଇଥିବାରୁ ସାପ୍ତାହିକ ବ୍ୟାଙ୍କ ଛୁଟି । ୨୩ ତାରିଖ ନେତାଜୀ ସୁଭାଷ ଚନ୍ଦ୍ର ଜୟନ୍ତୀ ହୋଇଥିବାରୁ ବ୍ୟାଙ୍କ ଛୁଟି ରହିବ । ୨୪ ଓ ୨୫ ତାରିଖ ବ୍ୟାଙ୍କ ଖୋଲା ରହିବ ।

ଚଳିତ ମାସ ଶେଷ ବେଳକୁ ସରକାରୀ ଛୁଟି ଓ ବ୍ୟାଙ୍କ ଧର୍ମଘଟ ଯୋଗୁଁ ପ୍ରାୟ ୭ ଦିନ ବ୍ୟାଙ୍କ ବନ୍ଦ ରହିବ । ଏହା ଫଳରେ ଗ୍ରାହକସେବା ପ୍ରଭାବିତ ହେବାର ସମ୍ଭାବନା ରହିଛି ।ଜାନୁଆରି ୨୨ ତାରିଖ ରବିବାର ହୋଇଥିବାରୁ ସାପ୍ତାହିକ ବ୍ୟାଙ୍କ ଛୁଟି । ୨୩ ତାରିଖ ନେତାଜୀ ସୁଭାଷ ଚନ୍ଦ୍ର ଜୟନ୍ତୀ ହୋଇଥିବାରୁ ବ୍ୟାଙ୍କ ଛୁଟି ରହିବ । ୨୪ ଓ ୨୫ ତାରିଖ ବ୍ୟାଙ୍କ ଖୋଲା ରହିବ । ୨୬ ତାରିଖ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଜାତୀୟ ଛୁଟି ଦିବସ ହୋଇ ଥିବାରୁ ବ୍ୟାଙ୍କ ବନ୍ଦ ରହିବ । ୨୭ ତାରିଖ ବ୍ୟାଙ୍କ ଖୋଲା ରହିବ । ୨୮ ତାରିଖ ମାସ ୪ର୍ଥ ଶନିବାର ଯୋଗୁଁ ବ୍ୟାଙ୍କ ଛୁଟି ରହିବ ଓ ୨୯ ତାରିଖ ରବିବାର ଯୋଗୁଁ ବ୍ୟାଙ୍କ ଛୁଟି ରହିବ । ୩୦ ଓ ୩୧ ତାରିଖ ବ୍ୟାଙ୍କ ଧର୍ମଘଟ ଯୋଗୁଁ ବନ୍ଦ ରହିବ ।

୩୦ ଓ ୩୧ ତାରିଖରେ ଧର୍ମଘଟ ପାଇଁ ସର୍ବଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ ପକ୍ଷରୁ ଘୋଷଣା କରାଯାଇଛି । ବିଭିନ୍ନ ଦାବି ନେଇ ଏହି ଧର୍ମଘଟ କରାଯାଇଛି । ବ୍ୟାଙ୍କ କର୍ମଚାରୀଙ୍କ ଗୋଟିଏ ପ୍ରମୁଖ ଦାବି ହେଲା ସପ୍ତାହକୁ ୫ ଦିନ ବ୍ୟାଙ୍କ ଖୋଲା ରହୁ । ଅର୍ଥାତ ଶନିବାର ଓ ରବିବାର ବ୍ୟାଙ୍କ ଛୁଟି ରହୁ । ଆଉ ଏକ ଦାବି ହେଲା ଜାତୀୟ ପେନସନ ସିଷ୍ଟମର ଉଚ୍ଛେଦ ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.