News

ଏବେ ୫୯ମିନିଟ୍‌ରେ ମିଳିବ ହୋମ ଲୋନ୍‌ ଏବଂ ପର୍ସନାଲ ଲୋନ୍‌

Untitled 1

ବ୍ୟାଙ୍କରୁ ଏବେ  ଋଣ ନେବା ପାଇଁ ଆଉ ଦିନ ଦିନ ପର୍ଯ୍ୟନ୍ତ ଲୋକମାନଙ୍କୁ ଅପେକ୍ଷା କରିବାକୁ ପଡିବ ନାହିଁ  କି ବ୍ୟାଙ୍କର ଚକ୍କର କାଟିବାକୁ ପଡିବ ନାହିଁ । ଏବେ ଗୋଟିଏ ଘଣ୍ଟା ଭିତରେ ଘରେ ବସି ଲୋକମାନଙ୍କ ଲୋନ୍‌ ମଞ୍ଜୁରୀ ହୋଇଯିବ ।ଏହି ସେବା ଆରମ୍ଭ  କରିଥିବା ବ୍ୟାଙ୍କ୍ ଗୁଡିକ ହେଲା ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ବ୍ୟାଙ୍କ୍ ଅଫ୍ ବରୋଦା ଏବଂ ୟୁନିୟନ ବ୍ୟାଙ୍କ  ସମେତ ଅନ୍ୟ ବ୍ୟାଙ୍କ ମାନେ ସାମିଲ୍ ଅଛନ୍ତି ।ଏହି ଖବର ପ୍ରକାଶ କରି ଷ୍ଟେଟ୍ ବ୍ୟାଙ୍କର ଏମଡି ପି.କେ ଗୁପ୍ତା   କହିଛନ୍ତି ଯେ, ବ୍ୟାଙ୍କରୁ ଋଣ ଚାହୁଁଥିବା ଲୋକମାନଙ୍କୁ ହୋମ ଏବଂ ପର୍ସନାଲ୍‌ ଲୋନ୍‌ ‘PSB Loans in 59 Minutes’ ର ମାଧ୍ୟମରେ ଉପଲବ୍ଧ କରାଯାଉଛି ।

ଏହା ମାଧ୍ୟମରେ ହୋମ ଲୋନ୍‌ ଏବଂ ପର୍ସନାଲ ଲୋନ୍‌ର ଆବେଦନ କରିଥିବା ଗ୍ରାହକଙ୍କୁ 59 ମିନିଟ୍  ମଧ୍ୟରେ ଆବେଦନ କରିଥିବା ଲୋନ୍‌ର ମଞ୍ଜୁରୀ ମିଳିଯିବ । । ଏପର୍ଯ୍ୟନ୍ତ ଏହି ସେବାର ଲାଭ କେବଳ ଏମ୍‌ଏସ୍‌ଏମ୍‌ଇକୁ ମିଳୁଥିଲା କିନ୍ତୁ ବର୍ତ୍ତମାନ ଏବେ ଏହି ସେବା ସମସ୍ତଙ୍କୁ ଊପଲବ୍ଧ ହେବ ।  ଆଗକୁ ଅଟୋ ଲୋନ୍‌ ପାଇଁ ମଧ୍ୟ ଏହି ସର୍ଭିସ ଲଞ୍ଚ ହେବ ।

ପଢନ୍ତୁ: ମାତ୍ରାଧିକ ଜରିମାନା ଆଦାୟକୁ ବରଦାସ୍ତ କରାଯିବନି: ଅଟୋ ମହାସଂଘର ଚେତାବନୀ

Related posts

ସଡ଼କ ନିରାପତ୍ତା ଅଭିଯାନର ବ୍ରାଣ୍ଡ ଆମ୍ବାସଡର ହେଲେ ଅଭିନେତା ଅକ୍ଷୟ କୁମାର

ENO Beuro

୧୬ ଦିନ ପରେ ତୈଳ ଦର କମିଲା ମାତ୍ର ୧ ପଇସା !

ENO Beuro

ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ମାଲକାନଗିରି ଓ କୋରାପୁଟ୍‌ରେ କଡ଼ା ସୁରକ୍ଷା ବ୍ୟବସ୍ଥା

Ratnamani Moharana

Leave a Comment