ବିଶିଷ୍ଟ ଶିଳ୍ପପତି ବଂଶୀଧର ପଣ୍ଡାଙ୍କ ପରଲୋକ

ଆରପାରିରେ ବଂଶୀଧର ପଣ୍ଡା

ବିଶିଷ୍ଠ ଶିଳ୍ପପତି, ଇମ୍ଫା ଗ୍ରୁପ୍‌ର ପ୍ରତିଷ୍ଠାତା ଡ.ବଂଶୀଧର ପଣ୍ଡାଙ୍କର ଆଜି ୮୭ ବର୍ଷ ବୟସରେ ପରଲୋକ ଘଟିଛି। ଭୁବନେଶ୍ୱରସ୍ଥିତ ନିଜ ବାସ ଭବନରେ ଶ୍ରୀ ପଣ୍ଡାଙ୍କର ଦିନ ପ୍ରାୟ ୧୨ଟା ବେଳେ ପରଲୋକ ଘଟିଥିବା ଜଣାପଡ଼ିଛିି। ସୂଚନା ଅନୁଯାୟୀ ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ।

ସ୍ଵର୍ଗତ ପଣ୍ଡା ୧୯୩୨ ମସିହା ନଭେମ୍ବର ୨୬ତାରିଖରେ ଜନ୍ମ ଗ୍ରହଣ କରିଥିଲେ। ଜଣେ ଗବେଷଣାରତ ବୈଜ୍ଞାନିକ ଭାବେ ସେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ,ହାଭାର୍ଡ ବିଶ୍ୱବିଦ୍ୟାଳୟ,ମିଚିଗାନ ବୈଷୟିକ ବିଶ୍ୱବିଦ୍ୟାଳୟରୁ ଡିଗ୍ରୀ ହାସଲ କରିଥିଲେ । ବିଶିଷ୍ଟ ବୈଜ୍ଞାନିକ ଡ଼.ପଣ୍ଡା ୧୯୬୧ ମସିହାରେ ଥେରୁବାଲିଠାରେ ଇମ୍ଫା କମ୍ପାନୀ ପ୍ରତିଷ୍ଠା କରିଥିଲେ । ତାଙ୍କ ପୁତ୍ର ବୈଜୟନ୍ତ ପଣ୍ଡା ଏବେ ସଂସଦ ଅଛନ୍ତି । ସ୍ଵର୍ଗତ ପଣ୍ଡାଙ୍କ ପତ୍ନୀ ସ୍ୱର୍ଗତା ଇଲା ପଣ୍ଡା ଓ ସ୍ଵର୍ଗତ ପଣ୍ଡା ଉଭୟେ ବିଜୁ ପଟନାୟକଙ୍କ ଅତ୍ୟନ୍ତ ଘନିଷ୍ଠ ଥିଲେ । ସ୍ଵର୍ଗତ ପଣ୍ଡା ମଧ୍ୟ ICCର ଅଧ୍ୟକ୍ଷ ଥିଲେ । ତାଙ୍କ ମୃତ୍ୟୁ ପରେ ଶେଷ ଦର୍ଶନ ପାଇଁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ଭୁବନେଶ୍ୱର ସ୍ଥିତ ବାସଭବନରେ ପହଞ୍ଚିଛନ୍ତି।

ପଢନ୍ତୁ; ସକାଳୁ ଉଠି ଦେଖନ୍ତୁ ନାହିଁ ଏହି ସବୁ ଜିନିଷ ,ନଚେତ ହୋଇପାରେ ଅନେକ ସମସ୍ୟା

ସ୍ଵର୍ଗତ ପଣ୍ଡା ୧୯୩୨ ମସିହା ନଭେମ୍ବର ୨୬ତାରିଖରେ ଜନ୍ମ ଗ୍ରହଣ କରିଥିଲେ। - 4.4

87%

ତାଙ୍କ ମୃତ୍ୟୁ ପରେ ଶେଷ ଦର୍ଶନ ପାଇଁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ଭୁବନେଶ୍ୱର ସ୍ଥିତ ବାସଭବନରେ ପହଞ୍ଚିଛନ୍ତି। - 4.3

86%
4.3/5

Very Good!

ବିଶିଷ୍ଟ ଶିଳ୍ପପତି ବଂଶୀଧର ପଣ୍ଡାଙ୍କ ପରଲୋକ

ବିଶିଷ୍ଠ ଶିଳ୍ପପତି, ଇମ୍ଫା ଗ୍ରୁପ୍‌ର ପ୍ରତିଷ୍ଠାତା ଡ.ବଂଶୀଧର ପଣ୍ଡାଙ୍କର ଆଜି ୮୭ ବର୍ଷ ବୟସରେ ପରଲୋକ ଘଟିଛି। ଭୁବନେଶ୍ୱରସ୍ଥିତ ନିଜ ବାସ ଭବନରେ ଶ୍ରୀ ପଣ୍ଡାଙ୍କର ଦିନ ପ୍ରାୟ ୧୨ଟା ବେଳେ ପରଲୋକ ଘଟିଥିବା ଜଣାପଡ଼ିଛିି। ସୂଚନା ଅନୁଯାୟୀ ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ।

No Votes Yet

You're not rated yet