EnewsOdia.Com

ମାସ୍କ ନାପିନ୍ଧିବାକୁ ଟୁଇଟ୍ କଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବରାକ୍ ଓବାମା

ଚୀନର ଉହାନ ସହରରୁ ଆରମ୍ଭ ହୋଇଥିବା କରୋନା ଭାଇରସ ଏବେ ସାରା ବିଶ୍ବରେ ତାଣ୍ଡବ ରଚିବା ଆରମ୍ଭ କରିଛି। ପ୍ରାୟ ସବୁ ଦେଶର କିଛି କିଛି ଲୋକେ ଏହି ଭାଇରସ ଦ୍ବାରା ସଂକ୍ରମିତ ହୋଇ ସାରିଥିବା ବେଳେ ଏନେଇ ଏ ପର୍ଯ୍ୟନ୍ତ କୌଣସି ଔଷଧ ବାହାରି ପାରି ନାହିଁ। ନିଜକୁ କରୋନା ମୁକ୍ତ ରଖିବା ପାଇଁ ଲୋକେ ମୁହଁରେ ମାସ୍କ ଲଗାଇବା ସହ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ସତର୍କତାମୂଳକ ପଦକ୍ଷେପକୁ ଆପଣାଉଛନ୍ତି।

ତେବେ ଅନେକ ସ୍ଥାନରେ ମାସ୍କର ଅଭାବ ଦେଖାଯିବା ପରେ ପରିସ୍ଥିତିକୁ ଦେଖି ଆମେରିକାର ପୂର୍ବତନ ରାଷ୍ଟ୍ରପତି ବରାକ୍ ଓବାମା ଟୁଇଟ୍ କରିଛନ୍ତି। ଟୁଇଟ୍ କରି ସେ ମାସ୍କ କିଣୁଥିବା ଏବଂ ଚୋରି କରି ନେଉଥିବା ଲୋକଙ୍କୁ ଏକ ଅପିଲ୍ କରିଛନ୍ତି।

ସେ କରିଥିବା ଟୁଇଟରେ ଲେଖାଯାଇଛି କି, ନିଜର ସାଧାରଣ ଜ୍ଞାନକୁ ଉପଯୋଗ କରି ନିଜକୁ ଏବଂ ଆଖ ପାଖରେ ଥିବା ଲୋକଙ୍କୁ କରୋନା ସଂକ୍ରମଣରୁ ରକ୍ଷା କରନ୍ତୁ। ଭଲ ଭାବରେ ହାତ ଧୋଇବା ସହ ଦେହ ଖରାପ ହୋଇଥିଲେ ଘରେ ରୁହନ୍ତ। ସରକାର ଏବଂ ସ୍ବାସ୍ଥ୍ୟ ଅଧିକାରୀ ଦେଉଥିବା ପରାମର୍ଶକୁ ମାନନ୍ତୁ। ଡାକ୍ତରଖାନାରେ ରୋଗୀଙ୍କ ଚିକିତ୍ସା କରୁଥିବା କର୍ମଚାରୀଙ୍କ ପାଇଁ ମାସ୍କ ସବୁ ବଞ୍ଚାଇ ରଖନ୍ତୁ। ସେମାନଙ୍କୁ ଏହାର ଅଧିକ ଆବଶ୍ୟକତା ରହିଛି। ଶାନ୍ତ ରହିବା ସହ ବିଶେଷଜ୍ଞଙ୍କ କଥା ଶୁଣନ୍ତୁ ଏବଂ ବିଜ୍ଞାନକୁ ଅନୁସରଣ କରନ୍ତୁ।

ପଢନ୍ତୁ: ୨୦ ତାରିଖ ସକାଳ ସାଢେ ୫ଟାରେ ନିର୍ଭୟା ଦୋଷୀଙ୍କୁ ଫାଶୀ

ସମ୍ବନ୍ଧିତ ଖବର

ଜେଲରେ ଲାଗିବ ମୋବାଇଲ ଫୋନ ଡିଟେକ୍ଟର

Ratnamani Maharana

ଆଉ ୩ ଦିନ ପରେ ଫାଶୀ ପାଇବେ ନିର୍ଭୟା ଦୋଷୀ, ଫାଶୀ ପୂର୍ବରୁ ଭେଟିଲେ ପରିବାରଲୋକଙ୍କୁ

Ratnamani Maharana

କୃଷି ଓଡ଼ିଶା ନୀତି-୨୦୨୦କୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

Ratnamani Maharana

ମାର୍ଚ୍ଚ ୨ରୁ ୪ ଜିଲ୍ଲାରେ ହାଲୁକା ବର୍ଷା

Ratnamani Maharana

ଏବେ ନିଜ ସମ୍ପତ୍ତି ସହିତ କରିବାକୁ ପଡିବ ଆଧାର ଲିଙ୍କ୍

Ratnamani Maharana

ପ୍ଲାଷ୍ଟିକର ବିକଳ୍ପ ଭାବେ ତିଆରି ହେଉଛି ଘାସରେ ତିଆରି ଷ୍ଟ୍ର’

Ratnamani Maharana