EnewsOdia.Com

କମ୍ପିବ ବରଗଡ, ଆଜିଠୁ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା

ଆଜିଠୁ କମ୍ପିବ ବରଗଡ ସହର। ସନ୍ଧ୍ୟାହେଲା ମାତ୍ରେ ଶୁଭିବା କଂସର କଣ୍ଠସ୍ଵର। ଆଜିଠୁ ମଥୁରାରେ ଚାଲିବ କଂସ ରାଜୁତି । ମହାରାଜ କଂସଙ୍କ ହସରେ କମ୍ପିବ ମଥୁରା ସମେତ ପୂରା ବରଗଡ । କାରଣ ଆଜିଠୁ ଆରମ୍ଭ ହେଉଛି ବିଶ୍ୱ ପ୍ରସିଦ୍ଧ ବରଗଡ ଧନୁଯାତ୍ରା । ଏଥିପାଇଁ ସବୁ ପ୍ରକାରର ପ୍ରସ୍ତୁତିକୁ ଶେଷ ସ୍ପର୍ଶ ଦିଆଯାଇଛି। ୧୧ ଦିନ ଧରି ବରଗଡରେ ଚାଲିବ ମୁକ୍ତାକାଶ ରଙ୍ଗମଞ୍ଚ । ଉଭୟ ମଥୁରା ଏବ˚ ଗୋପପୁର ଆୟୋଜନ ପାଇଁ ଜୋରସୋର ପ୍ରସ୍ତୁତି ଚଳାଇଛନ୍ତି।

ସେପଟେ ଧନୁଯାତ୍ରା ପାଇଁ ଗୋପପୁରରେ ରୁପାନ୍ତିତ ହୋଉଛି ଅମ୍ବାପାଲି । ଧନୁଯାତ୍ରା ପାଇଁ ସଜେଇ ହୋଇଛି ପୁରା ଗାଁ ଓ ଗଳିକନ୍ଦି । ଧନୁଯାତ୍ରାରେ ସମସ୍ତଙ୍କ ଘରକୁ କୁଣିଆ ଆସିବେ ବୋଲି ଲିପା ପୋଛା କରି ଘରକୁ ସୁନ୍ଦର କରି ରଖିଛନ୍ତି ଅମ୍ବାପାଲିବାସୀ । ସେପଟେ ଅମ୍ବାପାଲି ଗାଁ ଗୋପପୁର ହେଉଥିବାରୁ ପୂରା ଗାଁର କାନ୍ଥବାଡକୁ ଚିତ୍ରକଳାରେ ସଜେଇ ଦିଆଯାଇଛି ।ମୀନାବଜାର, କ୍ରାଫ୍ଟମେଳା ପାଇଁ ମଧୢ ପ୍ରସ୍ତୁତି ସରିଗଲାଣି। ସ˚ଧ୍ୟାରେ ଯାତ୍ରାସ୍ଥଳୀ ପରିଦର୍ଶନ କରି ଆୟୋଜକମାନେ ସନ୍ତୋଷ ପ୍ରକାଶ କରିଛନ୍ତି। ଧନୁଯାତ୍ରା ପାଇଁ ସହର ଚଳଚ˚ଚଳ ହୋଇଯାଇଛି।

ପଢନ୍ତୁ: ଶ୍ରୀମନ୍ଦିର ବିକାଶ ପଛରେ ନବୀନଙ୍କ ଭକ୍ତି

ସମ୍ବନ୍ଧିତ ଖବର

ଆଜି ଶୁକ୍ରବାର, ସାଇକେଲ ଧରିଲେ କର୍ମଚାରୀଙ୍କଠୁ ଆରମ୍ଭ କରି ଅଧିକାରୀ

Ratnamani Maharana

ନୋକିଆ ନାମରେ ସ୍ମାର୍ଟ ଟିଭି ବିକିବ ଫ୍ଲିପ୍‌କାର୍ଟ

Ratnamani Maharana

ମଧ୍ୟପ୍ରଦେଶରେ କାର୍‌ ଦୁର୍ଘଟଣାରେ ଜାତୀୟ ସ୍ତରର ୪ ହକି ଖେଳାଳିଙ୍କ ମୃତ୍ୟୁ

Ratnamani Maharana

ଦୀପାବଳି ପାଇଁ ସତର୍କ ସୂଚନା ଜାରି କଲା ଅଗ୍ନିଶମ ବିଭାଗ

Ratnamani Maharana

୨୧ରେ ମହାଶିବରାତ୍ରି ପାଇଁ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ନୀତି ନିର୍ଘଣ୍ଟ

Ratnamani Maharana

ସ୍ପାଏୱେର ଆକ୍ରମଣ ସମ୍ପର୍କରେ ସରକାରଙ୍କୁ ଅବଗତ କରାଇଥିଲା ହ୍ବାଟ୍ସଆପ୍‌

Ratnamani Maharana