News

ହନୁମାନଙ୍କ ଭକ୍ତ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା!

ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ମୁଣ୍ଡ ଉପରେ ହନୁମାନଙ୍କ ଆର୍ଶୀବାଦ ରହିଛି। ଆପଣ ଆଦୌ ଭୁଲ ସୁନିନଥିବେ। ଓବାମା ହେଉଛନ୍ତି ହନୁମାନଜି ଙ୍କର ବହୁତ ବଡ ଭକ୍ତ। ଏପରିକି ସେ ହନୁମାନଙ୍କର ଏକ ଛୋଟୋ ମୂର୍ତ୍ତି ସବୁବେଳେ ନିଜ ପାଖରେ ରଖିଥାନ୍ତି।

୨୦୧୬ରେ ଓବାମାଙ୍କର ଏକ ସାକ୍ଷାତକାର ସମୟରେ ତାଙ୍କୁ ପ୍ରଶ୍ନ କରାଯାଇଥିଲା।

ଯେ ଆପଣ ପକେଟରେ କଣ କଣ ରଖନ୍ତି?ଏହି ସମୟରେ ସେ ପକେଟରୁ ସବୁ ଜିନିଷ ବାହାର କରିଥିଲେ। ତା ଭିତରେ ରହିଥିଲା ହନୁମାନଙ୍କ ଏକ ଛୋଟୋ ମୂର୍ତ୍ତି ଥିଲା।

ଏହି ମୂର୍ତ୍ତି ବିଷୟରେ ସେ କହିଥିଲେ “ମୁଁ ସମସ୍ୟାରେ ଥିଲେ କିମ୍ବା ଥକ୍କି ପଡିଥିଲେ ହନୁମାନଙ୍କୁ ସାହାଯ୍ୟ ମାଗିଥାଏ।

ଏହି ମୂର୍ତିରୁ ସକାରାତ୍ମକ ଶକ୍ତି ମଧ୍ୟ ମିଳିଥାଏ”। ଏହା ବ୍ୟତୀତ ତାଙ୍କ ପକେଟ ରୁ ପୋପ ଫ୍ରାନିସ ଦେଇଥିବା ମାଳୀ ଏବଂ ବୌଦ୍ଧ ଭିକ୍ଷୁ ଦେଇଥିବା ବୌଦ୍ଧମୂର୍ତି ମିଳିଥିଲା।

ସେ କହିଥିଲେ “ମୁଁ ଯେତେବେଳେ ମାତ୍ରାଧିକ ଚିନ୍ତାରେ ବା ସମସ୍ୟାରେ ଥାଏ , ସେତେବେଳେ ପକେଟରେ ହାତ ରଖି ସମସ୍ୟାରୁ ପାରି କରିଦିଅ ବୋଲି କହିଥାଏ। ଆଉ କିଛି ସମୟ ପରେ ମୁଁ  ଚିନ୍ତା ମୁକ୍ତ ହୋଇଥାଏ। ଏହି ମୂର୍ତି ମୋତେ ଜଣେ  ଭାରତୀୟ ମହିଳା ହିଁ ଦେଇଥିଲେ”।

ହନୁମାନଙ୍କ ଭକ୍ତ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା! News 4 1

ପଢନ୍ତୁ;  ମହଙ୍ଗାରେ ଅଗ୍ନିକାଣ୍ଡ: ବାପା-ମା’ଙ୍କ ଆଗରେ ଜଲିଗଲା ପୁଅ

Related posts

କେନ୍ଦ୍ର ସରକାରଙ୍କ କୋଠାବାଡ଼ି ଓ ସହର ମନ୍ତ୍ରଣାଳୟ ଦ୍ଵାରା କର୍ମଚାରୀଙ୍କ ପାଇଁ ଆକର୍ଷଣୀୟ ଯୋଜନା

ENO Beuro

ଆଜି ରସଗୋଲା ଦିବସ,ମହାପ୍ରଭୁଙ୍କୁ ଲାଗିବ ରସଗୋଲା ଭୋଗ

ENO Beuro

ବାଧୁଛି ଜେଲ ଦଣ୍ଡ,ରାଜକ୍ଷମା ଲୋଡ଼ିଲେ ଆଶାରାମ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More