Loading...

ନବବଧୂ ପରି ସଜେଇ ହୋଇଛି ବରଗଡ, ଆଜିଠୁ ଆରମ୍ଭ ହେବ ଧନୁଯାତ୍ରା

ନବବଧୂ ପରି ସଜେଇ ହୋଇଛି ବରଗଡ, ଆଜିଠୁ ଆରମ୍ଭ ହେବ ଧନୁଯାତ୍ରା

ମଥୁରାଧିପତି ମହାରାଜ କଂସଙ୍କ ରାଜୁତି ଚାଲିବ । ଅନ୍ୟପଟେ କୃଷ୍ଣଙ୍କ ପ୍ରେମରେ ବିମୋହିତ ହେବ ଅମ୍ବାପାଲି ସାଜିଥିବା ଗୋପପୁର। ଏଥିପାଇଁ ମଥୁରା ଓ ଗୋପପୁରର ବିଭିନ୍ନ କାନ୍ଥରେ ହୋଇଛି ବିଭିନ୍ନ ଚିତ୍ର ।

ଆଜିଠୁ ଆରମ୍ଭ ହେଉଛି ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା । ନବବଧୂ ପରି ସଜେଇ ହୋଇଛି ମଥୁରା ପାଲଟିଥିବା ବରଗଡ଼ ସହର । ଅନ୍ୟପଟେ ଗୋପପୁର ପାଲଟିଥିବା ଅମ୍ବାପାଲିରେ ମଧ୍ୟ ଉତ୍ସାହର ମାହୋଲ । ଆଜିଠୁ ଜାନୁଆରୀ ୬ ତାରିଖ ପର୍ଯ୍ୟନ୍ତ ୧୧ଦିନ ଧରି ବିଶ୍ଵର ସର୍ବ ବୃହତ ରଙ୍ଗ ମଞ୍ଚରେ ଧନୁଯାତ୍ରା ଚାଲିବ । ମଥୁରାଧିପତି ମହାରାଜ କଂସଙ୍କ ରାଜୁତି ଚାଲିବ । ଅନ୍ୟପଟେ କୃଷ୍ଣଙ୍କ ପ୍ରେମରେ ବିମୋହିତ ହେବ ଅମ୍ବାପାଲି ସାଜିଥିବା ଗୋପପୁର। ଏଥିପାଇଁ ମଥୁରା ଓ ଗୋପପୁରର ବିଭିନ୍ନ କାନ୍ଥରେ ହୋଇଛି ବିଭିନ୍ନ ଚିତ୍ର । ସହରର ଚତୁର୍ଦିଗ ଆଲୋକମାଳାରେ ଝଲସୁଛି । ଦୁଇବର୍ଷ ପରେ ବିନା କଟକଣାରେ ଧନୁଯାତ୍ରା ହେଉଥିବାରୁ ସହରବାସୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି।


 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.