ଧର୍ମେନ୍ଦ୍ରଙ୍କ ଚିଠି, ବରଗଡ-ନୂଆପଡା ରେଳଲାଇନକୁ ବିଜେପୁର ଦେଇ ନିଆଯାଉ

ଧର୍ମେନ୍ଦ୍ରଙ୍କ ଚିଠି, ବରଗଡ-ନୂଆପଡା ରେଳଲାଇନକୁ ବିଜେପୁର ଦେଇ ନିଆଯାଉ

ପେଟ୍ରୋଲିୟମ ଓ ପ୍ରାକୃତିକ ମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଚିଠି । ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏ ବାବଦରେ କେନ୍ଦ୍ର ରେଳମନ୍ତ୍ରୀ ପୀୟୂଷ ଗୋୟାଲଙ୍କୁ ଚିଠି ଲେଖି ସୁପାରିଶ କରିଛନ୍ତି । ତାଙ୍କ ଚିଠିରେ ବରପାଲି ଷ୍ଟେସନରେ ଦୁଇଟି ଏକ୍ସପ୍ରେସ ରହଣି ପାଇଁ ବ୍ୟବସ୍ଥା କରିବାକୁ ଅନୁରୋଧ କରିଛନ୍ତି ।

ବିଜେପି ନେତା ଅଶୋକ କୁମାର ପାଣିଗ୍ରାହୀ ଏହି ଦାବିପତ୍ର ପାଇବା ପରେ ଏହାକୁ କାର୍ଯ୍ୟକାରୀ କରିବ ପାଇଁ ଅନୁରୋଧ ସହ ଦାବିପତ୍ରକୁ ବିଚାର ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପଠାଇଛନ୍ତି । ଦାବିପତ୍ରରେ ଶ୍ରୀ ପାଣିଗ୍ରାହୀ ଦର୍ଶାଇଛନ୍ତି , ପ୍ରସ୍ତାବିତ ବରଗଡ – ନୂଆପଡା ରେଳ ଲାଇନ ବରଗଡ ଜିଲ୍ଲାର ବିଜେପୁର ଦେଇ ଗଲେ ସ୍ଥାନୀୟ ଲୋକମାନେ ବିଶେଷ ଭାବେ ଉପକୃତ ହେବେ । ଏହା ସହ ଆଦିବାସୀମାନଙ୍କ ସହ ଅର୍ଥନୈତିକ ବିକାଶରେ ଏହା ବିଶେଷ ଭାବେ ସହାୟକ ହେବ । ଦାବିପତ୍ରରେ ସମ୍ବଲପୁର ରେଳ ଡିଭିଜନ ଅନ୍ତର୍ଗତ ବରପାଲି ଷ୍ଟେସନ ସମ୍ବଲପୁର-ନାନ୍ଦେଡ଼ ଏକ୍ସପ୍ରେସ ଓ ରାଉରକେଲା-କୋରାପୁଟ ଏକ୍ସପ୍ରେସ ରହଣି ବ୍ୟବସ୍ଥା କରିବାକୁ ଦାବି କରାଯାଇଛି । ଏହି ଦାବି ଗୁଡିକ ସମ୍ପର୍କରେ ବ୍ୟକ୍ତିଗତ ହସ୍ତକ୍ଷେପ କରିବାକୁ ଧର୍ମେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ଗୋୟାଳଙ୍କୁ ଅନୁରୋଧ କରିଛନ୍ତି ।

ଧର୍ମେନ୍ଦ୍ରଙ୍କ ଚିଠି, ବରଗଡ-ନୂଆପଡା ରେଳଲାଇନକୁ ବିଜେପୁର ଦେଇ ନିଆଯାଉ

ପଢନ୍ତୁ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା, ବେଜବରୁଆଙ୍କ ଘର ହେବ ସ୍ମୃତିପୀଠ