Entertainment

ସୋସିଆଲ ମିଡିଆରେ ଭାଇରାଲ ହେଲା ବର୍ଷାଙ୍କ ହୃଦୟର କଥା!

ଓଲିଉଡର ଶୁଆ- ଶାରୀ କୁହାଯାଉଥିବା ସୁପରଷ୍ଟାର ଅନୁଭବ ଓ ବର୍ଷାଙ୍କୁ ନେଇ ପୁଣି ଥରେ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଏଥର ଚର୍ଚ୍ଚାରେ ତାଙ୍କ କ୍ୟାରିୟରକୁ ନେଇ ନୁହେଁ ବରଂ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଉଠିଥିଲା ଏକ ମିଥ୍ୟା କଥା । ଏହାକୁ ନେଇ ସୋସିଆଲ୍ ମିଡିଆରେ ଚର୍ଚ୍ଚା ଜୋର୍ ଧରିଛି।

କିନ୍ତୁ ଏହା ଉପରେ ବର୍ଷା ନିଜର ହୃଦୟର କଥା ସୋସିଆଲ୍ ମିଡିଆ ମାଧ୍ୟମରେ ପ୍ରକାଶ କରିଛନ୍ତି।

ସେ କହିଛନ୍ତି ଯେ  “ବିବାହ ଏକ ପବିତ୍ର ବନ୍ଧନ ଯାହାକି ଦୁଇଟି ମଣିଷ ନୁହେଁ ଦୁଇଟି ପରିବାର ମଧ୍ୟରେ ବାନ୍ଧି ହୋଇଥାଏ ” , ” ମୋ ସ୍ଵାମୀଙ୍କ ସହିତ ମୋ ସଂପର୍କକୁ ମୁଁ ସମ୍ମାନ କରେ ” , ” ମୁଁ ମୋ ସ୍ଵାମୀଙ୍କୁ ବହୁତ ଭଲ ପାଏ ଏବଂ ମୋର ଇଚ୍ଛା କେବଳ ତାଙ୍କ ସହ ସାରା ଜୀବନ ବିତାଇବାକୁ ” । ” ମୁଁ ତାଙ୍କ ପାଇଁ ଜନ୍ମ ନେଇଛି ଏବଂ ତାଙ୍କୁ ହିଁ ଭଲ ପାଉଛି , ପାଉଥିବି ” ଏବଂ ମୁଁ ସମସ୍ତଙ୍କୁ ପ୍ରାର୍ଥନା କରୁଛି ଯେ ଆମ ଖୁସି ଜୀବନ ପାଇଁ ଆପଣ ମାନେ ଆମକୁ ଆଶୀର୍ବାଦ କରନ୍ତୁ “।

ଶେଷରେ ସେ କହିଛନ୍ତି ” କାହାର ବି ଖରାପ ନଜର ନ ଲାଗୁ ଆମ ବିବାହକୁ “ଆପଣ ମାନେ ଆମ ପାଇଁ ଭଗବାନ ଯେ ପର୍ଯ୍ୟନ୍ତ  ଆପଣ ମାନଙ୍କ ଆର୍ଶୀବାଦ ଓ ଭଲପାଇବା ଅଛି ଆମ ସାଙ୍ଗରେ ଆମକୁ କେହିବି କେବେ ଅଲଗା କରିପାରିବେ ନାହିଁ।” ଆମ ସମ୍ପର୍କ ସଦା ସର୍ବଦା ଦୃଢ ଥିଲା , ଦୃଢ ରହିଛି ଏବଂ ରହିଥିବ।

ପଢନ୍ତୁ; ମୋଟାପଣକୁ ଦୂର କରିଥାଏ ଦହିଭାତ! ଜାଣନ୍ତୁ ଦହିଭାତ ଖାଇବା ଦ୍ଵାରା କେଉଁ ଶାରୀରିକ ସମସ୍ୟା ଦୂର ହୋଇଥାଏ।

 

Related posts

ନିର୍ଦ୍ଦେଶକ ଆଶୁତୋଷ ଗୋଓ୍ଵାରିକର୍‌ ଫିଲ୍ମରେ ସାରାଙ୍କୁ ଦେଖିବାକୁ ମିଳିବ

ENO Beuro

ନୂଆ ଓଡିଆ ଚଳଚିତ୍ର ଯୋଗୀର ଅଡିଓ ରିଲିଜ୍ ହୋଇସାରିଛି

ENO Beuro

ରାମସୀତା ଚରିତ୍ରରେ ପରଦାକୁ ଆସୁଛନ୍ତି ହ୍ରିତିକ୍-ଦୀପିକା

Ratnamani Moharana

1 comment

Leave a Comment