Entertainment

ବରୁଣ,ଅନୁଷ୍କା ହେଲେ ସ୍କିଲ୍‌ ଇଣ୍ଡିଆ ବ୍ରାଣ୍ଡ ଆମ୍ବାସାଡର

barun

କୌଶଳ ବିକାଶ ଯୋଜନାର ବ୍ରାଣ୍ଡ ଆମ୍ବାସାଡର ହେଲେ ବରୁଣ ଓ ଅନୁଷ୍କା

ବଲିଓଡ ଅଭିନେତା ବରୁଣ ଧାବନ ଓ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ସ୍କିଲ୍‌ ଇଣ୍ଡିଆ ବ୍ରାଣ୍ଡ ଆମ୍ବାସାଡର ଭାବେ ନିଯୋଜିତ କରାଯାଇଛି। ମୁକ୍ତିଲାଭ କରିବାକୁ ଯାଉଥିବା ବହୁ ପ୍ରତୀକ୍ଷିତ ହିନ୍ଦୀ ଫିଲ୍ମ ‘ସୁଇ-ଧାଗା’ ଚଳଚ୍ଚିତ୍ରର ଏହି ଦୁଇ ମୁଖ୍ୟ କଳାକାର ଫିଲ୍ମ ମାଧ୍ୟମରେ ଭାରତର ଦକ୍ଷତାଯୁକ୍ତ ମାନବ ସମ୍ବଳକୁ ଦର୍ଶକଙ୍କ ନିକଟରେ ଉପସ୍ଥାପନ କରିଛନ୍ତି। ବିଶେଷକରି ଭାରତର ଉତ୍କୃଷ୍ଟ କଳା-କାରିଗରିକୁ ସମଗ୍ର ବିଶ୍ୱରେ ପହଞ୍ଚାଇଥିବା କାରିଗର, ଶିଳ୍ପୀ ଓ ବୁଣାକାରମାନଙ୍କୁ ସ୍ବତନ୍ତ୍ର ପରିଚୟ ଦେଇଛନ୍ତି। ସେହିଭଳି ଏବେ ସ୍କିଲ୍‌ ଇଣ୍ଡିଆ ମିଶନ ଅଭିଯାନର ବ୍ରାଣ୍ଡ ଆମ୍ବାସାଡର ଭାବେ ଏହି ଦୁଇ କଳାକାର ଦେଶର ବିଭିନ୍ନ ସ୍ଥାନକୁ ଗସ୍ତ କରିବା ସହ ଭାରତର ଯୁବପିଢ଼ିଙ୍କ ଦକ୍ଷତା ବୃଦ୍ଧି ପାଇଁ ପ୍ରୋତ୍ସାହିତ କରିବେ।

barun

ସ୍କିଲ ଇଣ୍ଡିଆର ବ୍ରାଂଡ ଆମ୍ବାସଡର ଭାବେ ଦୁଇ କଳାକାର ନିଜର ସମୟ ଦେଇ ଦେଶର ବିଭିନ୍ନ ସ୍ଥାନକୁ ଗସ୍ତ କରିବା ସହ ଭାରତର ଯୁବ ପୀଢିର ଦକ୍ଷତା ବୃଦ୍ଧି ପାଇଁ ପ୍ରୋତ୍ସାହିତ କରିବେ। ଏହା ଉପରେ ନିଜର ପ୍ରତିକ୍ରିୟା ଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ବରୁଣ ଧାବନ ଓ ଅନୁଷ୍କା ଶର୍ମା ତାଙ୍କର ଚଳଚିତ୍ର ସୁଇ-ଧାଗା ମାଧ୍ୟମରେ ଦେଶର ଅନନ୍ୟ କିନ୍ତୁ ନଜର ଆଢୁଆଳରେ ଥିବା ମାନବସମ୍ବଳର ଦକ୍ଷତାକୁ ଲୋକଙ୍କ ସାମ୍ନାକୁ ଆଣିବାରେ ଏକ ନିଷ୍ଠାପର ଉଦ୍ୟମ କରିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ନୂଆ ଭାରତର ସ୍ୱପ୍ନକୁ ଏହି ଦୁଇ ଅଭିନେତା ଯୋଡି ସ୍କିଲ ମିଶନରେ ସାମିଲ ହେବାଦ୍ୱାରା ଅଧିକ ଶକ୍ତି ମିଳିବ । ଉଭୟ ବରୁଣ ଧାବନ ଓ ଅନୁଷ୍କା ଶର୍ମା ପ୍ରଧାନମବୀ ନରେନ୍ଦ୍ର ମୋଦିଙ୍କର ସ୍କିଲ ଇଣ୍ଡିଆ ମିଶନକୁ ଭୂୟସୀ ପ୍ରଂଶସା କରିଛନ୍ତି । ଏହା ଭାରତର ଯୁବସମାଜ ଦକ୍ଷ ଓ ସଙ୍ଗଠିତ କରିବା ସହ ଦେଶର ପାରମ୍ପରିକ ଶିଳ୍ପୀ , କଳାକାର ଓ ତତସମ୍ବନ୍ଧୀୟ ମାନବସମ୍ବଳକୁ ଅଧିକ ରୋଜଗାରକ୍ଷମ କରିବା ସହ ଦେଶକୁ ପ୍ରଗତୀର ରାସ୍ତାରେ ନେବ ବୋଲି ଅଭିନେତା ଓ ଅଭିନେତ୍ରୀ ଦ୍ୱୟ ପ୍ରକାଶ କରିଛନ୍ତି।

ପଢନ୍ତୁ;ଦିଲ୍ଲୀରେ ଦୁଇଟି ଅଭିନବ ପ୍ରକଳ୍ପର ଶୁଭାରମ୍ଭ କଲେ କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ

Related posts

ବିଦେଶୀ ସେଲିବ୍ରିଟିଙ୍କ ସହ ମାଗାଜିନ୍‌ କଭର ପେଜ୍‌ରେ ଐଶ୍ୱର୍ଯ୍ୟା

ENO Beuro

ରିଲିଜ ହେଲା ଅସୀମା ପଣ୍ଡାଙ୍କ କଣ୍ଠରେ ଆଉ ଏକ ହୃଦୟସ୍ପର୍ଶୀ ଗୀତ “ତୁ କେଡେ ସ୍ଵାର୍ଥପର ତୁ”

ENO Beuro

Sita Bibaha – First Odia Film Completed 80 Years Of Its Existence

ENO Beuro

Leave a Comment