Entertainment

ଓଡିଆ ମ୍ୟୁଜିକ ଭିଡିଓ ‘ବସ ତୁ ହି ତୁ’ର ଟିଜର ରିଲିଜ

ନୂଆ ଓଡିଆ ମ୍ୟୁଜିକ ଭିଡିଓ ‘ବସ ତୁ ହି ତୁ‘ର ଟିଜର ରିଲିଜ ହୋଇଯାଇଛି। ଆଉ ଏହି ଟିଜରକୁ ଉନ୍ମୋଚନ କରିଛନ୍ତି ଜଲିଉଡର ସୁପରଷ୍ଟାର ବିନୋଦ କୁମାର । ଆଉ ଭିଡିଓରେ ବିନୋଦଙ୍କ ବିପକ୍ଷରେ ନଜର ଆସିଛନ୍ତି ଟଲିଉଡ ସୁପରମଡେଲ ଅମ୍ରିତା ହାଲଦାର।

ବିନୋଦ ଓ ବେବିନା ପ୍ରଡ଼କ୍ସନ ନିବେଦିତ ଏହା ପ୍ରଥମ ଅବଦାନ। ପ୍ରେମ ରୋମାନ୍ସ ଓ ସସ୍ପେନ୍ସକୁ ନେଇ ଆଧାରିତ ଏହି ମ୍ୟୁଜିକର ନିର୍ଦ୍ଦେଶନା ଦେଇଛନ୍ତି ଚନ୍ଦନ ମହାପାତ୍ର । ଚନ୍ଦନଙ୍କ ନାମ ମ୍ୟୁଜିକ ଦୁନିଆରେ ବେଶ ପରିଚିତ । ସେ ୨୦୦୦ରୁ ଊର୍ଦ୍ଧ୍ବ ଓଡିଆ ଓ ଛତିଶଗଡି ଆଲବମ ସମେତ ‘ତମକୁ ଦେଖିଲା ପରେ‘ଗୋଟିଏ ଫିଲ୍ମର ମଧ୍ୟ ନିର୍ଦ୍ଦେଶନା ଦେଇଛନ୍ତି।

ଭିଡିଓ ଓଡିଆ ମ୍ୟୁଜିକ ଭିଡିଓ ‘ବସ ତୁ ହି ତୁ’ର ଟିଜର ରିଲିଜ bas tu hi tu

ଗୀତ ରଚନା କରିଛନ୍ତି ଅରୁଣ ମନ୍ତ୍ରୀ। ମ୍ୟୁଜିକକୁ ଆହୁରି ସୁମଧୁର କରିବାରେ ସାହାଯ୍ୟ କରିଛନ୍ତି ପ୍ରଖ୍ୟାତ କଣ୍ଠଶିଳ୍ପୀ ହ୍ୟୁମାନ ସାଗର । କାହାଣୀଟି ସମ୍ପୂର୍ଣ୍ଣ ନୂତନତା ଥିବାବେଳେ ବିନୋଦ ଓ ଅମ୍ରିତାଙ୍କ ଯୋଡି ମଧ୍ୟ ଅଭିନୟରେ କମାଲ କରିଛନ୍ତି।

ମ୍ୟୁଜିକର ସୁଟିଂ ଗୋପାଳପୁରର ମନୋରମ ଦୃଶ୍ୟରେ କରାଯାଇଛି । ଏହି ମ୍ୟୁଜିକ ଭିଡିଓଟି କୌଣସି ଚଳଚିତ୍ର ଗୀତ ଠାରୁ କମ ନୁହେଁ ଓ ଏହି ମ୍ୟୁଜିକ ଭିଡିଓ ଦର୍ଶକ ଦେଖିବା ପରେ ନିଶ୍ଚିତଭାବେ ହୃଦୟଙ୍ଗମ କରିବେ ବୋଲି କହିଛନ୍ତି ନିର୍ମାତା।

ପଢନ୍ତୁ;ପୂର୍ବ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତି ପ୍ରାର୍ଥନା ସଭାରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

Related posts

ରିଲିଜ ପୂର୍ବରୁ ୧୯୦ କୋଟିରେ ବିକ୍ରି ହେଲା ସଲମାନ ଖାନଙ୍କ ରେସ୍‌୩

ENO Beuro

ଆଜି ପ୍ରିୟଙ୍କା ଓ ନିକ୍‌ଙ୍କ ନିର୍ବନ୍ଧ

ENO Beuro

ପଦ୍ମାବତ୍‌ର ମୁକ୍ତିଲାଭକୁ ନେଇ ବିରୋଧ ଏବଂ ହିଂସା

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More