• Home
  • LIFESTYLE
  • ବାସୀ ରୁଟି ସ୍ୱାସ୍ଥ୍ୟପକ୍ଷେ ହିତକର ,ଜାଣନ୍ତୁ ଏହାର ଉପକାରିତା
LIFESTYLE

ବାସୀ ରୁଟି ସ୍ୱାସ୍ଥ୍ୟପକ୍ଷେ ହିତକର ,ଜାଣନ୍ତୁ ଏହାର ଉପକାରିତା

ବାସି ରୁଟି ଖାଇବା ସ୍ୱାସ୍ଥ୍ୟ ପକ୍ଷେ ହିତକର

ଅଧିକାଂଶ ଲୋକଙ୍କ ଧାରଣା ରହିଛି କି ବାସି ଖାଦ୍ୟ ଖାଇଲେ ଶରୀର ଅସୁସ୍ଥ ହୋଇଥାଏ ।  ଖାଦ୍ୟ ବିଶେଷଜ୍ଞଙ୍କ ମତରେ ଅନ୍ୟ ବାସି ଖାଦ୍ୟ ତୁଳନାରେ ନିୟମିତ ବାସି ରୁଟି ଖାଇବା ସ୍ୱାସ୍ଥ୍ୟ ପକ୍ଷେ ହିତକର ହୋଇଥାଏ । ବାସି ରୁଟିକୁ ନ ଫିଙ୍ଗି ଏହାକୁ ଖାଇବା ଉଚିତ । ତେବେ ଅଧିକ ଦିନର ବାସି ରୁଟି ଖାଇବା ସ୍ୱାସ୍ଥ୍ୟ ପକ୍ଷେ ହିତକର ନୁହେଁ ।

ବାସୀ ରୁଟିକୁ କ୍ଷୀର ସହ ଖାଇବାଦ୍ୱାରା ଏହା ଶରୀରର ତାପମାନକୁ ନିୟନ୍ତ୍ରଣରେ ରଖିଥାଏ । କାରଣ ଅନେକ ଥର ଅତ୍ୟଧିକ ଗରମ କାରଣରୁ ଆମ ଶରୀରର ତାପମାନ ବୃଦ୍ଧି ପାଇଯାଇଥାଏ । ଯଦି ଏହି ଉପାୟକୁ ପ୍ରୟୋଗ କରାଯାଏ ତେବେ ଏହାଦ୍ୱାରା ଶରୀରର ତାପମାନ ସ୍ଥିର ରହିଥାଏ ।

ଉଚ୍ଚ ରକ୍ତଚାପ ରୋଗୀ ସକାଳୁ ଉଠିବା ପରେ ଜଳଖିଆ ଭାବେ ଥଣ୍ଡାକ୍ଷୀର ସହ ୨ ପଟ ବାସି ଗହମ ରୁଟି ଖାଇବା ସ୍ୱାସ୍ଥ୍ୟ ପାଇଁ ଖୁବ୍ ଉପକାରୀ ହୋଇଥାଏ । ଏହା ରକ୍ତଚାପ ନିୟନ୍ତ୍ରଣ କରିବା ସହ ଶରୀରକୁ ମଧ୍ୟ ଶକ୍ତି ଦେଇଥାଏ ।

ଅମ୍ଳ ରୋଗୀଙ୍କ ପାଇଁ ଏହା ମଧ୍ୟ ଅତ୍ୟନ୍ତ ଉପକାରୀ ହୋଇଥାଏ । ଏହାକୁ କ୍ଷୀର ସହ ନଚେତ୍ କେବଳ ବାସରୁଟିକୁ ଚୋବାଇ ଖାଇବା ଦ୍ୱାରା ଏହା ସ୍ୱାସ୍ଥ୍ୟ ପାଇଁ ହିତକର ହୋଇଥାଏ ।

ବାସୀ ରୁଟି ଖାଇବାଦ୍ୱାରା ପେଟ ଜନିତ ବିଭିନ୍ନ ସମସ୍ୟାମାନ ମଧ୍ୟ ଦୁର ହୋଇଥାଏ । ଏହି ରୁଟି ଗୋଟିଏ ଦିନରୁ ଅଧିକ ବାସି ହେଲେ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି ।

ବାସୀ ରୁଟି ସ୍ୱାସ୍ଥ୍ୟପକ୍ଷେ ହିତକର ,ଜାଣନ୍ତୁ ଏହାର ଉପକାରିତା Basi roti 1
ପଢନ୍ତୁ ;

ହାତ ଛାଡି ପଦ୍ମ ଧରିବେ ଅଭିନେତ୍ରୀ ଅପରାଜିତା ମହାନ୍ତି

Related posts

ଏସିଡ଼ିଟି ଭଳି କଠିନ ସମସ୍ୟାକୁ ଦୂର କରିବା ପାଇଁ ଚାହୁଁଛନ୍ତି କି? ତେବେ ଆପଣାନ୍ତୁ ଏହି ଘରୋଇ ଉପଚାର

Krishna Kumar Manoj

ମହୁ ଓ ଲେମ୍ବୁ ପାଣି ପିଇବା ଦ୍ଵାରା କି କି ଲାଭ ମିଳେ ଆସନ୍ତୁ ଜାଣିବା

Krishna Kumar Manoj

ଘରୋଇ ଉପଚାରରେ ମୁହ୍ନରୁ ଦୂର କରନ୍ତୁ ସନ୍-ଟ୍ୟାନ୍! ଜାଣନ୍ତୁ କିଛି ସରଳ ଟିପ୍ସ

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More