LIFESTYLE

ପତଳା ହେବାକୁ ଚହୁଁଛନ୍ତି କି!!!! ତେବେ ପ୍ରତିଦିନ ଖାଇବା ଆରମ୍ଭ କରନ୍ତୁ ଏହି ଜିନିଷ

ସ୍ୱାସ୍ଥ୍ୟ ହିଁ ସମ୍ପଦ। ତେବେ ଏହି ଉକ୍ତିଟିକୁ ଏବେକାର ପିଢୀ ଟିକେ ଅନୁସରଣ କରିବାର ଦେଖାଯାଉଛି। ଶରୀରରେ ମେଦ ବହୁଳତା  ଓ ଟିକେ ମୋଟା  ହେବାକ୍ଷଣି ଛନକା ପଶି ଯାଉଛି ଆଜିକାଲିଙ୍କ ଯୁବ ପିଢୀଙ୍କ ଛାତିରେ। ପତଳା ହୋଇ ସ୍ଲିମ ଦେଖାଯିବା ପାଇଁ ପ୍ରତିଦିନ ଜିମ  ଠାରୁ ଆରମ୍ଭ କରି ଡାଏଟ ପର୍ଯ୍ୟନ୍ତ କେତେ ଉପାୟ ଆପଣଉଛନ୍ତି। ତେବେ ଆପଣ ଜାଣିଛନ୍ତିକି  ତୁଳସୀ ମଞ୍ଜି  ଆପଣଙ୍କ ଓଜନ କମାଇବା ସହ ଆପଣଙ୍କୁ ଫିଟ୍‌ ମଧ୍ୟ ରଖିଥାଏ।ଆମେ ଏଠାରେ ଆପଣ ଯେଉଁ ତୁଳସୀ ପୂଜା କରନ୍ତି ସେ ବିଷୟରେ କହୁଛୁ।  ଏହା ସ୍ୱାଦରେ  ହାଲକା ମିଠା ହୋଇଥାଏ। ଏହି ତୁଳସୀକୁ ଦେଶ ବିଦେଶରେ ମଧ୍ୟ ବ୍ୟବହାର କରାଯାଏ। ଆଉ ଏହାକୁ ବ୍ୟବହାର କରି କିଛି ସ୍ପେଶାଲ୍‌ ଖାଦ୍ୟ ମଧ୍ୟ ପ୍ରସ୍ତୁତ କରାଯାଏ।ଏହି ତୁଳସୀରେ ଭିଟାମିନ୍‌-କେ, ଆଇରନ୍‌ ସହ ଆଣ୍ଟି ଅକ୍ସିଡାଣ୍ଟ ରହିଥାଏ।

ତୁଳସୀ ମଞ୍ଜି ବ୍ଲଡ୍‌ ସୁଗାର କମ୍‌ କରିବାରେ ସାହାର୍ଯ୍ୟ କରିଥାଏ। ଆମର କେଶ ଏବଂ ତ୍ୱଚା ପାଇଁ ବହୁ ଉପକାରୀ ହୋଇଥାଏ। କିନ୍ତୁ ଏହା ଓଜନ  କମାଇବାରେ ବହୁତ ସାହାଯ୍ୟ କରିଥାଏ। ଏହାକୁ ଆପଣ ସଠିକ ଢଙ୍ଗରେ ଖାଇବା ଦରକାର।

ତେବେ ଜାଣି ରଖନ୍ତୁ ଏହାକୁ ପ୍ରସ୍ତୁତ କରିବାର ପ୍ରଣାଳୀ ସମ୍ପର୍କରେ

 


ତୁଳସୀ ମଞ୍ଜିକୁ ଗୋଟେ କପ୍‌ ପାଣିରେ ରାତିସାରା ଭିଜାଇ ରଖନ୍ତୁ। ଆଉ ଏହାକୁ ସକାଳେ ଉଠି ଖାଆନ୍ତୁ। ଖାଇବା ସହ ଭିଜା ହୋଇଥିବା ପାଣି ମଧ୍ୟ ପିଇଦିଅନ୍ତୁ। ଏହାକୁ ଆପଣ ଯେ କୌଣସି ଖାଦ୍ୟରେ ପକାଇ ଖାଇ ପାରିବେ। ଏହାକୁ ସାଲାଡ୍‌, ସୁପ୍‌, ବା ପାନୀୟରେ ମଧ୍ୟ ପକାଇ ପିଇ ପାରିବେ। ଏଥିରେ ଫାଇବର୍‌ ଅଧିକ ମାତ୍ରାରେ ରହିଥାଏ। ଆଉ ଏହାକୁ ଖାଇବା ଦ୍ୱାରା ଅନେକ ସମୟ ପର୍ଯ୍ୟନ୍ତ ପେଟ ଫୁଲ୍‌ ହୋଇ ରହିଥାଏ। ଏଥିପାଇଁ ଆମକୁ ଲମ୍ବା ସମୟ ପର୍ଯ୍ୟନ୍ତ ଭୋକ ମଧ୍ୟ ଲାଗି ନ ଥାଏ। ତୁଳସୀରେ ଅଲ୍ଫା ଲିନୋଲେନିକ୍‌ ଏସିଡ୍‌ (Alpha-linolenic acid) ରହିଥାଏ। ଯାହା ଆମ ଶରୀରରୁ ଫ୍ୟାଟ୍‌ କମ୍‌ କରିବାରେ ସାହାଯ୍ୟ କରିଥାଏ।

ପଢନ୍ତୁ: ଋତୁସ୍ରାବ ସମୟରେ ଭୁଲରେ ବି କରନ୍ତୁ ନାହିଁ ଏହି କାମ

Related posts

ଶରୀରରେ ଓଜନ ବଢାଇବାକୁ ଚାହୁଁଛନ୍ତି କି? ତେବେ ଆପଣାନ୍ତୁ ଏହି ଉପାୟ

ENO Beuro

ଆସନ୍ତୁ ଜାଣିବା ଅଦାରେ ଥିବା ବହୁ ଔଷଧୀୟ ଗୁଣ ବିଷୟରେ

ENO Beuro

ସୁସ୍ଥ ଜୀବନ ଏବଂ ଲମ୍ବା ସମୟ ପାଇଁ ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି କି ? ତେବେ ଖାଦ୍ୟରେ ସାମିଲ କରନ୍ତୁ “ଚିକେନ”

ENO Beuro

Leave a Comment