News

ଭାରତ ନେଟ ପ୍ରକଳ୍ପ ପାଇଁ ବିବିଏନଏଲ୍ ଗୁରୁତ୍ୱପୂର୍ଣ୍ଣ: ମନୋଜ ସିହ୍ନା

ନୂଆଦିଲ୍ଲୀର ଇଷ୍ଟ-କିଦୱାଇ ନଗରଠାରେ ଭାରତ ବ୍ରଡବ୍ୟାଣ୍ଡ ନେଟୱର୍କ ଲିମିଟେଡ (BBNL)ର ନୂତନ କର୍ପୋରେଟ ଅଫିସକୁ ସଞ୍ଚାର ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ) ଏବଂ ରେଳ ରାଷ୍ଟ୍ରମନ୍ତ୍ରୀ ମନୋଜ ସିହ୍ନା  ଗତକାଲି ଉଦଘାଟନ କରିଛନ୍ତି । ଉଦଘାଟନର ତୁରନ୍ତ ପରେ ମନ୍ତ୍ରୀ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଥିଲେ ଯେ, ଦେଶର 2,50,000 ଗ୍ରାମ ପଞ୍ଚାୟତ (GP)କୁ ଡିଜିଟାଲି ଯୋଡ଼ିବାରେ ଭାରତ ନେଟ ପ୍ରକଳ୍ପର ପ୍ରଣୟନ ପାଇଁ ବିବିଏନଏଲର ଭୂମିକା ଗୁରୁତ୍ୱପୂର୍ଣ୍ଣ । ସରକାର ଆରମ୍ଭ କରିଥିବା ଏହି ଫ୍ଲାଗସିପ୍ କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ଦେଶର ପ୍ରତ୍ୟେକ ଭାଗରେ ବିନା ଭେଦଭାବରେ ଲୋକମାନଙ୍କୁ ଇ-ପ୍ରଶାସନ, ଇ-ସ୍ୱାସ୍ଥ୍ୟ, ଇ-ଶିକ୍ଷା, ଇ-ବ୍ୟାଙ୍କିଂ ଏବଂ ଅନ୍ୟାନ୍ୟ ସେବା ଉପଲବ୍ଧ କରାଇବା । ପ୍ରକଳ୍ପର 50% ଶେଷ ହୋଇସାରିଥିବା ବେଳେ ବକେୟା କାମ 2019 ମାର୍ଚ୍ଚ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ବିପିଏନଏଲର ନୂତନ କର୍ପୋରେଟ ଅଫିସକୁ ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟ ଠାରୁ ଏନବିସିସି ଲିମିଟେଡ ଜରିଆରେ 30 ବର୍ଷ ପାଇଁ ଲିଜରେ ନିଆଯାଇଛି । 36,597 ବର୍ଗ ଫୁଟ ଅଞ୍ଚଳରେ ଗଢ଼ି ଉଠିଥିବା ଏହି କାର୍ଯ୍ୟାଳୟ କୋଠାରେ ଭାରତ ନେଟ ପ୍ରକଳ୍ପ ସମ୍ପର୍କରେ ଛାତ୍ରଛାତ୍ରୀମାନେ ଜ୍ଞାନ ଆହରଣ କରିବା ପାଇଁ ସୁବିଧା ରହିଛି । କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଟେଲିକମ୍ ସଚିବ ଅରୁଣା ସୁନ୍ଦରରାଜନ କହିଥିଲେ ଯେ, ଭାରତ ନେଟ ପ୍ରକଳ୍ପର ମୌଳିକ ଭିତ୍ତିଭୂମିର ରକ୍ଷଣାବେକ୍ଷଣ ପାଇଁ ଉଚିତ ସମୟରେ ଏହି  ନୂତନ କାର୍ଯ୍ୟାଳୟ ପ୍ରତିଷ୍ଠା ହୋଇପାରିଛି ।

bbnl ଭାରତ ଭାରତ ନେଟ ପ୍ରକଳ୍ପ ପାଇଁ ବିବିଏନଏଲ୍ ଗୁରୁତ୍ୱପୂର୍ଣ୍ଣ: ମନୋଜ ସିହ୍ନା bbnl

ଭାରତ ନେଟ ପ୍ରକଳ୍ପ ସମ୍ପର୍କରେ:

  • ପ୍ରଥମ ପର୍ଯ୍ୟାୟ; 2017 ଡିସେମ୍ବର ସୁଦ୍ଧା ପ୍ରଥମ ପର୍ଯ୍ୟାୟରେ 1,00,000 ଗ୍ରାମ ପଞ୍ଚାୟତକୁ ପ୍ରକଳ୍ପରେ ସାମିଲ କରାଯାଇପାରିଛି ।
  • ଦ୍ୱିତୀୟ ପର୍ଯ୍ୟାୟ: ଭାରତ ନେଟ ଦ୍ୱିତୀୟ ପର୍ଯ୍ୟାୟରେ ବକେୟା 1,50,000 ଗ୍ରାମ ପଞ୍ଚାୟତକୁ ଡିଜିଟାଲି ଯୋଡ଼ିବା କାମ 2019 ମାର୍ଚ୍ଚ 31 ତାରିଖ ସୁଦ୍ଧ ଶେଷ କରିବାକୁ ଲକ୍ଷ୍ୟ ରହିଛି । ଷ୍ଟେଟ, ସିପିଏସ୍ୟୁ ଏବଂ ପ୍ରାଇଭେଟ ମଡେଲ ଆଦି ତିନୋଟି ମଡେଲରେ ଏହାକୁ ପ୍ରଣୟନ କରାଯାଉଛି ।
  • ସମସ୍ତ 2,50,000 ଗ୍ରାମ ପଞ୍ଚାୟତରେ ଅତି କମରେ ପାଞ୍ଚୋଟି ଲେଖାଏଁ ୱାଇ-ଫାଇ ପଏଣ୍ଟ ରହିବ । ଏଥିରୁ ଅତି କମରେ ତିନୋଟି ସର୍ବସାଧାରଣ ସ୍ଥାନ, ଅର୍ଥାତ୍ ଶିକ୍ଷାନୁଷ୍ଠାନ, ସ୍ୱାସ୍ଥ୍ୟକେନ୍ଦ୍ର, ଡାକଘର, ଥାନା ଇତ୍ୟାଦିରେ ରହିବ ।
  • ଗ୍ରାମ ପଞ୍ଚାୟତ ସ୍ତରରେ ବିଭିନ୍ନ ସେବା ଉପଲବ୍ଧ କରାଇବାକୁ ଭାରତ ନେଟକୁ ବିଏସଏନଏଲ, ସିଏସସି, ଏସପିଭି, ଟିଏସପି, ଆଇଏସପି ଭାରତ ନେଟକୁ ବ୍ୟବହାର କରୁଛନ୍ତି । ବିଏସଏନଏଲ୍ ବିଭିନ୍ନ ରାଜ୍ୟର 1742 ଜିପିରେ ୱାଇଫାଇ ହଟସ୍ପଟ୍, 13,513 ଜିପିରେ ଏଫଟିଟିଏଚ୍ ସଂଯୋଗ ଯୋଗାଇଛି । ପ୍ରକଳ୍ପ ଅନ୍ତର୍ଗତରେ ପ୍ରଥମ ପର୍ଯ୍ୟାୟରେ ଏକ ବର୍ଷ ପାଇଁ ବିବିଏନଏଲ୍ ବିଏସଏନଏଲକୁ ଏଫଟିଟିଏଚ ସଂଯୋଗର ସୁବିଧା ଦେଇଛି । ଏହାଦ୍ୱାରା ବ୍ରଡବ୍ୟାଣ୍ଡ ସେବା ଉପଲବ୍ଧ ହେଉଛି । ଏଭଳି ସୁବିଧା 70,238 ଗ୍ରାମ ପଞ୍ଚାୟତରେ ମିଳୁଛି ।

ପଢନ୍ତୁ; ଓଲିଉଡରେ ମଧ୍ୟ #MeToo ଝଡ,ଏହି ଓଲିଉଡ ଅଭିନେତ୍ରୀ ଆଣିଲେ ଅଭିଯୋଗ

Related posts

ଫେସ୍‌ବୁକ୍‌ ତଥ୍ୟ ଚୋରି ମାମଲା: ଭାରତରେ ୫.୬ ଲକ୍ଷ ଲୋକ ପ୍ରଭାବିତ!

ENO Beuro

ଆତ୍ମଘୋଷିତ ବାବା ଦାତି ମହରାଜଙ୍କ ବିରୋଧରେ ମାମଲା

ENO Beuro

ଚାର୍ଜରେ ବସିଥିବା ବେଳେ ମୋବାଇଲ୍ ବ୍ୟାଟେରି ବିସ୍ଫୋରଣ : ଛାତ୍ରଙ୍କ ଆଖି ନଷ୍ଟ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More