News

ପ୍ରକାଶ ପାଇଲା ବିଶ୍ଵର ୫୦ ସ୍ମାର୍ଟ ସହର ତାଲିକା, ୩୨ ତମ ସ୍ଥାନରେ ଭୁବନେଶ୍ୱର

ବିଶ୍ଵର ୫୦ ସ୍ମାର୍ଟ ସହର ତାଲିକାରେ ସ୍ଥାନ ପାଇଛି ରାଜଧାନୀ ଭୁବନେଶ୍ୱର। ସିଙ୍ଗାପୁରର ‘ଇଡ଼େନ ଷ୍ଟ୍ରାଟେଜି ଇନଷ୍ଟିଚ୍ୟୁଟ’ ନାମକ ଏକ ସର୍ଭେ ସଂସ୍ଥା ତାଙ୍କର ସଦ୍ୟତମ ରିପୋର୍ଟରେ ଏହା ଦର୍ଶାଇଛନ୍ତି।

ଲଣ୍ଡନ ଏହି ତାଲିକାର ୧ ନମ୍ବର ସ୍ଥାନରେ ରହିଛି । ଭୁବନେଶ୍ୱର ୩୨ ତମ ସ୍ଥାନରେ ରହିଥିବାବେଳେ ବିଶ୍ୱର କେତୋଟି ପ୍ରମୁଖ ସହର ଦୁବାଇ( ୪୦) ଓ ପ୍ୟାରିସ (୪୬) ଭୁବନେଶ୍ୱର ତଳେ ରହିଛନ୍ତି । ସେହିପରି ଭାରତୀୟ ସହର ମାନଙ୍କ ମଧ୍ୟରୁ ରାଜଧାନୀ ଦିଲ୍ଲୀ ୨୩ ତମ ସ୍ଥାନରେ ଓ ସୁରତ ୨୭ ତମ ସ୍ଥାନରେ ରହିଛି । ଅହମଦାବାଦ ଭୁବନେଶ୍ୱର ସହ ୩୨ତମ ସ୍ଥାନରେ ରହିଛି। ଜୟପୁର ୩୪ ତମ ସ୍ଥାନ ଓ ପୁନେ ୩୬ ତମ ସ୍ଥାନରେ ରହିଛି। ଏହି ସଫଳତା ପରେ ମେୟର ଅନନ୍ତ ନାରାୟଣ ଜେନା ଟିମ ଭୁବନେଶ୍ୱରକୁ ଅବିନନ୍ଦନ ଜଣାଇଛନ୍ତି।

ସୂଚନାଯୋଗ୍ୟ,ପୂର୍ବରୁ ୨୦୧୭ ମସିହା ଜୁନିପର୍ ରିସର୍ଚ୍ଚ ଗ୍ଲୋବାଲ୍ ସ୍ମାର୍ଟ ସିଟି ପ୍ରଦର୍ଶନ ଅନୁସାରେ ମାର୍ଚ୍ଚ ମାସରେ ଭୁବନେଶ୍ୱର ବିଶ୍ୱର ୨୦ଟି ନିରାପଦ ସହର ମଧ୍ୟରେ ୧୩ତମ ସ୍ଥାନରେ ରହିଥିଲା।

ପଢନ୍ତୁ;ରାଜ୍ୟ ସଭାରେ ମିଳିଲା ସାନ୍ତାଳୀ ଭାଷାକୁ ମାନ୍ୟତା

Related posts

ହସ୍ପିଟାଲରେ ଭର୍ତ୍ତି ହେଲେ ଇନ୍ଦ୍ରାଣୀ ମୁଖାର୍ଜୀ

ENO Beuro

କଟକରେ ଆଜିଠୁ ଚିଟ୍‌ଫଣ୍ଡ ଅର୍ଥ ଫେରସ୍ତ

ENO Beuro

ଅଭିନୟ ରୁ ରାଜନୀତି, କଟକ ରୁ ଭୁବନେଶ୍ଵର: ଅପରାଜିତାଙ୍କ ରାଜିନୀତିରେ ପ୍ରବେଶ

Ratnamani Moharana

Leave a Comment