News

ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରକୁ ମିଳିବ ‘ଶ୍ରେଷ୍ଠ ବିମାନବନ୍ଦର’ ପୁରସ୍କାର

bbsr

ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦର ୨୦୧୮ ବର୍ଷ ପାଇଁ ଶ୍ରେଷ୍ଠ ବିମାନବନ୍ଦର ଭାବେ ସମ୍ମାନଜନକ ଏୟାରପୋର୍ଟ ସର୍ଭିସ୍‌ କ୍ୱାଲିଟି ପୁରସ୍କାର ପାଇବା ପାଇଁ ଚୟନ କରଯାଇଛି । ବିଜୁ ପଟ୍ଟନାୟକ ବିମାନ ବନ୍ଦରକୁ ସର୍ଭିସ କ୍ୱାଲିଟି ଆୱାର୍ଡ଼ ୨୦୧୮ ପ୍ରଦାନ କରାଯିବ । ବିମାନବନ୍ଦରର ଆକାର ଓ ଅଞ୍ଚଳକୁ ଦୃଷ୍ଟିରେ ରଖି ଏହି ପୁରସ୍କାର ମିଳିବ ବୋଲି ସୂଚନା ଦେଇଛନ୍ତି ଏୟାରପୋର୍ଟର ନିର୍ଦ୍ଦେଶକ ସୁରେଶ ହେତା।

୨୦ରୁ ୫୦ ଲକ୍ଷ ଯାତ୍ରୀ କ୍ଷମତା ବିଭାଗରେ ମିଳିବ ଏହି ପୁରସ୍କାର ଦିଆଯିବ । ଅନ୍ତଃରାଷ୍ଟ୍ରୀୟ ବିମାନ ବନ୍ଦର ମାନ୍ୟତା ପାଇବା ପରେ ବିଜୁ ପଟ୍ଟନାୟକ ବିମାନ ବନ୍ଦରର ଯାତ୍ରୀ ସଂଖ୍ୟା ବୃଦ୍ଧି ପାଇଛି ।

ଉଲ୍ଲେଖଯୋଗ୍ୟ ଯେ,ଏୟାରପୋର୍ଟ କାଉସିଲ୍‌ ଇଣ୍ଟରନ୍ୟାସନାଲ ପକ୍ଷରୁ ଏହି ମାନ୍ୟତା ପ୍ରଦାନ କରାଯିବା ସହ ଯୋଗ୍ୟ ବିବେଚିତ ବିମାନବନ୍ଦରଗୁଡ଼ିକୁ ପୁରସ୍କୃତ କରାଯାଇଥାଏ।

ପଢନ୍ତୁ; ଜମ୍ମୁ-କାଶ୍ମୀର ବସଷ୍ଟାଣ୍ଡରେ ବିସ୍ଫୋରଣ,ଆତଙ୍କୀ ଗିରଫ

Related posts

ଜଗା ଖେଳୁଛି, ହେଲେ ହଠାତ୍ ବଳିଆକୁ ଆସୁଛି ଜ୍ବର, କାରଣ ଖୋଜୁଛନ୍ତି ବିଶେଷଜ୍ଞ ଦଳ

Ratnamani Moharana

ଖୋର୍ଦ୍ଧା ବୋଲଗଡ଼ ପିଚୁକୁଳିରେ ଦୁଇ ଦୁଇଟି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

ENO Beuro

ପାକିସ୍ତାନ ଆକାଶରେ ପୁଣି ଉଡିବ ଭାରତୀୟ ବିମାନ

Ratnamani Moharana

Leave a Comment