News

ଭୁବନେଶ୍ୱରକୁ ଶ୍ରେଷ୍ଠ ସ୍ମାର୍ଟ ସିଟି ପୁରସ୍କାର

କିଶୋରୀ ସଶକ୍ତୀକରଣ ,ଦକ୍ଷତା ବିକାଶ ପାଇଁ ମିଳିଲା

ଜୟପୁରରେ ଅନୁଷ୍ଠିତ ସ୍ମାର୍ଟସିଟି ଏକ୍‌ସପୋ ଇଣ୍ଡିଆ-୨୦୧୮ରେ ଶ୍ରେଷ୍ଠ ସ୍ମାର୍ଟ ସିଟି ପୁରସ୍କାର ଜିତିଛି ଭୁବନେଶ୍ୱର। ସୋସିଆଲି ସ୍ମାର୍ଟ ପ୍ରୋଗ୍ରାମକୁ ନେଇ ଭୁବନେଶ୍ୱରକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌ ଓ ୟୁନାଇଟେଡ୍‌ ନେସନସ ପପୁଲେସନ ଫଣ୍ଡ ମିଳିତ ଭାବେ ସୋସିଆଲି ସ୍ମାର୍ଟ ପ୍ରୋଗାମକୁ କାର୍ଯ୍ଯକାରୀ କରୁଛନ୍ତି ।

bbsr

୩୨୦ କିଶୋରୀଙ୍କୁ ଆତ୍ମରକ୍ଷା କୌଶଳ ଶିକ୍ଷା ଦିଆଯାଇଥିବା ବେଳେ ୨୨ଟି ବସ୍ତିରେ ଖୋଲାରେ ମଳତ୍ୟାଗ ନ କରିବା ଦିଗରେ ସ୍ଥାନୀୟ ପ୍ରତିନିଧି ଓ ଗୋଷ୍ଠୀ ସଦସ୍ୟଙ୍କ ଜରିଆରେ ପଦକ୍ଷେପ ନିଆଯାଇଛି। ଏହି ପୁରସ୍କାର ପାଇବା ପରେ ସ୍ମାର୍ଟ ସିଟି ଏକ୍ସପୋ ଇଣ୍ଡିଆ ୨୦୧୮ ପକ୍ଷରୁ ଭୁବନେଶ୍ୱର ସହରକୁ ଟୁଇଟ କରି ସ୍ବାଗତ କରାଯାଇଛି।

ଦେଶରେ ପ୍ରଥମ ଥର ପାଇଁ ଏଭଳି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ବୁଧବାର ଉପରାଷ୍ଟ୍ରପତି ଭେଙ୍କାୟା ନାଇଡୁ ଏହି ଅନ୍ତର୍ଜାତୀୟ କର୍ମଶାଳକୁ ଉଦ୍‌ଘାଟନ କରିଥିଲେ। ଏଥିରେ ସ୍ମାର୍ଟ ସିଟି କ୍ଷେତ୍ରରେ ନୂତନ ଜ୍ଞାନକୌଶଳ, ସହରୀ ଯୋଜନା, ସାମାଜିକ-ଅର୍ଥନୈତିକ ବିକାଶ ଆଦି ବିଭିନ୍ନ ଦିଗ ଉପରେ ବିଶେଷଜ୍ଞମାନଙ୍କ ଦ୍ୱାରା ଆଲୋଚନା କରାଯାଇଛି।

ପଢନ୍ତୁ; ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ରଥର ଶୁଭାରମ୍ଭ କଲେ ନବୀନ

Related posts

ମୃତ୍ୟୁର ଖେଳ ବ୍ଲୁହ୍ୱେଲ ଏକ ଜାତୀୟ ସମସ୍ୟା – ସର୍ବୋଚ୍ଚ ନ୍ୟାୟାଳୟ

ENO Beuro

ଜିଏସଟି (ଦ୍ରବ୍ୟ ଓ ସେବା କର ) ପରିସରରେ ମିଶିବ ପେଟ୍ରୋଲିୟମ ଉତ୍ପାଦ

ENO Beuro

ଫାଶରେ ଫସିଲା ବାଘୁଣୀ “ସୁନ୍ଦରୀ” ,ଆସିବ ନନ୍ଦନକାନନ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More