ନମ୍ବର ୱାନ ସ୍ମାର୍ଟ ସିଟିର ନମ୍ବର ୱାନ ରାସ୍ତାରେ ମୁକୁଳା ଡ୍ରେନ

BMC

ବିଏମସିର ଅବହେଳା ଜନଗହଳି ପୂର୍ଣ ଜନପଥରେ ପଡିଛି ମୁକୁଳା ଡ୍ରେନ…

ଭାରତରେ ସ୍ମାର୍ଟ ସିଟିର ଆଖ୍ୟା ପାଇଥିବା ଭୁବନେଶ୍ବରକୁ ଏବେ ଭାରତ ସହ ଅନ୍ୟ ଦେଶ ମାନେ ମଧ୍ୟ ସ୍ମାର୍ଟ ସିଟି  ବୋଲି ଜାଣନ୍ତି। ତେବେ ଏହି ସ୍ମାର୍ଟ  ସିଟିର ଅସଲତା କେବଳ ସ୍ମାର୍ଟ ସିଟି ବାସିନ୍ଦା ହିଁ ଜାଣିଛନ୍ତି। ରାଜଧାନୀର ସବୁଠୁ ଜନଗହଳି ପୂର୍ଣ ରାସ୍ତା କହିଲେ ଜନପଥକୁ ବୁଝାଏ। ତେବେ ଏହି ରାସ୍ତାରେ ନିର୍ମାଣଧୀନ ଡ୍ରେନ ମୁକୁଳା  ହୋଇ ପଡିଛି। ଦିନେ କି ଦୁଇଦିନ ନୁହେଁ ମାସ ମାସ ଧରି ଏପରି ପଡିରହିଛି।

ଭୁବନେଶ୍ଵରର ଏଭଳି ଅବସ୍ଥା ବିଷୟରେ ବିଏମସିର  ନିଘା ନାହି। ତେବେ ଏହି ରାସ୍ତାରେ ଟିକେ ଅନ୍ୟମନସ୍କ ହେଲେ ଦୁର୍ଘଟଣା  ହେବା ନିଶ୍ଚିତ। ସବୁଠୁ  ବଡ ଆଶ୍ଚର୍ଯ୍ୟର କଥା ହେଲେ ପ୍ରତି ରବିବାର ଏଠାରେ ହଜାର ହଜାର ଲୋକଙ୍କ ଭିଡ ଲାଗେ।

ପଢନ୍ତୁ: ନବୀନ ନିବାସରେ ଟିକେଟ କସରତ: ସାରା ଓଡିଶା ଏବେ @ ନବୀନ ନିବାସ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More