19 C
Bhubaneswar
December 5, 2020
EnewsOdia.Com
ଖେଳ

ଓଡ଼ିଆ କ୍ରିକେଟର୍ ରାଜେଶ ମହାନ୍ତି ଓ କ୍ରିଷ୍ଣା ପଲେଇ ଦୁଇ ବର୍ଷ ପାଇଁ ବାସନ୍ଦ

ଓଡ଼ିଶା ରଣଜୀ ଦଳର ଦ୍ରୁତ ବୋଲର ରାଜେଶ ମହାନ୍ତି ଓ ବାମହାତୀ ସ୍ପିନର କ୍ରିଷ୍ଣା ପଲେଇଙ୍କୁ ବିସିସିଆଇ ଦୁଇ ବର୍ଷ ବାସନ୍ଦ କରିଛି। ବୟସ ପ୍ରମାଣପତ୍ରରେ ଜାଲିଆତି କରିଥିବା ଅଭିଯୋଗରେ ଉଭୟ ଓଡ଼ିଆ କ୍ରିକେଟରଙ୍କ ଉପରେ ଏହି ପ୍ରତିବନ୍ଧ ଲାଗିଛି। ରାଜେଶ ଦେଇଥିବା ବୟସ ପ୍ରମାଣପତ୍ରକୁ ଯାଞ୍ଚ କରିବା ପରେ ସେଥିରେ ଅନ୍ୟ ଜଣଙ୍କ ନାମ ଦେଖାଉଛି। ଏହି କାରଣରୁ ରାଜେଶଙ୍କୁ ବାସନ୍ଦ କରାଯାଇଥିବା କୁହାଯାଉଛି। ସେହିପରି ବର୍ତ୍ତମାନ ଡେରାଡୁନ ଗସ୍ତରେ ଥିବା ୨୩ ବର୍ଷରୁ କମ୍‌ ଦିନିକିଆ ଦଳର ସଦସ୍ୟ କ୍ରୀଷ୍ଣା ପଲାଇଙ୍କୁ ମଧ୍ୟ ସମାନ କାରଣରୁ ଦୁଇ ବର୍ଷ ପାଇଁ ବାସନ୍ଦ କରାଯାଇଥିବା ସୂଚନା ମିଳିଛି।

ରାଜେଶ ଗତବର୍ଷ ବାଂଲାଦେଶରେ ଆୟୋଜିତ ଅଣ୍ଡର-୧୯ ଏସିଆ କପରେ ବିଜେତା ଭାରତୀୟ ଦଳର ପ୍ରତିନିଧିତ୍ୱ କରିଥିଲେ। ଏହା ପରେ ତାଙ୍କୁ ଓଡ଼ିଶା ରଣଜୀ ଦଳରେ ସୁଯୋଗ ମିଳିଥିଲା। ରଣଜୀରେ ସେ ନିଜ ପ୍ରତିଭାର ପରିଚୟ ଦେଇ ୪୦ ୱିକେଟ୍ ନେଇଥିଲେ। ଗୁରୁବାର ସେ ସୟଦ ମୁସ୍ତାକ ଅଲୀ ଟି-୨୦ ଟୁର୍ଣ୍ଣାମେଣ୍ଟ ପାଇଁ ଓଡ଼ିଶାର ୧୫ଜଣିଆ ଦଳରେ ସ୍ଥାନ ପାଇଥିଲେ। ଯେହେତୁ ତାଙ୍କୁ ବିସିସିଆଇ ବାସନ୍ଦ କରିଛି, ତେଣୁ ସେ ଟିମରୁ ବାଦ୍ ପଡ଼ିବେ।

ପଢନ୍ତୁ: ଆଇସିସି ଟି-୨୦ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟନ କରିବେ କରୀନା କପୂର

Related posts

ପ୍ରଥମ ଟି-୨୦ରେ ବାଂଲାଦେଶ ଠାରୁ ହାରିଲା ଭାରତ

Ratnamani Maharana

ଚାଲିଗଲେ ଟିମ୍‌ ଇଣ୍ଡିଆର ସୁପର୍‌ଫ୍ୟାନ୍‌ ଚାରୁଲତା ପଟେଲ

Ratnamani Maharana

ଭୁବନେଶ୍ବରରେ ବୀରେନ୍ଦ୍ର ସେହବାଗ

Ratnamani Maharana

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More