News

ଟିମ ଇଣ୍ଡିଆର ମୁଖ୍ୟ କୋଚ ଓ ଅନ୍ୟ କୋଚ ପଦବୀ ପାଇଁ ଦରଖାସ୍ତ ଆହ୍ଵାନ କଲା ବିସିସିଆଇ

Untitled 1

୨୦୧୯ ବିଶ୍ୱକପରେ ଭାରତର ପରାଜୟ ପରେ ଆକ୍ସନ ମୋଡରେ ବିସିସିଆଇ । ଖୁବଶୀଘ୍ର ଭାରତୀୟ କ୍ରିକେଟ୍ ଟିମ୍ ପାଇଁ ବିସିିସିଆଇ ବାଛିପାରେ ନୂଆ କୋଚ୍ । ଆଗାମୀ ଦିନେ ଦୁଇଦିନ ମଧ୍ୟରେ ଏନେଇ ଘୋଷଣା ହୋଇପାରେ । ଏପରିକି ବିସିସିଆଇ ପକ୍ଷରୁ ହେଡ୍ କୋଚ୍, ବ୍ୟାଟିଂ କୋଚ୍, ବୋଲିଂ କୋଚ୍, ଫିଲ୍ଡିଂ କୋଚ୍, ଫିଜିଓଥେରାପିଷ୍ଟ, ଷ୍ଟ୍ରେଂଥ ଆଣ୍ଡ କଣ୍ଡିସନିଂ କୋଚ୍ ଏବଂ ଆଡମିନିଷ୍ଟ୍ରେଟିଭ୍ ମ୍ୟାନେଜର ପଦ ପାଇଁ ଆବେଦନ ମଗାଯାଇଛି । ତେବେ ଏହି ପଦବୀରେ ଥିବା ପୁରୁଣା ସଦସ୍ୟଙ୍କୁ ବଦଳି କରାଯିବ ନାଁ ପୁରୁଣା ଅଧିକାରୀ ରହିବେ ସେ ନେଇ କୌଣସି ସୂଚନା ମିଳିପାରିନି।

ବର୍ତ୍ତମାନର ସପୋର୍ଟିଂ ଷ୍ଟାଫ ମୁଖ୍ୟ କୋଚ ରବି ଶାସ୍ତ୍ରୀ, ବୋଲିଂ କୋଚ ଭାରତ ଅରୁଣ, ବ୍ୟାଟିଂ କୋଚ ସଂଜୟ ବାଙ୍ଗର, ଫିଲଡିଂ କୋଚ ଆର. ଶ୍ରୀଧର ସିଧାସଳଖ ଏହି ନିଯୁକ୍ତି ପ୍ରକ୍ରିୟାରେ ଅଂଶଗ୍ରହଣ କରିପାରିବେ । ଏମାନଙ୍କୁ ମଧ୍ୟ ଭାରତୀୟ ଦଳର ଆଗାମୀ ୱେଷ୍ଟ ଇଣ୍ଡିଜ ଗସ୍ତ ପାଇଁ ୪୫ ଦିନିଆ ସଂପ୍ରସାରିତ କାର୍ଯ୍ୟକାଳ ଦିଆଯାଇଛି । ସୂଚନାଯୋଗ୍ୟ ଯେ, ଦୁଇ ବର୍ଷକୁ ଥରେ ବିସିସିଆଇର ଏହି ପଦବୀ ଗୁଡ଼ିକ ପାଇଁ ଦରଖାସ୍ତ ଆହ୍ୱାନ କରାଯାଏ। ସେପଟେ ବିଶ୍ୱକପ୍‌ରୁ ଭାରତ ବାଦ୍ ପଡ଼ିବା ପରେ ଟିମ୍‌ର କୋଚ୍, ସିଲେକ୍ଟର ସମେତ ଅନ୍ୟ ଅଧିକାରୀଙ୍କ କାର୍ଯ୍ୟ ଦକ୍ଷତାକୁ ନେଇ ବିଭିନ୍ନ ମହଳରୁ ପ୍ରଶ୍ନ ଉଠିଥିଲା।

ପଢନ୍ତୁ: ଆସନ୍ତାକାଲିଠୁ କଟକ ଇଣ୍ଡୋର ଷ୍ଟାଡିୟମରେ ଆରମ୍ଭ ହେବ ୨୧ ତମ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍‌ ଚାମ୍ପିଅନସିପ୍‌

 

 

Related posts

ମହଙ୍ଗା ହେଲା ସୁନା ଦର

ENO Beuro

ଆସୁଛି ଦମଦାର ପାୱାରବ୍ୟାଙ୍କ – ଚୁଟକିରେ ଚାର୍ଜ ହେବ ଆପଣଙ୍କ ସ୍ମାର୍ଟଫୋନ

ENO Beuro

ଭିଲାଇ ଷ୍ଟିଲପ୍ଲାଂଟରେ ବିସ୍ଫୋରଣ,୮ ମୃତ

ENO Beuro

1 comment

Leave a Comment