SPORTS

ପତ୍ନୀଙ୍କ ସହ ବିବାଦ ପରେ ମୋହମ୍ମଦ ଶାମିଙ୍କୁ ଆଉ ଏକ ଝଟକା

ବିସିସିଆଇ ବାର୍ଷିକ ଚୁକ୍ତି

ଶାମିଙ୍କ ଉପରେ ଘରୋଇ ହିଂସା ଓ ଅନ୍ୟ ଯୁବତୀ ସହ ଅବୈଧ ସଂପର୍କ ରଖିଥିବାର ଅଭିଯୋଗ କରିଛନ୍ତି  ଶାମିଙ୍କ ପତ୍ନୀ । ମାତ୍ର ଶାମି ଏହାକୁ ଖଣ୍ଡନ କରିଛନ୍ତି । କିନ୍ତୁ  ବିସିସିଆଇ ଭାରତୀୟ ଦ୍ରୁତ ବୋଲର ମୋହମ୍ମଦ ଶାମିଙ୍କୁ ଖେଳାଳିଙ୍କ ବାର୍ଷିକ ପାରିଶ୍ରମିକ ଚୁକ୍ତିରୁ ବାହାର କରିଛନ୍ତି ।

ବିସିସିଆଇ ବୁଧବାର ୨୦୧୭-୨୦୧୮ ବର୍ଷ ପାଇଁ ଖେଳାଳିଙ୍କ ବାର୍ଷିକ ଚୁକ୍ତି ତାଲିକା ଘୋଷଣା କରିଛି । ଏହି ତାଲିକାରେ ମୋଟ ୨୬ ଖେଳାଳି ସ୍ଥାନ ପାଇଛନ୍ତି । ବିସିସିଆଇ ବୁଧବାର ଯେଉଁ ୨୬ ଅନୁବନ୍ଧିତ ଖେଳାଳିଙ୍କ ସୂଚି ଜାରି କରିଛି ସେଥିରେ ଶାମିଙ୍କ ନାମ ନାହିଁ ।

ଶାମି ନିକଟରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରେ ଭାରତର ଏକ ମାତ୍ର ଟେଷ୍ଟ ବିଜୟରେ ମହତ୍ଵପୂର୍ଣ୍ଣ ଭୂମିକା ନିଭାଇଥିଲେ। ଶାମି ମ୍ୟାଚର ଦ୍ଵିତୀୟ ପାଳିରେ ୨୮ ରନ ଦେଇ ୫ଟି ଓ୍ଵିକେଟ୍ ନେଇଥିଲେ। ଏମିତିରେ ଶାମିଙ୍କୁ କେନ୍ଦ୍ରୀୟ ଅନୁବନ୍ଧନରୁ ବାହାର କରାଯିବାକୁ ନେଇ ଚର୍ଚ୍ଚା  ଆରମ୍ଭ ହୋଇଯାଇଛି ।

ଦ୍ରୁତ ବୋଲର ଶାମିଙ୍କ ନାମ କୌଣସି ଗ୍ରେଡରେ ସାମିଲ ନାହିଁ । ନିଜ ପତ୍ନୀ ହସୀନ ଜହାଁଙ୍କ ପକ୍ଷରୁ ମାମଲାରେ ଛନ୍ଦି ହୋଇ ପଡିଥିବା କାରଣରୁ ବିସିସିଆଇ ଶାମିଙ୍କ ନାମ ବିଚାରକୁ ନେଇନ ଥିବା କୁହାଯାଉଛି ।

ସେ କହିଛନ୍ତି ଯେ ବର୍ତ୍ତମାନ ମୋହମ୍ମଦ ଶାମିଙ୍କ ନାମକୁ  ପାରିଶ୍ରମିକ ଚୁକ୍ତିରୁ ହଟାଇ ଦିଆଯାଇଛି। ଆଜି ଯେଉଁ ନିଷ୍ପତ୍ତି  ନିଆଯାଇଛି ସେଥିରେ ଶାମିଙ୍କ ଏକ ଖେଳାଳି ରୂପେ ଏଥିରେ କୌଣସି ସଂପର୍କ ନାହିଁ। ଏହି ନିଷ୍ପତ୍ତି ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ନିଆଯାଇଛି ।

ବିସିସିଆଇ ଏହି ନିଷ୍ପତ୍ତି ଏଥିପାଇଁ ନେଇଛି କାରଣ ଯଦି ଶାମିଙ୍କ ବିରୋଧରେ ଲାଗିଥିବା ଅଭିଯୋଗ ସତ୍ୟ ପ୍ରମାଣିତ ହୁଏ ତେବେ ବିସିସିଆଇର ଛବି ଖରାପ ହୋଇପାରେ । ହସୀନ ଜହାଁ ସୋସିଆଲ ମିଡିଆରେ  ପୋଷ୍ଟ କରି ଶାମିଙ୍କ ଉପରେ ଘରୋଇ ହିଂସା ଓ ବ୍ୟଭିଚାରର ଅଭିଯୋଗ କରିଛନ୍ତି ।  ମାତ୍ର  ଶାମି ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି।  କିନ୍ତୁ ହସିନ ଜହାଁ ୨୭ ବର୍ଷୀୟ ଏହି ଦ୍ରୁତ ବୋଲରଙ୍କଠୁ ତଲାକ ମାଗି ନାହାନ୍ତି ।

ପଢନ୍ତୁ ;

ଧର୍ମଗୁରୁ ଓଶୋଙ୍କ ଭୂମିକାରେ ନଜର ଆସିବେ ରଣବୀର

Related posts

ଭାରତର ଲଜ୍ଜାଜନକ ପରାଜୟ,୮ ୱିକେଟରେ ଜିତିଲା ନ୍ୟୁଜିଲ୍ୟାଣ୍ଡ

ENO Beuro

ସଚିନଙ୍କ ବଦାନ୍ୟତା:ପ୍ରଧାନମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଦାନ କଲେ ୬ ବର୍ଷର ଦରମା!

ENO Beuro

ଜାତୀୟ କ୍ରୀଡ଼ା ଦିବସ ଅବସରରେ କ୍ରୀଡାବିତ ମାନଙ୍କୁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯାଇଛି

ENO Beuro

Leave a Comment