SPORTS

ପାଣ୍ଡ୍ୟା, ରାହୁଲଙ୍କ ଉପରୁ ଉଠିଲା ବାସନ୍ଦ

pandey

ସୁପ୍ରିମକୋର୍ଟ ଦ୍ୱାରା ଗଠିତ ବିସିସିଆଇ ପ୍ରଶାସକ ସମିତି ହାର୍ଦ୍ଦିକ ପାଣ୍ଡ୍ୟା ଓ କେ.ଏଲ ରାହୁଲଙ୍କ ଉପରୁ କଟକଣା ହଟାଇ ଦେଇଛନ୍ତି। ସିଓଏ ଓ ବିଚରାପତି ପିଏଏସ୍‍ ନରସିହ୍ମାଙ୍କ ବିଚାରବିମର୍ଶ ପରେ ଏହି ନିଷ୍ପତ୍ତି ନିଆଯାଇଛି। ସୂଚନାଯୋଗ୍ୟ ଯେ ‘କଫି ଉଇଥ୍‍ କରଣ’ ସୋ’ରେ ମହିଳାଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ ଦୁଇ ଖେଳାଳି ବିବାଦ ଘେରକୁ ଆସିଥିଲେ।

pandey

ଆଜି ସିଓଏ ପକ୍ଷରୁ ନୂଆ ଆମିକସ୍‌ କ୍ୟୁରି ପିଏସ୍‌ ନରସିଂମାଙ୍କ ସହ ଆଲୋଚନା କରାଯାଇଥିଲା। ଏହାପରେ ଉଭୟଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ହୋଇଥିଲା। ତେବେ ମାମଲାର ତଦନ୍ତ ପାଇଁ ଜଣେ ଅମ୍ବୁଡସମ୍ୟାନ୍‌ ନିଯୁକ୍ତ ହେବେ। ଏ ସମ୍ପର୍କରେ ସୁପ୍ରିମକୋର୍ଟ ଆସନ୍ତା ୫ ତାରିଖରେ ନିଷ୍ପତ୍ତି ନେବେ।

ସୂଚନାଯୋଗ୍ୟ,ବୁଧବାର ଶୋ’ର ଉପସ୍ଥାପକ କରନ ଜୋହର ମଧ୍ୟ ଏହି ଘଟରା ପାଇଁ କ୍ଷମା ମାଗିଥିଲେ। ଏହା ମୋର ଶୋ’ ତଥା ପ୍ଲାଟଫର୍ମ ହୋଇଥବାରୁ ମୁଁ ଏଥିପାଇଁ ଦାୟୀ ବୋଲି କରଣ କହିଛନ୍ତି। ଶୋ’ ଅବସରରେ ମୁଁ ଏହି ଭଳି ପ୍ରଶ୍ନ ପ୍ରଚାରିଥାଏ। ଏପରିକି ମହିଳାଙ୍କୁ ମଧ୍ୟ ଏହି ଭଳି ପ୍ରଶ୍ନ ପଚାରିଥାଏ। ଦୀପିକା ପାଦୁକୋନ୍‌ ଓ ଆଲିଆ ଭଟ୍ଟଙ୍କୁ ମଧ୍ୟ ସମାନ ପ୍ରଶ୍ନ ପଚାରିଥିଲି। କିନ୍ତୁ ଘଟଣା ଏବେ ମୋ ନିୟନ୍ତ୍ରଣ ବାହରକୁ ଚାଲିଯାଇଛି। ତେଣୁ ମୁଁ ଏଥିପାଇଁ ଦୁଃଖିତ ବୋଲି କରନ କହିଛନ୍ତି। ଏହି ଘଟଣା ପରେ ସିଓଏ ଜାତୀୟ ଦଳ ତରଫରୁ ଖେଳୁଥିବା କ୍ରିକେଟରମାନଙ୍କ ପାଇଁ ଏକ ବ୍ୟବହାରିକ ପରାମର୍ଶ କାର୍ଯ୍ୟକ୍ରମ ଲାଗୁ କରିବାକୁ ନିଷ୍ପତ୍ତି ନେଇଥିଲା।

ପଢନ୍ତୁ;  ‘ମଣିକର୍ଣ୍ଣିକା’ର ରିଲିଜକୁ ବମ୍ବେ ହାଇକୋର୍ଟଙ୍କ ସବୁଜ ସଙ୍କେତ

Related posts

ଆଇପିଏଲ୍‌ ୧୨: ସିଏସ୍‌କେ ୭ ୱିକେଟରେ ବିଜୟୀ

ENO Beuro

ଫିଫା ବିଶ୍ୱକପ୍‍ରୁ ବାଦ୍‍ ପଡ଼ିଲା ବ୍ରାଜିଲ୍‍

ENO Beuro

ଇତିହାସ ରଚିଛି ବିରାଟ ବାହିନୀ ! ୨୫ ବର୍ଷରେ ପ୍ରଥମ ଥର ଡର୍ବାନରେ ମ୍ୟାଚ ଜିତିଲା ଭାରତ

ENO Beuro

Leave a Comment