SPORTS

ଯେକୌଣସି ସ୍ଥାନରେ କ୍ରିକେଟରଙ୍କ ଡୋପ୍ ଟେଷ୍ଟ କରିପାରିବ ‘ନାଡା’

Nada

ବର୍ଷ ବର୍ଷ ଧରି ନାଡ଼ା (ନ୍ୟାସନାଲ୍‌ ଆଣ୍ଟି ଡୋପିଂ ଏଜେନସି) ଅଧୀନକୁ ଆସିବାକୁ ମନା କରୁଥିବା ବିସିସିଆଇ ଶେଷରେ ରାଜି ହୋଇଛି। ଏହା ଦ୍ବାରା କ୍ରିକେଟର୍‌ମାନଙ୍କର ଡୋପ୍ ଟେଷ୍ଟ୍ ‘ନାଡ଼ା’ କରିବା ନିଶ୍ଚିତ ହୋଇଛି। ଏଥି ସହିତ ଆର୍ଥିକ ଭାବେ ସ୍ବୟଂଶାସିତ ଥିଲେ ମଧ୍ୟ ବିସିସିଆଇ ଏକ ଜାତୀୟ କ୍ରୀଡ଼ା ମହାସଂଘ ଭାବେ ସ୍ବୀକୃତି ପାଇବାକୁ ଯାଉଛି। କ୍ରୀଡ଼ା ସଚିବ ରାଧେଶ୍ୟାମ ଝୁଲାନିୟା ଶୁକ୍ରବାର ଏହି ସୂଚନା ଦେଇଛନ୍ତି। ଫଳରେ ବିଶ୍ୱର ସବୁଠାରୁ ଧନୀ କ୍ରିକେଟ୍ ବୋର୍ଡ ବିସିସିଆଇ ଦେଶର ଅନ୍ୟ କ୍ରୀଡ଼ା ସଂଘ ଭଳି ନାଡା ଅଧୀନରେ ହିଁ ଡୋପ୍ ଟେଷ୍ଟ ଦେବ।

 

ଯେକୌଣସି ସ୍ଥାନରେ କ୍ରିକେଟରଙ୍କ ଡୋପ୍ ଟେଷ୍ଟ କରିପାରିବ ‘ନାଡା’

ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ଶୁକ୍ରବାର ନ୍ୟାଶନାଲ୍ ଆଣ୍ଟି ଡୋପିଙ୍ଗ୍ ଏଜେନ୍ସି (ନାଡା) ଅଧୀନକୁ ଗଲା ପରେ ଏବେ ଏବେ ଭାରତୀୟ କ୍ରିକେଟର ଡୋପ୍ ଟେଷ୍ଟ କେବେବି ଏବଂ କୌଣସି ସ୍ଥାନରେ ବି ହୋଇପାରିବ ବୋଲି କ୍ରୀଡ଼ା ସଚିବ ରାଧେଶ୍ୟାମ ଝୁଲାନିୟା   କହିଛନ୍ତି। ଏହା ଦ୍ୱାରା ବିସିସିଆଇ ଉପରେ ଚାପ ପଡିବା ସ୍ୱାଭାବିକ ହେବ, କାରଣ ସରକାରୀ ନିୟମ ଅନୁଯାୟୀ, ସେମାନେ ଏବେ ସୂଚନା ଅଧିକାରୀ (ଆରଟିଆଇ) ଅଧୀନସ୍ଥ ହେବେ।

ଝୁଲାନିୟା ଆହୁରି କହିଛନ୍ତି, ବିସିସିଆଇ ଆମ ସାମ୍ନାରେ ତିନୋଟି ପ୍ରମୁଖ ମାମଲା ରଖିଛି, ଯେଉଁଥିରେ ଡୋପ୍ ଟେଷ୍ଟ କିଟ୍ସର କ୍ୱାଲିଟି, ପାଥୋଲଜିଷ୍ଟର ଦକ୍ଷତା, ସାମ୍ପଲ୍ ଏକାଠି କରିବା ପ୍ରକ୍ରିୟା ସାମିଲ୍ ଥିଲା। ଆମେ ମଧ୍ୟ ସେମାନଙ୍କୁ ଆଶ୍ୱାସନା ଦେଇଛୁ ଯେ, ସେମାନଙ୍କ ଆବଶ୍ୟକ ମୁତାବକ ସୁବିଧା ପ୍ରଦାନ କରାଯିବ, କିନ୍ତୁ ଏଥିପାଇଁ କିଛି ଶୁଳ୍କ ଲାଗିବ। କାରଣ ବିସିସିଆଇ ଅନ୍ୟମାନଙ୍କଠାରୁ କିଛି ଅଲଗା ନୁହେଁ। ସେମାନଙ୍କୁ ଆମ ନିୟମ ପାଳନ କରିବାକୁ ପଡ଼ିବ।”

Nada1
Nada

ନିକଟରେ ଭାରତୀୟ ଟେଷ୍ଟ ଟିମର ଓପନିଂ ବ୍ୟାଟ୍ସମ୍ୟାନ୍ ପୃଥ୍ୱୀ ଶ’ଙ୍କୁ ଆଣ୍ଟି ଡୋପିଙ୍ଗ୍ ନିୟମ ଉଲ୍ଲଙ୍ଘନ କରିବା ଅଭିଯୋଗରେ ନିଲମ୍ବିତ କରା ଯାଇଥିଲା। ଏହା ପରେ ନାଡା ସ୍ପଷ୍ଟ ଭାବେ କହିଥିଲା ଯେ, ବିସିସିଆଇ ପାଖରେ କୌଣସି ଖେଳାଳିଙ୍କର ଟେଷ୍ଟ କରିବାର ଅଧିକାର ନାହିଁ। ଏହି ଘଟଣାର କିଛି ଦିନ ପରେ ବିସିସିଆଇ ଏବେ ନାଡା ଅନ୍ତର୍ଗତ ଆସିବାକୁ ରାଜି ହୋଇଛି।

ପଢନ୍ତୁ: Man Vs Wild ସୋ’ରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Related posts

ସଚିନଙ୍କ ବଦାନ୍ୟତା:ପ୍ରଧାନମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଦାନ କଲେ ୬ ବର୍ଷର ଦରମା!

ENO Beuro

ଆଇପିଏଲ ୧୧:ଶେଷ ବଲ୍‌ରେ ଜିତିଲା ସନ୍‌ରାଇଜର୍ସ!

ENO Beuro

ଏସିଆନ କଣ୍ଟିନେଣ୍ଟାଲ ଚେସ୍‌: ସ୍ଵର୍ଣ୍ଣ ଜିତିଲେ ପଦ୍ମିନୀ

ENO Beuro

Leave a Comment