SPORTS

୧୯ ବର୍ଷରୁ କମ୍‌ କ୍ରିକେଟରଙ୍କୁ ପୁରସ୍କୃତ କରିବ ବିସିସିଆଇ

କ୍ରିକେଟରଙ୍କୁ ପୁରସ୍କୃତ କରିବ ବିସିସିଆଇ

ଭାରତ ପାକିସ୍ତାନକୁ ୨୦୩ ରନରେ ହରେଇ ଫାଇନାଲ ରେ ପ୍ରବେଶ କରିଛି । ଫାଇନାଲରେ ଭାରତ ଅଷ୍ଟ୍ରେଲିଆକୁ ଭେଟିବା ।୩ରେ ଅଷ୍ଟ୍ରେଲିଆ ବିରୋଧରେ ଭାରତ ଫାଇନାଲ ମ୍ୟାଚ୍‌ ଖେଳିବ। କ୍ରମାଗତ ୨ୟ ଏବଂ ମୋଟଉପରେ ୬ଷ୍ଠ ଥର ଆଇସିସି ୧୯ ବର୍ଷରୁ କମ୍‌ କ୍ରିକେଟ ବିଶ୍ୱକପ୍‌ର ଫାଇନାଲରେ ପ୍ରବେଶ କରିଥିବା ଭାରତୀୟ ଦଳର ଖେଳାଳି ଓ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ଙ୍କୁ ଅଭିନନ୍ଦନ ଜଣାଇଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ୍‌ ବୋର୍ଡ (ବିସିସିଆଇ)।

ଖେଳାଳି ଓ ସପୋର୍ଟ ଷ୍ଟାଫ୍‌ଙ୍କୁ ପୁରସ୍କାର ଦିଆଯିବ ଏବଂ ସମ୍ବର୍ଦ୍ଧନାର ଆୟୋଜନ କରାଯିବ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି ।

ବିସିସିଆଇର ଅସ୍ଥାୟୀ ସଭାପତି ସି.କେ. ଖାନ୍ନା କହିଛନ୍ତି, ସେମିଫାଇନାଲରେ ଏପରି ପ୍ରଦର୍ଶନ ଲାଗି ପୂରା ଦଳ ଏବଂ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ଙ୍କୁ ଅଭିନନ୍ଦନ ଜଣାଉଛି । ଭାରତୀୟ କ୍ରିକେଟ୍‌ର ପରବର୍ତ୍ତୀ ପିଢ଼ିକୁ ଦିଗ୍‌ଦର୍ଶନ ଦେବାରେ ଦ୍ରାବିଡ଼ଙ୍କ ଅବଦାନ ଅତୁଳନୀୟ ।୧୯ ବର୍ଷରୁ କମ୍‌ କ୍ରିକେଟ ବିଶ୍ୱକପର ଫାଇନାଲରେ ପ୍ରବେଶ କରିଥିବା ଭାରତୀୟ ଦଳର ସଦସ୍ୟଙ୍କୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଆର୍ଥିକ ପୁରସ୍କାର ଦେବା ସହ ସମ୍ବର୍ଦ୍ଧିତ କରିବ।

୧୯ ବର୍ଷରୁ କମ୍‌ କ୍ରିକେଟରଙ୍କୁ ପୁରସ୍କୃତ କରିବ ବିସିସିଆଇ under 19 cricket team

ପଢନ୍ତୁ ;

କୁନ୍ଦିଲି ଘଟଣା :ତଦନ୍ତ କରିବ ଜାତୀୟ ମାନବିକ ଅଧିିକାର କମିସନଙ୍କ ସ୍ୱତନ୍ତ୍ର ଟିମ୍‌

Related posts

ସଚିନଙ୍କ ବଦାନ୍ୟତା:ପ୍ରଧାନମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଦାନ କଲେ ୬ ବର୍ଷର ଦରମା!

ENO Beuro

Roelant Oltmans Discharged As Chief Coach Of The Indian Men’s Hockey Team

ENO Beuro

ଫିଫା ବିଶ୍ୱକପ୍‌ର ପ୍ରି-କ୍ୱାଟରରେ ଆର୍ଜେଣ୍ଟିନା

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More