News

ରାଜଧାନୀ ଭୁବନେଶ୍ବରରେ ପ୍ରତିଷ୍ଠା ହେବାକୁ ଯାଉଛି ଅର୍ବାନ ମ୍ୟୁଜିୟମ

ରାଜଧାନୀ ଭୁବନେଶ୍ବରରେ ପ୍ରତିଷ୍ଠା ହେବାକୁ ଯାଉଛି ଅର୍ବାନ ମ୍ୟୁଜିୟମ

ମନ୍ଦିର ମାଳିନୀ ତଥା ଐତିହ୍ୟର ସହର ଭୁବନେଶ୍ଵର । ଓଡିଶାର ରାଜଧାନୀ ଭାବେ ସ୍ଵତନ୍ତ୍ର ପରିଚୟ ବହନ କରିଆସୁଥିବା ଏ ସହର ସ୍ମାର୍ଟ ସିଟିରେ ସ୍ଥାନ ପାଇଲା ପରେ ଏହାର ଗୁରୁତ୍ଵ ବୃଦ୍ଧି ପାଇଛି । ତେଣୁ ଏହାର ମର୍ଯ୍ୟାଦା ଦ୍ଵିଗୁଣିତ କରିବାକୁ ଯାଇ ସହରର ପ୍ରମ୍ମୁଖ ସ୍ଥାନରେ ଅର୍ବାନ ମ୍ୟୁଜିୟମ ପ୍ରତିଷ୍ଠା ହେବ । ଜନପଥରେ ସୁରମ୍ୟ ହ୍ରଦ କରାଯିବ । ସର୍ବସାଧାରଣ ସ୍ଥାନରେ କଳା, ସ୍ଥାପତ୍ୟ ସ୍ଥାପିତ ହେବ ବୋଲି ବିଡିଏର ଉପସଭାପତି ଡ॰ କ୍ରିଷନ କୁମାର କହିଛନ୍ତି ।

ଇଲା ପଣ୍ଡା ସେଣ୍ଟର ଫର ଆର୍ଟ(ଇପକା),ଉତ୍ସ ଫାଉଣ୍ଡସନ ଫର କଣ୍ଟେମ୍ପରାରି ଆର୍ଟ ଏବଂ ଯତୀନ ଦାସ ସେଣ୍ଟର ଓଫ ଆର୍ଟ୍ସ(ଜେଡିସିଏ), ଭୁବନେଶ୍ଵର ଆର୍ଟ କଲେକ୍ଟିଭ ବିଡିଏ,ବିଏମସି , ବିଯୁକେସି ସହ ମିଳିତ ଭାବରେ ‘ଆର୍ଟ ଇନ ଡି ସ୍ମାର୍ଟ ସିଟି’ ନାମକ କାର୍ମଶାଳା ଉଦ୍ଘାଟିତ ହୋଇଯାଇଛି । ୨ଦିନିଆ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଡ॰ କ୍ରିଷନ କୁମାର କହିଲେ, ଅର୍ବାନ ମ୍ୟୁଜିୟମରେ ଭୁବନେଶ୍ଵରରେ ପୁରୁଣା ଐତିହ୍ୟ ସହ ନୂଆକୁ ଯୋଡି ଏକ ନୂତନ ବାର୍ତ୍ତା ପ୍ରଦାନ କରାଯିବ । ୧୯୬୦ ମସିହା ମାଷ୍ଟରପ୍ଳାନ ଅନୁସାରେ ଲେକ ଜୋନର ବିକାଶ ନେଇ ପ୍ରସ୍ତାବ ରହିଥିଲା । ସେହି ଅନୁସାରେ ,ନିକୋପାର୍କ,ସତ୍ୟନଗର, ଜନପଥରୁ ରେଳଷ୍ଟେସନ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ କରାଯିବ । ଜନପଥରେ ସୁରମ୍ୟ ହ୍ରଦ ହେବ । ୧୬-୧୭ ଏକର ପରିମିତ ସ୍ଥାନରେ ପାଣିର ଫୁଆର ସାଙ୍ଗକୁ ବିଭିନ୍ନ ସ୍ଥାପତ୍ୟ କଳାକୁ ସ୍ଥାନିତ କରାଯିବ । ଏଥିପାଇଁ ଟେଣ୍ଡାର ସାରିଛି । ଆସନ୍ତା ୨/୩ ବର୍ଷ ମଧ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରାଯିବ । ସହରକୁ ଅଧିକ ସରସ ସୁନ୍ଦର କରିବା ପାଇଁ ରାସ୍ତାରେ ବିଭିନ୍ନ ପ୍ରକାରର କଳା, ସ୍ଥାପତ୍ୟର ସ୍ଥାପନା କରାଯିବ ।

ରାଜଧାନୀ ଭୁବନେଶ୍ବରରେ ପ୍ରତିଷ୍ଠା ହେବାକୁ ଯାଉଛି ଅର୍ବାନ ମ୍ୟୁଜିୟମ

ପଢନ୍ତୁ, ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ରେ ପାରମ୍ପରିକ ବୋଇତ ବନ୍ଦାଣ ଓ ଡଙ୍ଗା ଭସାଣ ଭତ୍ସବ ପାଳିଲେ ଶ୍ରଦ୍ଧାଳୁ

Related posts

ପାକିସ୍ତାନକୁ ଆର୍ଥିକ ଅନୁଦାନ ବନ୍ଦ କଲା ଆମେରିକା

ENO Beuro

ଗୋଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁପ୍ରସାଦ ଯାଦବ ଦୋଷୀ, ଜଗନ୍ନାଥ ମିଶ୍ର ନିର୍ଦ୍ଦୋଶ

ENO Beuro

ଆଜି ଆଧାର ସହିତ ପ୍ୟାନ୍‌ ସଂଯୋଗର ଶେଷ ତାରିଖ, ଅର୍ଥ ମନ୍ତ୍ରାଳୟ ବଢାଇ ପାରନ୍ତି ସମୟ ସୀମା

ENO Beuro

Leave a Comment