EnewsOdia.Com

ଦୀପାବଳି ପାଇଁ ମିଠା ନାଁରେ ତିଆରି ହେଉଛି ଜହର

ଆଲୋକର ପର୍ବ ଦୀପାବଳୀ । ଖୁସିର ଉତ୍ସବ । ହସ ବାଣ୍ଟିବାର ଆଉ ସଂପର୍କ ବଢାଇବାର ପର୍ବ । ପିଠା ଆଉ ମିଠାର ପର୍ବ । ଅନ୍ଧାର ଉପରେ ଆଲୋକର ବିଜୟ ଉତ୍ସବ ପାଳିବାକୁ ସମସ୍ତେ ଯେମିତି ପ୍ରସ୍ତୁତ । ପ୍ରସ୍ତୁତ ଦୀପ, ବାଣ ସହ ମିଠା ବଜାର । ଦୀପାବଳୀ ପାଇଁ ଦୋକାନରେ ତିଆରି ଚାଲିଛି ଭଳିକି ଭଳି ମିଠା । ଯେତେବେଳେ ଲୋକେ ପିଠା, ମିଠା ବାଣ୍ଟି ଉତ୍ସବ ମନାଇବାକୁ ପ୍ରସ୍ତୁତ ହେଉଛନ୍ତି, ସେତିକି ବେଳେ ମରଣାନ୍ତକ ଖେଳରେ ମାତିଛନ୍ତି ମୁନାଫାଖୋର । ଲାଭ ଲୋଭରେ ରଚିଛନ୍ତି ଭେଜାଲର ମଧୁର ଷଡଯନ୍ତ୍ର । ଅସଲି ନାଁରେ ନକଲି ସାମଗ୍ରୀ ପ୍ରସ୍ତୁତ କରି ଅଧିକ ଲାଭ ଯୋଜନାରେ ଅଛନ୍ତି । ବଜାରରେ ଏବେ ମିଳୁଛି କ୍ଷତିକାରକ ନକଲି ମିଠା, ଖୁଆ, ପନିର ଓ ଛେନା ।

ୟୁପିର ଗ୍ରେଟର ନୋଏଡାରେ ଫୁଡ୍ ସେଫ୍ଟି ଅଧିକାରୀ ଏକ ଅବୈଧ ଫ୍ୟାକ୍ଟ୍ରି ଉପରେ ରେଡ୍ କରିବା ପରେ ଏମିତି କିଛି ତଥ୍ୟା ସାମ୍ନାକୁ ଆସିଛି । ଯାହା ଖାଲି ସାଙ୍ଘାତିକ ନୁହଁ, ବରଂ ଡେଞ୍ଜର ସିଗନାଲ୍ । ପାଖାପାଖି ପାଞ୍ଚ ଟନ୍ ଅପମିଶ୍ରିତ ପନିର ଓ ମିଠା ଜବତ  ହୋଇଛି । ଏହି ସବୁ ପନିର ଓ ମିଠା ବଜାରକୁ ଛଡ଼ାଯାଇଥାନ୍ତା । ନକଲି ପନିର ଓ ମିଠା ସମ୍ପୂର୍ଣ୍ଣ ରୂପେ ମାଟିରେ ମିଶାଇ ଦିଆଯାଇଛି । ଏପରିକି ଘଟଣାରେ କିଛି ଲୋକଙ୍କୁ ଗିରଫ କରାଯାଇଥିବା ବେଳେ ଅଧିକ ଖୋଳତାଡ଼ ଜାରି ରହିଛି ।

 

କେବଳ ଗ୍ରେଟର ନୋଇଡା ନୁହେଁ, ମଧ୍ୟପ୍ରଦେଶର ଇନ୍ଦୋରରୁ ବ ଜବତ ହୋଇଛି ବିପୁଳ ପରିମାଣର ମାଓ୍ବା ଏବଂ ମିଠା । ଇନ୍ଦୋର ମୁନିସପାଲ କର୍ପୋରେସନ ଏବଂ ପୋଲିସ ମିଳିତ ଭାବେ ୫ ଶହ ୫୦ କେଜିରୁ ଅଧିକ ମାଓ୍ବା ଏବଂ ୧୦୦ କେଜିରୁ ଅଧିକ ମିଠା ଜବତ  କରିଛନ୍ତି । ଏହି ମିଠା ବସ୍ ଯୋଗେ ଅହମ୍ମଦାବାଦରୁ ଇନ୍ଦୋର ଆସୁଥିଲା । ଏଥିରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି ।

ପଢନ୍ତୁ: ୟୁଆଇଡିଏଆଇ ସିଇଓ ଭାବେ ନିଯୁକ୍ତ ହେଲେ ପଙ୍କଜ କୁମାର

ସମ୍ବନ୍ଧିତ ଖବର

କଂଗ୍ରେସ ନେତା ପ୍ରଦୀପ ମାଝୀଙ୍କ ନାଁରେ ଏତଲା

Ratnamani Maharana

୩୧ ବର୍ଷରେ ପାଦ ଥାପିଲେ କ୍ୟାପଟେନ୍ କୋହଲି

Ratnamani Maharana

ଜିଓ ୟୁଜର୍ସଙ୍କ ପାଇଁ ଜବରଦସ୍ତ ପ୍ଳାନ ଆଣିଛି ରିଲାଏନ୍ସ

Ratnamani Maharana

କାଳୀପୂଜା ପାଇଁ ଛୁଟି ଭଦ୍ରକ ସରକାରୀ ଅଫିସ୍

Ratnamani Maharana

‘କାଳିଆ’ ଟଙ୍କା ପାଉଛନ୍ତି ପୂର୍ବତନ ବିଧାୟକଙ୍କ ବୋହୂ

Ratnamani Maharana

ଏବେ ଉପଭୋକ୍ତା କିସ୍ତିରେ ଦେବେ ବିଜୁଳି ବିଲ

Ratnamani Maharana