ପ୍ରତିଦିନ କିଛି ସମୟ ଦୈାଡ଼ିବାକୁ ଖୁବ୍ ଭଲ ବ୍ୟାୟାମ ଭାବେ ଗ୍ରହଣ କରାଯାଏ । ଏହା ଦ୍ୱାରା ହୃଦରୋଗ ,ମଧୁମେହ , ରକ୍ତଚାପର ଆଶଙ୍କା କମ୍ ହୋଇଥାଏ । ତେବେ ଦୈାଡ଼ିବା ପୂର୍ବରୁ ଯଦି ସାବଧାନତା ଅବଲମ୍ବନ ନକରନ୍ତି ତାହେଲେ ଶରୀର ଉପରେ ନକରାତ୍ମକ ପ୍ରଭାବ ପଡ଼ିଥାଏ ।
ଆସନ୍ତୁ ଜାଣିବା ଦୈାଡ଼ିବା ପୂର୍ବରୁ କେଉଁ ଦିଗପ୍ରତି ସାବଧାନ ଅବଲମ୍ବନ କରିବାକୁ ପଡିଥାଏ –
- ଦୈାଡ଼ିବାର କିଛି ସମୟ ପୂର୍ବରୁ ଅଳ୍ପ ପାଣି ପିଇବା ନିତାନ୍ତ ଆବଶ୍ୟକ । ଏପରି ନକଲେ ଶରୀରରୁ ଜଳୀୟ ଅଂଶ କମିଯାଇଥାଏ । ଫଳରେ ମୁଣ୍ଡ ବିନ୍ଧିବା ,ମୁଣ୍ଡ ବୁଲାଇବା ,ବାନ୍ତି ଭଳି ସମସ୍ୟାର ଆଶଙ୍କା ଥାଏ।
- ଦୈାଡିବା ଲାଗି ସ୍ଥିର କଲେ , ପ୍ରଥମେ ଉପଯୁକ୍ତ ଜୋତା କିଣନ୍ତୁ । ହିଲ୍ ,ଅଧିକ ଢିଲା ବା ଟାଇଟ୍ ଜୋତା ପିନ୍ଧିଲେ ପାଦରେ ସମସ୍ୟା ସୃଷ୍ଟି ହୁଏ । ହିଲ୍ ପିନ୍ଧି ଦୈାଡିଲେ ପଡିଯିବାର ଭୟ ସହ ପାଦ ମକଚି ହେବାର ଆଶଙ୍କା ଥାଏ ।
- ଦୈାଡିବା ଆରମ୍ଭ ସମୟରେ ଧୀରେ ଧୀରେ ଦୈାଡିବା ଆବଶ୍ୟକ । ପାଦର ମାସପେଶୀ ୱାର୍ମ ଅପ୍ ହୋଇଗଲା ପରେ ଗତି ବଢାଇଲେ ଅସୁବିଧା ନତାଏ କିନ୍ତୁ ଆରମ୍ଭରୁ ତୀବ୍ର ଗତିରେ ଦୈାଡିଲେ ଶୀଘ୍ର ଥକାପଣ ଆସିଯାଏ ।
- ଦୈାଡ଼ିବା ପୂର୍ବରୁ ଅଧିକ ପାଣି ପିଇ ପରିସ୍ରା ନକଲେ ବ୍ଲାଡ଼ର ଫୁଲିବା,ପେଟ ଗୋଳମାଳ , ମୁଣ୍ଡ ବୁଲାଇବା ଭଳି ସମସ୍ୟା ହୋଇପାରେ ।
- ଦୈାଡ଼ିବା ପୂର୍ବରୁ ୱାର୍ମ ଅପ୍ ( ଗୋଡ଼ ହାତ ସଳଖିବା ) ନକଲେ ଶିରା ମକଚି ହୋଇଯିବା ,ଦରଜ ହେବାର ଭୟ ଥାଏ ।
- ଦୈାଡ଼ିବା ବା ବ୍ୟାୟାମ କରିବା ପୂର୍ବରୁ ଅଧିକ ଖାଦ୍ୟ ଖାଇଲେ ହଜମକାରୀ ମାଂସପେଶୀ ଉପରେ ନକରାତ୍ମକ ପ୍ରଭାବ ପ ଡ଼ିଥାଏ । ଏହାଦ୍ୱାରା ପେଟ ଦରଜ,ବାନ୍ତି ,ଡାଇରିଆ ହେବାର ଆଶଙ୍କା ରହେ ।
ପଢନ୍ତୁ;