EnewsOdia.Com

ଆପଣଙ୍କର ଆଖି ସମସ୍ୟା ଥିଲା ପରି ଅନୁଭବ କରୁଛନ୍ତି କି? ଆପଣାନ୍ତୁ ଏହି ସୂତ୍ର

ଦୃଷ୍ଟି ଶକ୍ତି କମିବା ଆଜିକାଲିକା ସମାଜ ପାଇଁ ଏକ ଅତି ସାଧାରଣ କଥା। ଅତ୍ୟଧିକ ଫୋନ୍‌, କମ୍ପ୍ୟୁଟର୍‌ ବ୍ୟବହାର ଏହାର ଏକ ପ୍ରମୁଖ କାରଣ। ଅତି ପାଖରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଫୋନ୍‌ ଦେଖିବାର ଅଭ୍ୟାସ ଅଧିକାଂଶ ଲୋକଙ୍କ ଭିତରେ ରହିଛି। ଯାହାଫଳରେ ଆଖି ସମସ୍ୟା ବାହାରିବା ବି ଏକ ସାଧାରଣ କଥା ପାଲଟି ଗଲାଣି। ତେବେ ଏହି ସମସ୍ୟାକୁ ଦୂରେଇ ଦିଆଯାଇ ବି ପାରିବ। ଯଦି ଆପଣଙ୍କ ଆଖି ପ୍ରତି ଆପଣ ସାମାନ୍ୟ ସଚେତନ ନ ହେବେ ତେବେ ଭବିଷ୍ୟତରେ ବଡ଼ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି।

୧) ଆଖିକୁ ମଝିରେ ମଝିରେ ଥଣ୍ଡା ପାଣିରେ ଧୋଇବା ଉଚିତ। କିଛି ଘଣ୍ଟା ଦୂରତ୍ବରେ ଆଖିକୁ ପାଣି ପକାଇ ଧୋଇବା ଦ୍ବାରା ଆଖି ଅପେକ୍ଷାକୃତ ସୁସ୍ଥ ରହିଥାଏ।

୨) ଯଦି ଆପଣ ଅଫିସ୍‌ରେ କମ୍ପ୍ୟୁଟର୍‌ ସାମ୍ନାରେ ବସି କାମ କରୁଛନ୍ତି ତେବେ ପ୍ରତି ୧ ଘଣ୍ଟାକୁ ଥରେ ଆଖିକୁ ବିରତି ଦିଅନ୍ତୁ। ୫ ମିନିଟ୍‌ ପାଇଁ ଆଖି ବନ୍ଦ କରି ବସିବା ପରେ ପୁଣି କାମ ଆରମ୍ଭ କରନ୍ତୁ।

୩) ଆପଣ ଚାହିଁଲେ କମ୍ପ୍ୟୁଟର୍‌ ସାମ୍ନାରେ ଲେଜର୍‌ ପ୍ରୋଟେକ୍ସନ ଚଷମା ବି ବ୍ୟବହାର କରିପାରିବେ। କେବଳ କମ୍ପ୍ୟୁଟର୍‌ ସାମ୍ନାରେ କାହିଁକି, ଆପଣ ଚାହିଁଲେ ମୋବାଇଲ୍‌ ଦେଖିବା ବେଳେ ବି ଏହି ଚଷମା ବ୍ୟବହାର କରିପାରିବେ।

୪) ଆଖି ପାଇଁ ହିତକର ଖାଦ୍ୟଗୁଡ଼ିକ ପ୍ରଚୁର ପରିମାଣରେ ଖାଆନ୍ତୁ। ଗାଜର, ଚୁନା ମାଛ, ଶାଗ ଆଦି ଯେତେ ପରିମାଣରେ ଖାଇବେ ଆଖି ସେତେ ସୁସ୍ଥ ରହିବ।

ପଢନ୍ତୁ: ଭୋକ ନଲାଗିବା ଶରୀରକୁ ପହଞ୍ଚାଇଥାଏ ଅନେକ ପ୍ରକାର କ୍ଷତି, ଜାଣନ୍ତୁ କିପରି

ସମ୍ବନ୍ଧିତ ଖବର

ଘରୋଇ ଉପାୟରେ ଛଡ଼ାନ୍ତୁ ଧୂମପାନ ଅଭ୍ୟାସ

Ratnamani Maharana

ହଜି ଯାଇଥିବା ଚମକକୁ ଚୁଟ୍‌କିରେ ଫେରାଇ ଆଣିବ ଅଙ୍ଗୁର ଫେସ୍‌ପ୍ୟାକ୍

Ratnamani Maharana

ଅନିଦ୍ରା ସମସ୍ୟାକୁ ନାଶ କରେ ଏହି ଫଳ

Ratnamani Maharana

ଛୋଟ ଛୁଆ ବି ହୃଦରୋଗର ହୋଇପାରେ ଶିକାର, ସେଥିରୁ ବଞ୍ଚିବା ପାଇଁ କରନ୍ତୁ ଏହି କାମ

Ratnamani Maharana

ଚା’ ପ୍ରେମୀମାନେ ସାବଧାନ! ସତର୍କ ନ ହେଲେ ହୋଇପାରେ ଅନେକ ଅସୁବିଧା

Ratnamani Maharana

ଜାଣନ୍ତୁ ବ୍ୟସ୍ତବହୁଳ ଜୀବନରେ କିପରି ରହିବେ ଚାପମୁକ୍ତ

Ratnamani Maharana